www.samajalive.in
Monday, December 15, 2025
15.1 C
Bhubaneswar

ବିହାରରେ ଆହୁରି ୧୪ ଆଶ୍ରୟସ୍ଥଳରେ ନାବାଳିକା ନିର୍ଯାତନା!

ପାଟନା: ମୁଜଫରପୁର ଆଶ୍ରୟ ଗୃହରେ ନାବାଳିକା ନିର୍ଯାତନା ଘଟଣା ସମଗ୍ର ଦେଶ ପାଇଁ ଏକ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଛି। ଟାଟା ଇନଷ୍ଟିଚ୍ୟୁଟ୍‍ ଅଫ ସୋସିଆଲ ସାଇନ୍ସ(ଟିସ) ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ କେବଳ ମୁଜଫରପୁର ନୁହେଁ ବିହାରର ଅନ୍ୟାନ୍ୟ ୧୪ଟି ଆଶ୍ରୟ ଗୃହରେ ମଧ୍ୟ ଅନୁରୂପ ସ୍ଥିତି ରହିଛି।
ମୁଜଫରପୁର ଘଟଣାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟ ୧୪ଟି ଆଶ୍ରୟ ଗୃହର କର୍ମକର୍ତ୍ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ନାହିଁ। ଅବଶିଷ୍ଟ ୧୪ଟି ଆଶ୍ରୟ ଗୃହରେ ଅନୁରୂପ ବଳାତ୍କାର ଓ ଅତ୍ୟାଚାର ସେଠାକାର ନାବାଳିକା ଓ ନାବାଳକ ଅନ୍ତେବାସୀଙ୍କୁ ଅତିଷ୍ଠ କରି ଦେଇଛି। ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ସମ୍ପର୍କରେ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ନାବାଳିକା ବଳାତ୍କାରର ଶିକାର ହୋଇ କିଛି ଯୁବତୀ ଅନ୍ତସତ୍ତ୍ୱା ହୋଇଥିବାବେଳେ କିଛି ଅପ୍ରାପ୍ତ ବୟସରେ ନବଜାତ ଶିଶୁକୁ ଜନ୍ମ ଦେଇ ଉକ୍ତ ଆଶ୍ରୟ ଗୃହରେ କାଳାତିପାତ କରୁଛନ୍ତି।
୧୦୦ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ ରାଜ୍ୟର ୩୪ଜିଲାରେ ଅବସ୍ଥିତ ମୋଟ୍‍ ୧୧୦ଟି ଆଶ୍ରୟ ଗୃହର ସ୍ଥିତି ସମ୍ପର୍କରେ ବିଶଦ ତଥ୍ୟ ରହିଛି। ରିପୋର୍ଟ ଅନୁଯାୟୀ, ୧୪ଟି ସମ୍ବେଦନଶୀଳ ଆଶ୍ରୟସ୍ଥଳରେ ରହୁଥିବା ଅନ୍ତେବାସୀଙ୍କୁ ଗୃହ ବାହାରକୁ ଯିବା ଉପରେ ପ୍ରତିବନ୍ଧକ ରହିଛି। ଉଭୟ ବାଳକ ଓ ବାଳିକା ଅତ୍ୟାଚାରର ଶିକାର ହେଉଛନ୍ତି। ବାଳକ ଆଶ୍ରୟସ୍ଥଳରେ ରାତି ଖାଇବା ପରେ ଅନ୍ତେବାସୀଙ୍କୁ ଘର ଭିତରେ ବନ୍ଦ କରିଦିଆଯାଏ। ଏପରିକି ସେମାନଙ୍କୁ ରାତିରେ ଶୌଚ ହେବାକୁ ମଧ୍ୟ ଅନୁମତି ଦିଆଯାଏ ନାହିଁ। ସେମାନଙ୍କୁ ଘର ଭିତରେ ପରିସ୍ରା କରିବାକୁ ପଡ଼େ। ଘର ଭିତରେ ପରିସ୍ରା ପାଇଁ ଉଦ୍ଦିଷ୍ଟ ଏକାଧିକ ପ୍ଲାଷ୍ଟିକ୍‍ ବୋତଲ୍‍ ଦେଖିବାକୁ ମିଳିଥିଲା। ସେହିପରି ଝିଅଙ୍କ ପାଇଁ ଉଦ୍ଦିଷ୍ଟ କେତେକ ଆଶ୍ରୟ ଗୃହରେ ଆହୁରି ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥିବା ଜଣାପଡ଼ିଛି। ପୁଲିସ ଦ୍ୱାରା ବିଭିନ୍ନ ସମୟରେ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର ହୋଇଥିବା ଯେଉଁ ଯୁବତୀମାନଙ୍କୁ ସାମୟିକ ଭାବେ ଆଶ୍ରୟ ସ୍ଥଳରେ ରଖାଯାଉଥିଲା ସେମାନଙ୍କୁ ମଧ୍ୟ ଆଶ୍ରୟ ସ୍ଥଳର କର୍ମର୍କର୍ତ୍ତାମାନଙ୍କ ଲୋଲୁପ ଦୃଷ୍ଟିର ଶିକାର ହେବାକୁ ପଡ଼ୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories