www.samajalive.in
Friday, December 5, 2025
17.1 C
Bhubaneswar

ଏସ-୪୦୦ କ୍ଷେପଣାସ୍ତ୍ର ଚୁକ୍ତିକୁ ନେଇ ଭାରତ-ରୁଷ କମ୍ପାନୀ ନିଜ ନିଷ୍ପତ୍ତିରେ ଅଟଳ

ନୂଆଦିଲ୍ଲୀ: ରୁଷିଆ ନିକଟରୁ ଯୁଦ୍ଧାସ୍ତ୍ର ଓ ଆନୁଷଙ୍ଗିକ ଉପକରଣ ଖରିଦ ନକରିବାକୁ ଭାରତ ଉପରେ ଆମେରିକା ପକ୍ଷରୁ ବର୍ଦ୍ଧିତ ଚାପ ସତ୍ତେ୍ୱ ଭାରତ ଓ ରୁଷ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଦ୍ୱିପାକ୍ଷିକ ସଂପର୍କକୁ ଅଧିକ ନିବିଡ କରିବାକୁ ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି। ଏପରିକି ‘ମେକ୍‍ ଇନ ଇଣ୍ଡିଆ’ ଯୋଜନାରେ ଭାରତରେ ମସ୍କୋ ପକ୍ଷରୁ ରୁଷୀୟ ଅସ୍ତ୍ରଶସ୍ତ୍ର ୟୁନିଟ ସ୍ଥାପନ ପାଇଁ ଯୋଜନା କରାଯାଉଥିବା ଜଣାଯାଇଛି।
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭରୋଭଙ୍କ ମଧ୍ୟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଭାରତ ଗସ୍ତ ଶେଷକରି ଲାଭରୋଭ ମଙ୍ଗଳବାର ସଂଧ୍ୟାରେ ଇସଲାମାବାଦ ଯାଇଛନ୍ତି।
ବୈଠକ ପରେ ଜୟଶଙ୍କରଙ୍କ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଲାଭରୋଭ କହିଥିଲେ, ‘ମେକ୍‍ ଇନ ଇଣ୍ଡିଆ’ ଯୋଜନାରେ ଭାରତରେ ଅଧିକ ରୁଷୀୟ ସାମରିକ ଉପକରଣ ନିର୍ମାଣ ସମ୍ଭାବନା ସମ୍ପର୍କରେ ଆଲୋଚନା ହୋଇଛି। ଦୁଇଦେଶ ସେମାନଙ୍କ ମଧ୍ୟରେ ପ୍ରତିରକ୍ଷା ଓ ବୈଷୟିକ ସହଯୋଗକୁ ଅଧିକ ନିବିଡ କରିବାକୁ ଯାଉଛନ୍ତି।
ମସ୍କୋଠାରୁ ଭାରତ ଏସ-୪୦୦ କ୍ଷେପଣାସ୍ତ୍ର ଖରିଦ କରିବା ସଂପର୍କରେ ଲାଭରୋଭ କହିଥିଲେ ଯେ, ନୂଆଦିଲ୍ଲୀ ପକ୍ଷରୁ ଏଥିରେ  ପରିବର୍ତ୍ତନ କରାଯାଇଥିବା ସେ ମନେ କରୁନାହାନ୍ତି ଏବଂ ଏହି ଚୁକ୍ତି ସୁରୁଖୁରୁରେ ସଂପାଦନ ହେବାକୁ ଯାଉଛି। ଭାରତ ଓ ରୁଷ ମଧ୍ୟରେ ହୋଇଥିବା ୫.୨ ବିଲିଅନ ଡଲାର ମୂଲ୍ୟର ଏସ-କ୍ଷେପଣାସ୍ତ୍ର କ୍ରୟ ଚୁକ୍ତି ନୂଆଦିଲ୍ଲୀ ଏବଂ ୱାଶିଂଟନ ମଧ୍ୟରେ ମୁଖ୍ୟ ଅସନ୍ତୋଷର ବିଷୟ ହୋଇଛି। ୨୦୧୭ରେ ସିଏଏଟିଏସ୍‍ଏ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଏହି ଚୁକ୍ତି ଚୂଡାନ୍ତ ହୋଇସାରିଥିଲା ବୋଲି ୱାଶିଂଟନକୁ ନୂଆଦିଲ୍ଲୀ ଅବଗତ କରାଇସାରିଛି। ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ଗତମାସରେ ଭାରତ ଗସ୍ତରେ ଆସିଥିବା ଅବସରରେ ଭାରତ ମସ୍କୋ ନିକଟରୁ ଏସ-୪୦୦ କ୍ଷେପଣାସ୍ତ୍ର ଖରିଦ କରୁଥିବା ପ୍ରସଙ୍ଗ ଉଠାଇଥିଲେ ଏବଂ ଏଥିପାଇଁ ଭାରତ ବିରୁଦ୍ଧରେ କଟକଣା ଲାଗୁ ସମ୍ଭାବନା ରହିଥିବା ସୂଚନା ମଧ୍ୟ ଦେଇଥିଲେ।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories