www.samajalive.in
Saturday, December 13, 2025
27.1 C
Bhubaneswar

ବରେଇପାଲି ପୁପୁନ ମୃତ୍ୟୁ ଘଟଣା, ୨ ଅଟକ

ସମ୍ବଲପୁର: ସ୍ଥାନୀୟ ବରେଇପାଲିର ମଖନାପଡା ନିବାସୀ ରାଜକୁମାର ପ୍ରଧାନଙ୍କ ପୁତ୍ର ରୋସନ ଓରଫ ପୁପୁନର ହତ୍ୟାକାଣ୍ଡ ଘଟଣାରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପୁଲିସ ତଦନ୍ତ ଚଳାଇଥିବାର ସମ୍ବଲପୁର ପୁଲିସ କହିଛି। ଏହି ମାମଲାରେ ଆହୁରି ଅଧିକ ଲୋକଙ୍କ ସଂପୃକ୍ତି ରହିଥିବାରୁ ଦୁଇଟି ସ୍ୱତନ୍ତ୍ର ଦଳ ଏବେ ଜିଲା ତଥା ରାଜ୍ୟ ବାହାରେ ରହି ଫେରାର ଅଭିଯୁକ୍ତମାନଙ୍କୁ ଧରିବାର ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଏହି ଘଟଣା ଘଟିବାର ୪୮ ଘଣ୍ଟା ବିତିଯିବା ସତ୍ୱେ ପୁଲିସ ହତ୍ୟାର କାରଣ, କେତେଜଣ ବ୍ୟକ୍ତି ସାମିଲ ରହିଛନ୍ତି, କେଉଁଠାରେ ହତ୍ୟା କରାଯାଇଛି, ପୂର୍ବ ଶତ୍ରୁତା ଆଦି ବିଭିନ୍ନ ବିଷୟ ଉପରେ ସ୍ପଷ୍ଟ ସୂଚନା ପାଇପାରିନାହିଁ।

ସୋମବାର ସନ୍ଧ୍ୟା ସମୟରେ ବ୍ୟସ୍ତବହୁଳ ବରେଇପାଲି ଛକ ସନ୍ନିକଟ ପରିତ୍ୟକ୍ତ ଗଳିରୁଙ୍କ କ୍ଷତାକ୍ତ ଶବ ମିଳିବା ପରେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଘଟଣା ବୋଲି ଅନୁମାନ କରି ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି। କିନ୍ତୁ ଏହି ଘଟଣା ସର୍ମ୍ପକରେ ପୁଲିସ କୌଣସି ଠୋସ ସୁରାକ ଏବେ ପର୍ଯ୍ୟନ୍ତ ପାଇ ପାରି ନାହିଁ। ଏହି ଘଟଣାରେ ପୁଲିସ ବ୍ୟାପକ ତନାଘନା ଚଳାଇଥିବା ବେଳେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ ବୋଲି ଥାନାଧିକାରୀ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ବ୍ୟସ୍ତବହୁଳ ବରେଇପାଲି ଛକ ସଂଲଗ୍ନ ଏକ ଦୋକାନ ପଛରେ ଥିବା ପରିତ୍ୟକ୍ତ ଗଳି ମଧ୍ୟରୁ ନିଖୋଜ ଥିବା ମଖନାପଡା ନିବାସୀ ପୁପୁନ ପ୍ରଧାନଙ୍କ କ୍ଷତାକ୍ତ ଶବ ଅଖା ବସ୍ତା ମଧ୍ୟରେ ଭର୍ତ୍ତି କରାଯାଇଥିବା ଅବସ୍ଥାରେ ମିଳିଥିଲା। ଦୋକାନ ପଛରେ ରହିଥିବା ପରିତ୍ୟକ୍ତ ଗଳିରୁ ସୋମବାର ସନ୍ଧ୍ୟାରେ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ସେହି ସମୟରେ ଛକରେ ଚେକିଂରେ ବ୍ୟସ୍ତ ପୁଲିସ କର୍ମଚାରୀ ମାନେ ତୁରନ୍ତ ଘଟଣାସ୍ଥଳକୁ ଯାଇ ଦେଖିବାରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଅଖା ବସ୍ତା ଓ ଜରି ମଧ୍ୟରେ ରହିଥିବାର ଦେଖିବାକୁ ପାଇଥିଲେ। ଏଣୁ ଉପରିସ୍ଥ ଅଧିକାରୀଙ୍କ ଖବର ଦିଆଯିବାରୁ ସଦର ଏସଡିପିଓ ତପନ କୁମାର ମହାନ୍ତି ଓ ଥାନାଧିକାରୀ ଯୋଗେଶ ପଣ୍ଡା ଘଟଣାସ୍ଥଳରେ ପହଂଚି ଯାଞ୍ଚ ଆରମ୍ଭ କରିଥିଲେ। ତୁରନ୍ତ ଫୋରନସିକ ଦଳକୁ ଖବର ଦିଆଯିବାରୁ ସେମାନେ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories