www.samajalive.in
Monday, December 15, 2025
14.1 C
Bhubaneswar

ବଞ୍ଚିଛି ମାନବିକତା ….” ନିଷ୍ଠା ” ଦ୍ଵାରା ଅଜଣା ବୃଦ୍ଧାର ଥଇଥାନ

ରେଙ୍ଗାଲିକ୍ୟାମ୍ପ : ଆଜିକାଲି ପରିଣତ ବୟସରେ ମଣିଷଟି ପରିବାର ପାଇଁ ବୋଝ ଓ ଅଦରକାରୀ ଫାଲଟଇ ଯାଉଛନ୍ତି। ମାନବିକତାର ଶୂନ୍ୟ ସ୍ତରକୁ ଓହ୍ଲାଇ ଆସି ନିଜର ମାଆ ଓ ବାପାଙ୍କୁ ଅଦରକାରୀ ମନେ କରି ରାସ୍ତାକଡ଼ରେ ଫିଙ୍ଗି ଦେଇ ଆସୁଥିବା ଆଜିର ଶିକ୍ଷିତ ସମାଜ ବୋଧ ନିଜର କର୍ତ୍ତବ୍ୟ ଓ ଦାୟିତ୍ଵ ଭୁଲି ଯାଇଛନ୍ତି। ହେଲେ ଆଜି ବି ସମାଜରେ କିଛି ଲୋକ ଅଛନ୍ତି ଯେଉଁମାନେ “ବସୁଧୈବ କୁଟୁମ୍ବକମ୍” ନୀତିକୁ ଅନୁସରଣ କରି ସାରା ସଂସାରକୁ ଆପଣାର କରିନିଅନ୍ତି। ଏପରି ଏକ ମାନବିକତା ବୋଧ ରଖୁଥିବା କିଛି ଲୋକଙ୍କୁ ନେଇ ଗଠିତ ହୋଇଛି ଏକ ଅନୁଷ୍ଠାନ “ନିଷ୍ଠା” । ଯେଉଁ ଅନୁଷ୍ଠାନ ସବୁବେଳେ ଅନ୍ୟକୁ ସାହାଯ୍ୟ କରିବା ପାଇଁ  କର୍ମତତ୍ପର ହୋଇ ଉଠେ। ଏହିଭଳି ଏକ ସମାଜ ସେବା ମୂଳକ କାମରେ ଆଜି ” ନିଷ୍ଠା ”  ର ତତ୍ପରତା ଦେଖିବାକୁ ମିଳିଥିଲା ଅତାବିରାରେ। ବ୍ଲକ କାର୍ଯ୍ୟାଳୟର ବାରଣ୍ଡାରେ ନିଜ ପରିବାର ଦ୍ଵାରା ପରିତ୍ୟକ୍ତ ହୋଇଥିବା ଏକ ଅଜଣା ବୃଦ୍ଧା ଗତକାଲି ସନ୍ଧ୍ୟା ଠାରୁ ବସିରହି ଚାହିଁ ରହିଥିଲା ସହାୟତାର ହାତକୁ। ବୟସ ଆନୁମାନିକ ୭୦ରୁ ଉର୍ଦ୍ଧ୍ବ ହେବ। ଭଲ ଭାବରେ ଶୁଣି ପାରୁନଥିବା ଏହି ବୃଦ୍ଧାଙ୍କୁ ” ନିଷ୍ଠା ” ର ସଭ୍ୟ ତଥା ଟୋପ ପଞ୍ଚାୟତ କାର୍ଯ୍ୟାଳୟର ସମ୍ପାଦକ ଝସକେତନ୍ ମହାପାତ୍ର ଖାଇବାକୁ ଦେଇ ତାକୁ ସହାୟତାର ହାତ ବଢ଼ାଇଥିଲେ । ତାର ପରିଚୟ ମାଗିଲେ ବୃଦ୍ଧା ଜଣକ  ନିଜର ନାମ ବସନ୍ତ କହର ବୋଲି କହୁଥିଲା। ଆଉ ଠିକଣା ପଚାରିଲେ କେତେବେଳେ ବିଡିଓଙ୍କ ମାଆ ବୋଲି କହୁଥିଲା ତ୍ ଆଉ କେତେବେଳେ ଧାଙ୍ଗେର ଗ୍ରାମର ତ ପୁଣି କେତେବେଳେ ବରଗଡ଼ କେନାଲ କଡର ବୋଲି କହୁଥିଲା। ଶ୍ରୀ ମହାପାତ୍ର ତାର ପ୍ରକୃତ ଠିକଣା ପାଇଲେ ତାଙ୍କ ଘରେ ନେଇ ଛାଡ଼ିବା ପାଇଁ ପ୍ରୟାସ ଜାରି ରଖିଥିଲେ। ହେଲେ ବୃଦ୍ଧାର କଥାରୁ କିଛି ସ୍ପଷ୍ଟ ଜଣାଗଲା ନାହିଁ। ତେଣୁ ସେ ବାଧ୍ୟ ହୋଇ ନିଜ ପକେଟରୁ ପଇସା ଖର୍ଚ୍ଚ କରି ଏକ ଗାଡ଼ିରେ ଉକ୍ତ ବୃଦ୍ଧାଙ୍କୁ ଅତାବିରା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ଭେଡେନ ର ଅଲିଭା ବୃଦ୍ଧାଶ୍ରମକୁ ଅତାବିରା ଜନମଙ୍ଗଳ ଅଧିକାରୀ ଆମ୍ବୁଜାକ୍ଷର ପ୍ରଧାନ, ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଯୋଗିନାଥ ବେହେରାଙ୍କ ଉପସ୍ଥିତିରେ ପଠାଇଥିଲେ। ଏହା ସହ ଖାଇବା ଜିନିଷ ସହ ପାଣି ବୋତଲ ବି କିଣି ଦେଇ ସାଙ୍ଗରେ ଦେଇଥିଲେ। ଏଥିପାଇଁ “ନିଷ୍ଠା “କୁ ଅଞ୍ଚଳରେ ସାଧୁବାଦ୍ ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories