www.samajalive.in
Sunday, December 14, 2025
26.1 C
Bhubaneswar

ଅମ୍ବାନୀଙ୍କ ଘର ସମ୍ମୁଖରେ ବିସ୍ଫୋରକ ରଖିବା ଘଟଣା, ଆସିଷ୍ଟାଣ୍ଟ ପୁଲିସ ଇନ୍ସପେକ୍ଟର ସଚିନ ୱାଜେ ଗିରଫ

ଜାତୀୟ ତଦନ୍ତକାରୀ ସଂସ୍ଥା – ଏନ୍‍.ଆଇ.ଏ. ଆସିଷ୍ଟାଣ୍ଟ ପୁଲିସ ଇନ୍ସପେକ୍ଟର ସଚିନ ୱାଜେଙ୍କୁ ଗତକାଲି ମଧ୍ୟରାତ୍ରିରେ ଗିରଫ କରିଛି। ଦୀର୍ଘ ୧୨ ଘଣ୍ଟା ଜେରା କରିବା ପରେ ଏନ୍‍.ଆଇ.ଏ. ଏଭଳି ପଦକ୍ଷେପ ଗ୍ରହଣ କରିଛି। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରେ ବିସ୍ଫୋରକ ସାମଗ୍ରୀ ରଖିବା ଘଟଣାରେ ୱାଜେଙ୍କ ସନ୍ଦେହଜନକ ଭୂମିକା ନେଇ ଏହି ଗିରଫଦାରି କରାଯାଇଛି। ଏନ୍‍.ଆଇ.ଏ କହିଛି, ଗତମାସ ୨୫ତାରିଖରେ ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରେ ବିସ୍ଫୋରକ ସାମଗ୍ରୀ ବୋଝେଇ ଗାଡ଼ି ରଖିବା ଘଟଣାରେ ତାଙ୍କର ସମ୍ପୃକ୍ତି ରହିଛି। ଏଥିଲାଗି ଆଇ.ପି.ସିର ୨୮୬, ୪୬୫ ଓ ୪୭୩ ସମେତ ବିଭିନ୍ନ ଧାରାରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ଗତ ସୋମବାର ଦିନ ଏନ୍‍.ଆଇ.ଏ ଏହି ମାମଲାର ତଦନ୍ତଭାର ଗ୍ରହଣ କରିଥିଲା। ପୂର୍ବରୁ ସଚିନ୍‍ ଥାନେ ସ୍ଥିତ ସେସନ ଅଦାଲତରେ ଆଗୁଆ ଜାମିନ୍‍ ଆବେଦନ କରିଥିଲେ।

ତେବେ ଅଦାଲତ ସଚିନ୍‍ଙ୍କୁ ଆଗୁଆ ଜାମିନ୍‍ ମଞ୍ଜୁର କରିବାକୁ ଅଗ୍ରାହ୍ୟ କରିବା ସହ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ମୁମ୍ବାଇ ପୁଲିସର କ୍ରାଇମ୍‍ବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିଲା ଏବଂ ସଚିନ ୱାଜେ ନିଜେ ଏହାର ତଦନ୍ତକାରୀ ଅଧିକାରୀ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories