ବିପଦସଂଙ୍କୁଳ ପାଲଟିଛି ଗଛ କିନ୍ତୁ କାହା ଦୃଷ୍ଟିରେ ପଡୁନି
ନର୍ଲା: ନର୍ଲା ଚାରିଛକ ରାଜରାସ୍ତା ପାର୍ଶ୍ବରେ ଦୀର୍ଘମାସ ହେଲା ଠିଆ ହୋଇଛି ଏକ ବିରାଟକାୟ ଶୁଖିଲା ଗଛ। ଗଛର ସଂପୂର୍ଣ୍ଣ ଉପରି ଭାଗର ଶାଖା ପ୍ରଶାଖା ଶୁଖି ଦୁର୍ବଳ ହୋଇସାରିଛି। ଗତକାଲି ସାମାନ୍ୟ ଶାଖାଟିଏ ଆକସ୍ମିକ ରାଜରାସ୍ତାରେ ପଡି ବିପଦର ସଂକେତ ଦେଇସାରିଛି। ଅବଶ୍ୟ କାହାର କିଛି କ୍ଷତି ହୋଇନାହିଁ। ତେବେ ଆଗକୁ କେତେବେଳେ ଆକସ୍ମିକ ବିରାଟକାୟ ଶାଖାଗୁଡିକ ଟଳି ପଡିବ ତାହା କାହାକୁ ଜଣା ନାହିଁ। ଏ ସଂପର୍କରେ ସମାଜରେ ଖବର ପ୍ରସାରିତ ଆଗରୁ ହୋଇସାରିଛି। ତଥାପି ପୂର୍ତ ବିଭାଗ,ଅଗ୍ନିଶମ ଅଥବା ନର୍ଲା ପ୍ରଶାସନ ହାତ ବାନ୍ଧି ବସିଛି। ଗଛ ତଳେ କ୍ୟାବିନ ରହିଛି ଯେଉଁଠି ବ୍ୟବସାୟୀମାନେ ଦୋକାନ କରିଛନ୍ତି। ଏହି ଛକର ସବୁଠାରୁ ଗହଳି ହୁଏ ସଂପୃକ୍ତ ଦୋକାନ ଗୁଡିକରେ। ଗଛଟିର ଅଧାଭାଗ ରାଜରାସ୍ତା ଆଡକୁ ମୁହାଁଇ ଥିବା ବେଳେ ଅଧା ଭାଗ ସଂପୃକ୍ତ ଦୋକାନ ଉପରେ ପଡିବ। ତେବେ ଅକାରଣେ କେତେବେଳେ ଯେ ଦୋକାନ ସହିତ ଦୋକାନୀ ଓ ଗ୍ରାହକଙ୍କ ଜୀବନ ଚାଲିଯିବା ତାହା କିଏ କହିବ। ଏପରିକି ରାଜରାସ୍ତାରେ ଯାଉଥିବା ଗାଡି, ପଥିକମାନଙ୍କ ପାଇଁ ମଧ୍ୟ ଏହି ଗଛ ବିପଦ ପାଲଟିଛି।
Related Posts
Comments are closed.