www.samajalive.in
Saturday, December 6, 2025
26.1 C
Bhubaneswar

ଫସଲ ଅମଳ ଆଗରୁ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନର ସମୀକ୍ଷା ବୈଠକ

ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲ୍ଲା ଅତାବିରା ବ୍ଲକ ବାବେବିରା ଗ୍ରାମରେ ଓଡିଶା ରାଜ୍ୟ କୃଷକ ସଂଗଠନର ସଭାପତି ହାରାଧନ ପ୍ରଧାନଙ୍କ ସଭାପତିତ୍ୱରେ ସଙ୍ଗଠନର ସକ୍ରିୟ କର୍ମୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ସରକାରଙ୍କ ପ୍ରଣୀତ ନୂତନ ବ୍ୟବସ୍ଥାକୁ ତୀବ୍ର ନିନ୍ଦା କରାଯାଇଥିଲା।ଏହି ବ୍ୟବସ୍ଥାରେ ସମସ୍ତ ଚାଷୀ ଧାନ ବିକ୍ରି କରି ପାରିବେ ନାହିଁ। ତେଣୁ ଆଗକୁ କଣ କରାଯିବ ତାବିଷୟରେ ଆଲୋଚନା ହୋଇଥିଲା। ଏହି ସଂଗଠନ ଚାଷୀମାନଙ୍କର ସମସ୍ୟାକୁ ସବୁବେଳେ ସରକାରଙ୍କ ଦୃଷ୍ଟିକୁ ଆଣି ତାର ସମାଧାନ ପାଇଁ ସବୁବେଳେ ପ୍ରୟାସ କରିଆସୁଛି। ଗାଁ ଗାଁ ଯାଇ କୃଷକମାନଙ୍କ ସହ ସାକ୍ଷାତ କରି ସଂଗଠନକୁ ମଜବୁତ କରାଯାଇଛି। ସମସ୍ତ ଚାଷୀଙ୍କ ସହଯୋଗ ଏହି ସଂଗଠନ ସହିତ ରହିଛି ତାହା ଏହି ବୈଠକରୁ ଜଣା ପଡୁଛି କାରଣ ଆଖପାଖର ଗାଁର ବହୁ ସଂଖ୍ୟକ ଚାଷୀ ଏହି ସଭାରେ ଯୋଗ ଦେଇଥିଲେ।

ଏହି ଆଲୋଚନାରେ କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତି ତଥା କୃଷି ବିଲକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବୀ କରିବା ସହ ବହୁ ଦିନରୁ ଚାଷୀର ସମସ୍ୟା ତଥା ଧାନ କିଣାବିକାକୁ ନେଇ ବାରମ୍ବାର ଅଭିଯୋଗ ହେଇ ଆସୁଥିଲେ ମଧ୍ୟ ଚାଷୀଙ୍କ ସମସ୍ୟାକୁ ସରକାର ଏଡେଇ ଦେଇ ନିଜର ମନମୁଖୀ ଭାବରେ କୃଷି ବିଲ ଗୁଡିକ ତିଆରି କରି ଚାଷୀଙ୍କ ଉପରେ ଲଦି ଦେଇ ଚାଷୀଙ୍କୁ ଷଡ଼ଯନ୍ତ୍ରର ଶିକାର କରୁଛନ୍ତି ବୋଲି ବିରୋଧ କରିଥିଲେ ଚାଷୀ ସଂଗଠନ। ଏଥିରେ ସଂଗଠନ ର ସଂପାଦକ ଲୋକେଶ୍ୱର ପ୍ରଧାନ, କୋଷାଧ୍ୟକ୍ଷ ଗଣେଶ ମହାକୁର, ଉପ ସଭାପତି ଭିକାରୀ ବାରିକଙ୍କ ସମେତ ବସନ୍ତ ବାରିକ, ବୃଷଭାନୁ ସାହୁ, ବିଜୟ ବେହେରା, ପଲଉ ମାଝୀ, ପ୍ରକାଶ ନାୟକ, ପଞ୍ଚାନନ ପ୍ରଧାନ, ବିଷ୍ଣୁ ବିହାରୀ ଭୋଇ ପ୍ରମୁଖ ସକ୍ରିୟ କର୍ମୀ ଯୋଗ ଦେଇଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories