ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା, ପଞ୍ଜିକୃତ ହେଲେଣି ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁଚର୍ଚ୍ଚିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣ ନିମନ୍ତେ ଆଜି ହେଉଛି ପଞ୍ଜୀକରଣର ଶେଷ ଦିବସ। ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୩୨ ହଜାରରୁ ଅଧିକ ଛାତ୍ରଛାତ୍ରୀ, ୨ ଲକ୍ଷ ୬୦ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୯୨ ହଜାରରୁ ଅଧିକ ଅଭିଭାବକ ପଞ୍ଜିକୃତ ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ୧୫୦୦ ଛାତ୍ରଛାତ୍ରୀ, ୨୫୦ ଜଣ ଅଭିଭାବକ ଓ ୨୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଚୟନ କରାଯିବ। ଚଳିତ ଥର ଏହା ଅନଲାଇନ ମାଧ୍ୟମରେ ଆୟୋଜିତ ହେବ। ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ କରିବା ଓ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଥିବା ଏକ୍ସଜାମ୍ ୱାରିୟରର ଏକ ଅଂଶଭାବେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
ଏଥିରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ www.mygov.in/ ୱେବସାଇଟରେ ଥିବା innovateindia.mygov.in/ppc-2021/ ଲିଙ୍କରେ ପଞ୍ଜୀକରଣ କରିବାକୁ ପଡିବ। କାର୍ଯ୍ୟକ୍ରମର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଚଳିତବର୍ଷ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ କଥାବାର୍ତ୍ତା କରିବେ।
Comments are closed.