www.samajalive.in
Sunday, December 14, 2025
14.1 C
Bhubaneswar

୭୧ଟି ଦେଶକୁ ଭାରତ ଦେଇଛି ସ୍ୱଦେଶରେ ନିର୍ମିତ ୫ କୋଟି ୮୬ ଲକ୍ଷ କୋଭିଡ ଟିକା

ବିଶ୍ୱରେ କୋଭିଡ୍‍ ମହାମାରୀର ଭୟାବହତାକୁ ହ୍ରାସ କରାଇବା ଉଦ୍ଦେଶ୍ୟରେ ଭାରତ ଆଜି ସୁଦ୍ଧା ୭୧ଟି ଦେଶକୁ ସ୍ୱଦେଶରେ ନିର୍ମିତ ୫ କୋଟି ୮୬ ଲକ୍ଷରୁ ଊର୍ଦ୍ଧ୍ବ କୋଭିଡ ପ୍ରତିଷେଧକ ଡୋଜ୍‍ ଯୋଗାଇ ଦେଇଛି। ସେଥିମଧ୍ୟରୁ ମୈତ୍ରୀ ଯୋଜନା ଅଧୀନରେ ବିନା ମୂଲ୍ୟରେ ୩୭ଟି ଦେଶକୁ ୮୧ ଲକ୍ଷରୁ ଊର୍ଦ୍ଧ୍ବ ପ୍ରତିଷେଧକ ଡୋଜ୍‍ ଯୋଗାଇ ଦିଆଯାଇଛି। ବାଂଲାଦେଶ, ମିଆଁମାର, ନେପାଳ, ଭୂଟାନ, ମାଳଦୀପ, ମରିସସ୍‍, ଶ୍ରୀଲଙ୍କା, ସେଚେଲ୍ସ, ବାହାରିନ୍‍, ଓମାନ ଓ ଆଫଗାନିସ୍ଥାନ ସମେତ ଅନ୍ୟକେତେକ ଦେଶକୁ ଏହି ଯୋଜନା ଅଧୀନରେ କୋଭିଡ ଡୋଜ୍‍ ଦିଆଯାଇଛି। ଏହି ଯୋଜନା ଅଧୀନରେ ଦେଢ଼ମାସରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ଦେଶକୁ କୋଭିଡ ଭାକ୍ସିନ୍‍ ଯୋଗାଣ କରାଯାଉଛି।

ସେହିପରି ୧ କୋଟି ୬୫ଲକ୍ଷ ଡୋଜ୍‍ କୋଭାକ୍ସ ଯୋଜନା ଅଧୀନରେ ପ୍ରାୟ ୩୧ଟି ଦେଶକୁ ଯୋଗାଇ ଦିଆଯାଇଛି।ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୩ କୋଟି ୩୯ଲକ୍ଷରୁ ଊର୍ଦ୍ଧ୍ବ ପ୍ରତିଷେଧକ ଡୋଜ୍‍ ୨୪ଟି ଦେଶକୁ ବ୍ୟାବସାୟିକ ଭିତ୍ତିରେ ପଠାଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories