www.samajalive.in
Friday, December 5, 2025
26.1 C
Bhubaneswar

ବିଜେବିରେ ଆଉ ଜଣେ ଛାତ୍ରୀଙ୍କୁ କରୋନା, ଯୁକ୍ତ ଦୁଇ ପ୍ରିବୋର୍ଡ ପରୀକ୍ଷା ବାତିିଲ

ଭୁବନେଶ୍ୱର: ଦୁଇ ଦିନ ପୂର୍ବେ ବିଜେବି କନିଷ୍ଠ ମହାବିଦ୍ୟାଳୟର ଜଣେ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଆଉ ଜଣେ ବିଦ୍ୟାର୍ଥୀ ସଂକ୍ରମିତ ହୋଇଛନ୍ତି। ଏନେଇ ମହାବିଦ୍ୟାଳୟ ପକ୍ଷରୁ ନୋଟିସ୍‌ ପ୍ରକାଶ କରାଯାଇଛି। ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ମଙ୍ଗଳବାର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଉକ୍ତ ଛାତ୍ରୀ ବିଜ୍ଞାନ ପାଠ୍ୟକ୍ରମର ହୋଇଥିବାବେଳେ ରାଜଧାନୀରେ ରହୁଛନ୍ତି। ପୂର୍ବରୁ ଜଣେ ବାଣିଜ୍ୟ ବିଭାଗର ଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିଲେ। ତିନି ଦିନରେ ଦୁଇ ଛାତ୍ରୀ କରୋନା ସଂକ୍ରମିତ ହେବା ପରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିଏମ୍‌ସି ଅଧିକାରୀଙ୍କ ସହ କଥା ହେବା ସହ ତୁରନ୍ତ କୋଭିଡ ପରୀକ୍ଷା କ୍ୟାମ୍ପ୍‌ କରିବାକୁ ଅନୁରୋଧ କରିଛନ୍ତି।

ଖୁବ୍‌ଶୀଘ୍ର ଶିକ୍ଷାନୁଷ୍ଠାନର ଛାତ୍ରାବାସ ଓ ଛାତ୍ରୀନିବାସରେ କରୋନା ପରୀକ୍ଷା କରାଯିବ। ସଂକ୍ରମିତ ଛାତ୍ରୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବିଦ୍ୟାର୍ଥୀ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ସେହିପରି ସଂକ୍ରମିତ ଛାତ୍ରୀଙ୍କ ସହ ମିଶିଥିବା ସବୁ ବିଦ୍ୟାର୍ଥୀ ତୁରନ୍ତ ଆରଟିପିସିଆର ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।

- Advertisement -

ଅନ୍ୟପକ୍ଷରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରିଟେଷ୍ଟ ପରୀକ୍ଷାକୁ ବାତିଲ କରାଯାଇଛି। ଆଗକୁ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଇଂରାଜୀ ଓ ସାହିତ୍ୟ ପରୀକ୍ଷା ହୋଇଥିବା ବେଳେ ହେବାକୁ ଥିବା ଅନ୍ୟ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories