www.samajalive.in
Sunday, December 14, 2025
19.1 C
Bhubaneswar

ମହମାରୀର ରୁପ ନେଲା ନେଉଛି ଡେଙ୍ଗୁ, ଆକ୍ରାନ୍ତଙ୍କ ସଂଖ୍ୟା ୫୭କୁ ବୃଦ୍ଧି

କୋକସରା: ଲଡୁଗାଁରେ ଡେଙ୍ଗୁ ରୋଗ ଧିରେ ଧିରେ ମହାମାରୀ ରୁପ ନେଉଛି।ଏହାକୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ପଦକ୍ଷେପ ନେଉଥିବା କୁହାଯାଉଛି। କିନ୍ତୁ ଏହି ରୋଗ କମିବା ପରିବର୍ତ୍ତେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ସରକାରୀ ରିପୋର୍ଟ ଅନୁଯାୟୀ ରବିବାର ୧୨ା୮ ସୁଦ୍ଧା ୨୪ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ସୋମବାର  ଏହି ସଂଖ୍ୟା ୪୪କୁ ଛୁଇଥିଲା । ମଙ୍ଗଳବାର ଏହି ସଂଖ୍ୟା ୫୦କୁ ଟପି ୫୭ ହୋଇଛି। ଉଦବେଗର ବିଷୟ ହେଲା ଏହି ରୋଗ ଧିରେ ଧିରେ ଲଡୁଗାଁ ସୀମା ଡେଇଁ ଆଇଲିକୁ ମଧ୍ୟ ବ୍ୟାପିବାରେ ଲାଗିଲାଣି। ବର୍ତ୍ତମାନ ସୁଦ୍ଧା ସରକାରୀ ରିପୋର୍ଟ ଅନୁଯାୟୀ ଆଇଁଲି ଗାଁରେ ୨ଜଣ ରୋଗୀ ଚିହ୍ନଟ ହୋଇଥିବା କୁହାଯାଉଛି। ତେବେ ବେସରକାରୀ ତଥ୍ୟ ଅନୁଯାୟୀ ଆଇଁଲି ଗାଁରେ ଏହି ସଂଖ୍ୟା ୩ ବୋଲି ଚର୍ଚ୍ଚା ହେଉଛି। ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ଏହାକୁ ଅସ୍ୱୀକାର କରି କହିଛି ଆଇଁଲି ଗାଁର ଯେଉଁ ଦୁଇ ଜଣଙ୍କଠାରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଛି ସେମାନେ ନିୟମିତ ଲଡୁଗାଁ ଆସନ୍ତି ଏବଂ ଡେଙ୍ଗୁ ପ୍ରଭାବିତ ବସ୍ତିରେ କାମ କରନ୍ତି। ଚିହ୍ନଟ ରୋଗୀଙ୍କ ମଧ୍ୟରୁ ୨୦/୨୨ରୋଗୀ ଜଣରୋଗୀଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୧୩ଜଣ  ରୋଗୀ ଭବାନିପାଟଣାରେ ଅଛନ୍ତି।  ଅନ୍ୟମାନେ ଉନ୍ନତ ଚିକିତ୍ସା ପାଇଁ ହେଉ ଅବା ଅନ୍ୟକାରଣରୁ ଜିଲ୍ଳା କିମ୍ବା ରାଜ୍ୟ ବାହାରେ ଚିକିତ୍ସିତ ହେଉଛନ୍ତି। ମୋଟାମୋଟି କହିବାକୁ ଗଲେ ଳଡୁଗାଁରେ ଡେଙ୍ଗୁକୁ ନେଇ ଏକ ଗମ୍ଭୀର ପରିସ୍ଥିତି ଲାଗିରହିଛି। ସ୍ୱାସ୍ଥ୍ୟ ବିଭାଗ ୬ଟି ଟିମ କରି ଘର ଘର ବୁଲି ପରିସ୍ଥିତି ଉପରେ ନଜର ରଖିଛି। ଲଡୁଗାଁରେ ୨ଟି ଗାଁ କଲ୍ୟାଣ ସମିତି ରହିଛି। ଏମାନଙ୍କ ମୁଖ୍ୟ କାମ ହେଲା ଗାଁ ପରିମଳ ବ୍ୟବସ୍ଥା ସଜାଡିବା। କିନ୍ତୁ ଏହି ଦୁଇଟି ଗାଁ କଲ୍ୟାଣ ସମିତି ନାମମାତ୍ର ରହିଛି। ପ୍ରତିବର୍ଷ ଏହି କମିଟିକୁ  ୧୦୦୦୦(ଦଶ ହଜାର)ଟଙ୍କା ଅନୁଦାନ ମିଳିଥାଏ। ଡେଙ୍ଗୁକୁ ନେଇ ଲଡୁଗାଁ ଅଂଚଳରେ ଲୋକେ ଆତଙ୍କିତ ଥିବାବେଳେ ଏଠାକୁ ଶାସକଠୁଁ ଆରମ୍ଭ କରି ପ୍ରଶାସକ ସମସ୍ତେ  ଗସ୍ତ କରି ସମସ୍ୟା ଉପରେ ନଜର ରଖିଥିବା କହୁଛନ୍ତି। ଦ୍ୱିତିୟ ଦିନ ପାଇଁ ସ୍ଥାନିୟ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓ ଲଡୁଗାଁ ଗସ୍ତ କରି ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଓ ମିଲ ଗୁଡିକରୁ ବାହରୁଥିବା ବର୍ଜ୍ୟ ବସ୍ତୁ ଡେଙ୍ଗୁ ବ୍ୟାପିବାର ଏକ ମୁଖ୍ୟ କାରଣ ବୋଲି ଲୋକେ ଅଭିଯୋଗ କରିଛନ୍ତି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories