www.samajalive.in
Saturday, December 6, 2025
26.1 C
Bhubaneswar

ଦୁଇ ବାଇକ ମୁହାଁମୁହିଁ ଜଣେ ମୃତ,୩ ଗୁରୁତର

କଂଟାବାଂଜି : ତୁରେକେଲା ଥାନା ଅନ୍ତର୍ଗତ ବଡବାଙ୍କି ଗ୍ରାମ ମୁଣ୍ଡରେ ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ଜଣେ ମହିଳାଙ୍କ ମୃତ ହୋଇଛି ଓ ଅନ୍ୟ ୩ଜଣ ଗୁରୁତର ଅବସ୍ଥାରେ କଂଟାବାଂଜି ଓ ତୁରେକେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ତୁରେକେଲା ଥାନା ରୁ ମିଳିଥିବା ସୂଚନା ଅନୁସାରେ ଶନିବାର ସଂଧ୍ୟା ସାଢେ ସାତଟା ବେଳେ ଦୁଇ ଅଜଣା ବାଇକ ଆରୋହି ମଧ୍ୟରେ ସାମ୍ନା ସାମନି ଧକ୍କା ହେବାରୁ ଦୁଇଟି ବାଇକରେ ଦୁଇ ଜଣ ଲେଖାଏଁ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗୋଟିଏ ବାଇକର ଜଣେ ମହିଳା କଂଟାବାଂଜି ଡାକ୍ତରଖାନାକୁ ଆଣି ଚିକିତ୍ସା ହେବା ମଧ୍ୟରେ ପ୍ରବଳ ରକ୍ତଶ୍ରାବ ବନ୍ଦ ନ ହେବାରୁ ମୃତ୍ୟୁ ହୋଇଛି। ମହିଳା ଜଣକ(୪୫) ହୋଇଥିବା ବେଳେ ତାଙ୍କର ପରିଚୟ ଜଣାପଡି ନାହିଁ କିନ୍ତୁ ମୁରିବାହାଲ ବ୍ଲକ ଅଂଚଳର ବୋଲି ପ୍ରାଥମିକ ସୂଚନାରୁ ଜଣାପଡୁଛି। ସେହିପରି ଅନ୍ୟ ୩ଜଣଙ୍କ ମଧ୍ୟରୁ ଜଣେ କଂଟାବାଂଜି ଥାନା ସିମାନିବାହାଲ ଗାଁ ର ଯଶୋଦା ମାଝି( ୧୭) ତାର ଗୋଡଭାଂଗି ଗୁରୁତର ଅବସ୍ଥାରେ କଂଟାବାଂଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତ। ଅନ୍ୟ ଦୁଇ ବାଇକ ଚାଳକ ତୁରେକେଲା ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିବାର ସୂଚନା ଜଣାପଡିଛି। ଏହା ଉପରେ ତୁରେକେଲା ଥାନା ଆଇ.ଆଇ.ସି. କମଲ କିଶୋର ବେହେରା ଅଧିକ ଅନୁସଂଧାନ କରୁଥିବା ମଧ୍ୟରେ ବାଇକ ଦୁଇଟି ର ନଂ.ଓଡି-୦୩କେ-୧୨୨୪ ଅନ୍ୟଟି ଓଡି୨୬ଇ-୪୩୯୪ ବୋଲି କହିଛନ୍ତି।

 

- Advertisement -

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories