www.samajalive.in
Monday, December 15, 2025
27.1 C
Bhubaneswar

ଝାଡ଼ଖଣ୍ଡ-ଛତିଶଗଡ଼ ସୀମାନ୍ତରେ ଏସ୍‍ପି : ୫ଲକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦାୟ

ସୁନ୍ଦରଗଡ଼ : ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୁନ୍ଦରଗଡ଼ ଜିଲାର ସଂକ୍ରମଣ ସଂଖ୍ୟା ସର୍ବାଧିକ ହୋଇ ରହିଥିବାରୁ ଜିଲା ପ୍ରଶାସନ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି। ରାଜ୍ୟ ସରକାରଙ୍କ ସମସ୍ତ ମାର୍ଗଦର୍ଶିକାକୁ ଶତପ୍ରତିଶତ ପାଳନ କରିବା ପାଇଁ ପ୍ରଶାସନ ଲାଗି ପଡ଼ିଥିବା ବେଳେ ଅମାନିଆ କିନ୍ତୁ ଏବେ ଯାଏ ଏତେଟା ସଚେତନ ହୋଇନଥିବାରୁ ଜରିମାନା ଆଦାୟରୁ ଏହା ସ୍ପଷ୍ଟ ହେଉଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସାପ୍ତାହିକ ବଜାର ଗୁଡ଼ିକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ବେଳେ ସୀମାନ୍ତ ଅଞ୍ଚଳରେ କଣ୍ଟେମେଣ୍ଟ ଜୋନ ଘୋଷଣା କରାଯାଇ ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି। ଅପରପକ୍ଷରେ ସୀମାନ୍ତ ଅଞ୍ଚଳ ଗୁଡ଼ିକରୁ ଯାଆ ଆସ କରୁଥିବା ଲୋକଙ୍କ ଉପରେ ନଜର ରଖାଯିବା ସହ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ଆସୁଥିବା ଲୋକଙ୍କ ନେଗେଟିଭ ରିପୋର୍ଟ ନ ଥିଲେ ୭ଦିନ ସଙ୍ଗରୋଧ ରହିବା ପାଇଁ ତାଗିଦ କରାଯାଇଛି। ଏପରିକି ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ଯାଆ ଆସ କରୁଥିବା ଘରୋଇ ବସ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି।

ସୀମାନ୍ତ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶନାମାକୁ ପ୍ରଶାସନ ଯଥାସମ୍ଭବ ପାଳନ କରିବା ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ସବଡେଗା, ବାଲିଶଙ୍କରା ସୀମାନ୍ତ ଅଞ୍ଚଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଏହି କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏ ଅବସରରେ ଏସ.ପି ସାଗରିକା କର୍ତ୍ତବ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ସହ ଅଯଥା ଯୁକ୍ତି ନ କରି ସେମାନଙ୍କୁ ସହଯୋଗ କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଅପରପକ୍ଷରେ ଗତ ଦୁଇ ତିନି ଦିନ ମଧ୍ୟରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୁଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଅଚାନକ ତନଖି କରାଯିବା ସହ ଛକ ମାନଙ୍କରେ ପୁଲିସ ମାସ୍କ ପିନ୍ଧିନଥିବା (ଅମାନିଆ)ଙ୍କ ଠାରୁ ୫ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଆଜି ସମଗ୍ର ଜିଲାରେ ସଂକ୍ରମଣଙ୍କ ସଂଖ୍ୟା ୨୬୮ ରହିଥିବା ବେଳେ ଗତକାଲି ଏହା ଅଧିକ ରହିଥିବାର ଜଣାପଡ଼ିଛି। ଗୋଟିଏ ପଟେ ଅମାନିଆଙ୍କୁ ସାବାଡ଼ କରିବା ଓ ଲୋକଙ୍କୁ ସଚେତନ କରାଇବାର କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ପଟେ ସଂକ୍ରମଣକାରୀଙ୍କୁ ଠିକ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ପାଇଁ ପ୍ରଶାସନ ଲାଗିପଡ଼ିଛି। ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ନ ହେଲେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories