ପିପିଲି : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନ ଏବଂ ଓଡିଶା କଂଗ୍ରେସର ୧୦୦ବର୍ଷ ପୂର୍ତ୍ତି ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଶନିବାର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗର ବେରବୋଇ ସ୍ଥିତ ପବିତ୍ର ଗାନ୍ଧୀ ସ୍ମୃତିପୀଠ ଠାରୁ ପୂର୍ବାହ୍ନରେ ଏହି ପଦଯାତ୍ରା ବାହାରି ରେଞ୍ଚ, ଜୋକନଡୁଆ, ପଲ୍ଲୀ, ସହଜପୁର, ରାଇଗରପୁର, ଜନାର୍ଦ୍ଦନପୁର, ସିଂହାରପୁର, ଝିଲିମିଲିପାଟଣା, ମଙ୍ଗଳପୁର ଦେଇ ଅପରାହ୍ନରେ ଦାଣ୍ଡମୁକୁନ୍ଦପୁର ସ୍ଥିତ ବାଲିପଡିଆ ଠାରେ ଶେଷ ହୋଇଥିଲା । ଏଥିରେ ରାଜ୍ୟ କଂଗ୍ରେସ ଦଳର ବରିଷ୍ଠ ନେତା, ନେତ୍ରୀଙ୍କ ସମେତ ୩ହଜାରରୁ ଉର୍ଦ୍ଧ୍ବ କର୍ମୀ, ସମର୍ଥକ ଓ ସେବାଦଳର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ ।
ଏହି ଅବସରରେ ପୁରୀ ଜିଲା କଂଗ୍ରେସ କମିଟିର ସଭାପତି ଅଜିତ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ବାଲିପଡିଆ ଠାରେ ଅନୁଷ୍ଠିତ ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ମହିଳା କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର, ସତ୍ୟପ୍ରକାଶ ନାୟକ, ରାଜ୍ୟ ମହିଳା କଂଗ୍ରେସ ସଂପାଦିକା ନିରୁପମା ପାତ୍ର, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ବିଶ୍ୱଭୂଷଣ ଦାସ, ଯୁବନେତା ମାନସ ଆଚାର୍ଯ୍ୟ, ପିପିଲି ବ୍ଲକ କଂଗ୍ରେସ କମିଟି ସଭାପତି ଜିତୁପ୍ରକାଶ ପରିଡା, ରବି ଦାଶ, ଉମାକାନ୍ତ ବରାଳ, ପ୍ରକାଶ ପ୍ରଧାନ, ସେବାଦଳ ପ୍ରଭାରୀ ଅଜିତ କୁମାର, ଦୁର୍ଗା ଦାସ, ମୁନୁ ସରାଫ, ନଳିନୀ ବେହେରା, ଉମାପଦ ମିଶ୍ର, ତୃପ୍ତି ଦାସ, ଅଶୋକ ନାଥ, ବିଶ୍ୱକେସନ ହରିଚନ୍ଦନ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱାଧିନତା ସଂଗ୍ରାମର ଇତିହାସ ଓ ୧୯୨୧ରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନ ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିବା ସହ ଯୁବପିଢିଙ୍କୁ ସେବାଦଳରେ ସାମିଲ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । କଂଗ୍ରେସ ଦଳର ନୀତି ଓ ଆଦର୍ଶ ସଂପର୍କରେ ନେତାମାନେ ଆଲୋକପାତ କରିବା ସହ ଗାନ୍ଧିଜୀଙ୍କ ନିତୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ଅଧିକ ମଜଭୁତ କରିବା ପାଇଁ ସମସ୍ତେ ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ କର୍ମୀମାନଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଶେଷରେ ପିପିଲି ବ୍ଳକ କଂଗ୍ରେସ କମିଟିର ସଭାପତି ଜିତୁପ୍ରକାଶ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୁର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।



