www.samajalive.in
Monday, December 15, 2025
15.1 C
Bhubaneswar

ଟିଏମସିର କୁଶାସନ ବିରୋଧରେ ମାତୃଶକ୍ତିଙ୍କ ରାଗ ଆକ୍ରୋଶର ରୂପ ନେଇଛି:ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପଶ୍ଚିମବଙ୍ଗର ମାତୃଶକ୍ତି ତଥା ମାଆ ଭଉଣୀମାନେ ଚଳିତ ନିର୍ବାଚନରେ ଟିଏମସିର ୧୦ ବର୍ଷର ଶାସନକୁ ପରିବର୍ତନ କରିବା ସହ ବିଜେପି ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରି ସୁନାର ବଙ୍ଗଳା ତିଆରି କରିବା ପାଇଁ କଟିବଦ୍ଧ ଅଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ପଶ୍ଚିମବଙ୍ଗ ନନ୍ଦିଗ୍ରାମର ସୋନଚୁରା, ବେରୁଲିଆ ବଜାର, ଗୋପାଳପୁର ଓ ଦେବୀପୁର ଠାରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ସମର୍ଥନରେ ଆୟୋଜିତ ମାତୃଶକ୍ତି ଜନସଭା ଏବଂ ନିର୍ବାଚନୀ ଶୋଭାଯାତ୍ରାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମାତୃଶକ୍ତି ଆଜି ମମତା ଦିଦିଙ୍କୁ ୧୦ ବର୍ଷ ଶାସନର ହିସାବ ମାଗୁଛନ୍ତି କିନ୍ତୁ ମମତା ଦିଦି ହିସାବ ଦେବା ବଦଳରେ ଲୋକଙ୍କ ସହ ଖେଳ ଖେଳୁଛନ୍ତି।

 

- Advertisement -

ବିଶ୍ୱକୁ ଶାନ୍ତି ଏବଂ ମାନବିକତାର ସଂସ୍କାର ଦେଇଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଗୁରୁଦେବ ରବିନ୍ଦ୍ରନାଥ ଟାଗୋର, ବଙ୍କିମଚନ୍ଦ୍ର ଚାଟାର୍ଜୀ ଏବଂ ମତଙ୍ଗିନି ହାଜାରଙ୍କ ଭଳି ମହାନ ବ୍ୟକ୍ତିବିଶେଷଙ୍କ ପବିତ୍ର ମାଟି ପଶ୍ଚିମବଙ୍ଗ ଆଜି ରକ୍ତରଞ୍ଜିତ ହୋଇଛି। ମମତା ଦିଦିଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ଅବସ୍ଥା ଶୋଚନୀୟ ହୋଇଛି। ସୋନାଚୁରା ଓ ନନ୍ଦିଗ୍ରାମରେ ଟିଏମସିର ୧୦ ବର୍ଷର କୁଶାସନ ବିରୋଧରେ ମାତୃଶକ୍ତିଙ୍କ ରାଗ ଆଜି ଆକ୍ରୋଶର ରୂପ ନେଇଛି। ଏଠାକାର ମାଆ ଏବଂ ଭଉଣୀମାନେ ନନ୍ଦିଗ୍ରାମର ଅପମାନ କରିଥିବା ଲୋକ ତଥା କଟମନୀ ଦେଉଥିବା ଲୋକଙ୍କୁ ଠିକ୍ ଉତର ଦେବା ପାଇଁ ମନ ବନାଇ ସାରିଛନ୍ତି। ପଶ୍ଚିମବଙ୍ଗରେ ବିଜେପି ଓ ଶୁଭେନ୍ଦୁ ଅଧିକାରୀଙ୍କୁ ଜିତାଇ ସୋନଚୁରା ଓ ନନ୍ଦିଗ୍ରାମର ମାଆ ଭଉଣୀମାନେ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିର୍ଣ୍ଣୟ କରି ସାରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories