www.samajalive.in
Sunday, December 14, 2025
17.1 C
Bhubaneswar

ଜୁନ୍‍ ୨୮ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ୫୬ ଦିନ ଧରି ହେବାକୁ ଥିବା ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା ଜୁନ୍‍ ୨୮ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖରେ ଶେଷ ହେବ। ଶ୍ରୀ ଅମରନାଥଜୀ ସ୍ରାଇନ୍‍ବୋର୍ଡ୍‍ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗତବର୍ଷ କୋଭିଡ୍‍ ନାଇଣ୍ଟିନ୍‍ କାରଣରୁ ଅମରନାଥ ଯାତ୍ରା ବାତିଲ କରାଯାଇଥିଲା। ବୋର୍ଡର ଅଧିକାରୀମାନେ କହିଛନ୍ତି, ଜୁଲାଇ ୨୧ ତାରିଖରୁ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାର ଥିଲା। କିନ୍ତୁ କରୋନା ସଂକ୍ରମଣ ହାର ବୃଦ୍ଧିକୁ ଦୃଷ୍ଟିରେ ରଖି ଯାତ୍ରା ଅବଧିରେ ପରିବର୍ତ୍ତନ କରାଯାଇଛି।

କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଯାତ୍ରା ସମୟରେ କୋଭିଡ୍‍ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବା ପାଇଁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବଭଳି ସକାଳ ଓ ସନ୍ଧ୍ୟା ଆଳତୀ ସମେତ ଭର୍ଚୁଆଲ୍‍ ଦର୍ଶନ ଓ ସିଧାସଳଖ ପ୍ରସାରଣ ଜାରି ରହିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଲିଡର ଉପତ୍ୟକାର ଶେଷ ଭାଗରେ ଥିବା ଏକ ସଂକୀର୍ଣ୍ଣ ଗଣ୍ଡର ୩ହଜାର ୮୮୮ ମିଟର ଉଚ୍ଚରେ ଅମରନାଥ ପୀଠ ଅବସ୍ଥାପିତ। ଏହା ପହଲଗାଓଁଠାରୁ ୪୬ କିଲୋମିଟର ଓ ବଲଟଲ୍‍ଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories