www.samajalive.in
Saturday, December 13, 2025
27.1 C
Bhubaneswar

ସ୍କୁଲ ପରିସରରେ ଶିକ୍ଷୟିତ୍ରୀଙ୍କୁ ନିସ୍ତୁକ ଛେଚିଲେ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳର ଏକ ସ୍କୁଲ ପରିସରରେ ଜଣେ ଶିକ୍ଷୟିତ୍ରୀଙ୍କୁ ସ୍ଥାନୀୟ ମହିଳାମାନେ ନିସ୍ତୁକ ଛେଚିବା ଘଟଣା ସାଧାରଣରେ ହଟଚମଟ ସୃଷ୍ଟି କରିଛି। ଏହି ଘଟଣାରେ ପରେ ଏକ ପୁରୁଣା ମାମଲାରେ ନୀଳଗିରି ପୁଲିସ ସମ୍ପୃକ୍ତା ଶିକ୍ଷୟିତ୍ରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ନୀଳଗିରି ଥାନା ଅଧୀନ ଗାଙ୍ଗପୁରା ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଜେନା କାହାଠାରୁ ସୁନାହାର ତ ଆଉ କାହାଠାରୁ ଲକ୍ଷାଧିକ ଟଙ୍କା ନେଇ ଠକି ନେଇଥିବା ଅଭିଯୋଗ ହୋଇଛି। ବରିସାହି ଅଞ୍ଚଳର ଅନୁପମା ବରାଳ, ସ୍ନେହଲତା ବରାଳ, ସରସ୍ୱତୀ ବେହେରା, ସରସ୍ୱତୀ ମଲିକ, ନମିତା ରାଉତ, ମମତା କୁଅଁର ଓ ମାଣିକ ବୈଠାଙ୍କଠାରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଠକିଥିବା ଅଭିଯୋଗ ହୋଇଥିଲା। ଏହି ଟଙ୍କା ସବୁ ଏକ ସଂସ୍ଥାରେ ଲଗାଣ କରାଯିବା ପରେ ଡବଲ ଟଙ୍କା ଫେରସ୍ତ ହେବ ବୋଲି ଶିକ୍ଷୟିତ୍ରୀ ଜଣକ ପ୍ରତିଶ୍ରୁତି ଦେଇଥିଲେ।

- Advertisement -

କିନ୍ତୁ ଚୁକ୍ତି ମୁତାବକ ତାରିଖ ଗଡ଼ି ଚାଲିଥିଲେ ହେଁ ସମ୍ପୃକ୍ତା ଶିକ୍ଷୟିତ୍ରୀ ଟଙ୍କା ଫେରସ୍ତର ନାଁ ଧରୁନଥିବା ଯୋଗୁ ଠକାମୀର ଶିକାର ହୋଇଥିବା ମହିଳାମାନେ ବୁଧବାର ଉକ୍ତ ସ୍କୁଲ ପରିସରରେ ଧସେଇ ପଶି ଶିକ୍ଷୟିତ୍ରୀଙ୍କୁ ନିସ୍ତୁକ ପିଟି ତଳେ କଚାଡ଼ି ଦେଇଥିଲେ। ଏହି ଘଟଣା ନୀଳଗିରି ଥାନାକୁ ଯିବା ପରେ ସ୍ଥାନୀୟ ପୁଲିସ ପୂର୍ବ ମାମଲା ଅନୁସାରେ ତାଙ୍କୁ କୋର୍ଟଚାଲାଣ କରିଥିଲା। କିନ୍ତୁ ହାଇକୋର୍ଟଙ୍କ ନିର୍ଦେଶମତେ ତାଙ୍କୁ କୋର୍ଟରୁ ଛାଡ଼ି ଦିଆଯାଇଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଉପରୋକ୍ତ ଘଟଣା ସମ୍ପର୍କରେ ସମ୍ପୃକ୍ତା ଶିକ୍ଷୟିତ୍ରୀଙ୍କୁ ପଚରାଯିବାରୁ ତାଙ୍କ ବିରୋଧରେ ଉଠା ଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories