www.samajalive.in
Sunday, December 14, 2025
17.1 C
Bhubaneswar

ଗୋପାଳପୁରରେ ଅଘଟଣ ; ବାନାନା ବୋଟରେ ମଜ୍ଜା ନେଉଥିବା ବେଳେ ସମୁଦ୍ରରେ ବୁଡିଗଲେ ପର୍ଯ୍ୟଟକ

ଗୋପାଳପୁର : ସମୁଦ୍ର ମଧ୍ୟରେ ଦୁଃସାହସିକ ଜଳକ୍ରୀଡାର ମଜ୍ଜା ନେଉଥିବା ପର୍ଯ୍ୟଟକଙ୍କ ଏକ ବୋଟ ଆକସ୍ମିତ ଭାରସାମ୍ୟ ହରାଇ ମଝି ସମୁଦ୍ରରେ ଓଲଟି ପଡିବା ଫଳରେ ସେଥିରେ ବସିଥିବା ପର୍ଯ୍ୟଟକମାନେ ଆହତ ହୋଇଥିଲେ ମଧ୍ୟ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡିଛି। ଆଜି ଅପରାହ୍ନ ୪ଟା ବେଳେ ଗୋପାଳପୁର ବୁଲିବାକୁ ଆସୁଥିବା କେତେକ ପର୍ଯ୍ୟଟକଙ୍କ ମଧ୍ୟରୁ ପ୍ରାୟ ୯ ଜଣ ନାବଳକ ସମେତ ବ୍ୟୟଜ୍ୟେଷ୍ଠ ପର୍ଯ୍ୟଟକ ମାନେ ୨୦୦ ଟଙ୍କା ଲେଖାଏଁ ଟିକଟ କାଟି ବାନାନା ବୋଟରେ ସମୁଦ୍ର ମଧ୍ୟରେ ଦୁଃସାହସିକ କ୍ରୀଡାର ମଜ୍ଜା ନେବା ପାଇଁ ଯାଇଥିଲେ। କିନ୍ତୁ ଦୃତ ଗତିରେ ବୋଟ ଚାଳନା ସହ ସମୁଦ୍ର ଅଶାନ୍ତ ରହିଥିବାରୁ ଅଚାନକ ବୋଟଟି ଓଲଟି ପଡିଥିଲା। ସୈଭାଗ୍ୟବଶତଃ ସମସ୍ତ ପର୍ଯ୍ୟଟକମାନେ ଲାଇଫ ଜ୍ୟାକେଟ ପିନ୍ଧିଥିବା ଯୋଗୁଁ ସମୁଦ୍ରରେ ବୁଡିବା ପରିବର୍ତ୍ତେ ଭାସିଥିଲେ ମଧ୍ୟ କେତେକ ବ୍ୟୟଜ୍ୟେଷ୍ଠ ବୃଦ୍ଧ ଓ ବୃଦ୍ଧା ସମେତ ନାବଳକ ମାନେ ଡରିଯାଇ ସମୁ୍ଦ୍ର ଜଳରାଶିରେ ଭାସି ଯାଇଥିଲେ। ଏହି ସମୟରେ କୂଳରେ ଥିବା ବୋଟିଂ ଦାୟିତ୍ବରେ ଥିବା ରାଜସ୍ଥାନର ଡୁନିମା ଇଞ୍ଜିନିୟରସ୍‌ ଏବଂ ଡାଇଭରସ୍‌ ଏଣ୍ଟରପ୍ରାଇଜସ ର ଅନ୍ୟ କର୍ମଚାରୀ ମାନେ ତୁରନ୍ତ ଅନ୍ୟ ବୋଟରେ ସମୁଦ୍ର ମଧ୍ୟକୁ ଯାଇ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଆଣିବାରେ ସକ୍ଷମ ହୋଇଥିଲେ। କିନ୍ତୁ ପ୍ରାୟ ୧୦ ମିନଟରୁ ଅଧିକ ସମୟ ଗଭୀର ସମୁଦ୍ରରେ ରହି ଯାଇଥିବାରୁ ପର୍ଯଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହ ବେଳାଭୂମିରେ ଥିବା ପୁଲିସ ଏଇଡ ପୋଷ୍ଟରେ ବୋଟ ପରିଚାଳନା ସଂସ୍ଥା ବିରୋଧରେ ଅଭିଯୋଗ କରିଥିବା ଜଣାପଡିଛି। ଘଟଣା ନେଇ ଗୋପାଳପୁର ଥାନା ଆଇଆଇସି  ବିବେକାନନ୍ଦ ମହନ୍ତଙ୍କ ସହ ଯୋଗାଯୋଗା ବେଳେ ସେ ସୂଚନା ଦେଇଥିଲେ ଯେ, ସମୁଦ୍ରରେ ଏକ ବାନାନା ବୋଟ ଓଲଟି ପଡିଥିବା ସହ ସମସ୍ତ ପର୍ଯ୍ୟଟକ ସୁରକ୍ଷିତ କୂଳକୁ ଫେରିଥିବା ଜଣାପଡିଛି‌। କିନ୍ତୁ ଏହି ବୋଟକୁ କିଏ ପରିଚାଳନା କରୁଛି କେଉଁ ନିୟମ ପାଳନ କରାଯାଉଛି ତାହା ନେଇ ତାଙ୍କ ନିକଟରେ କୈଣସି ତଥ୍ୟ ନଥିବା ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ, ରାଜସ୍ଥାନର ଡୁନିମା ଇଞ୍ଜିନିୟରସ କୁ ଗତ ୨୦୧୯ରେ ସମୁଦ୍ର ମଧ୍ୟରେ ଦୁଃସାହସିକ ଜଳକ୍ରୀଡା ପରିଚାଳନା କରିବା ନିମନ୍ତେ ଓଡିଶା ପର୍ଯ୍ୟଟନ ବିକାଶ ନିଗମ ସହିତ ସହବନ୍ଧିତ ହୋଇଥିଲା। ଏହି ବୋଟ ପରିଚାଳନା ସଂସ୍ଥା କିନ୍ତୁ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରୁନଥିବାରୁ ଅନେକ ସମୟରେ ଏହିଭଳି ଦୁର୍ଘଟଣା ମାନ ଘଟୁଥିବାରୁ ନଜିର ରହିଛି। ଅନ୍ୟ ପଟେ ଏହି ସଂସ୍ଥା ଚଢା ଦରରେ ପର୍ଯ୍ୟଟକଙ୍କ ଠାରୁ ବୋଟ ବ୍ୟବହାର ବାବଦରେ ଅର୍ଥ ଆଦାୟ କରୁଥିବା ସହ ଦୁଃସାହସିକ କ୍ରୀଡାରେ ସାମିଲ ହେଉଥିବା ପର୍ଯ଼ୟଟକଙ୍କ କୌଣସି ସୂଚନା ରଖୁନଥିବା ଯୋଗୁଁ ଅଘଟଣ ସମୟରେ ପର୍ଯ୍ୟଟକଙ୍କ କୈଣସି ସଠିକ ତଥ୍ଯ ମିଳିବାରେ ଅସୁବିଧା ହେଉଥିବଖ ଅଭିଯୋଗ ହୋଇଛି। ସେହିପରି ଆଜି ଅପରାହ୍ନରେ ଘଟିଥିବା ଅଘଟଣ ପରେ ମଧ୍ୟ ବୋଟରେ ଯାଇଥିବା କୈଣସି ପର୍ଯ୍ୟଟକଙ୍କ ସମ୍ପୂର୍ଣ ତଥ୍ୟ ହାସଲ ହୋଇ ପାରିନାହିଁ। ଏହି ଘଟଣା ନେଇ ଗଞ୍ଜାମ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସଜଠୀଙ୍କ ସହ ଯୋଗାଯୋଗ ବେଳେ ସେ ମଧ୍ୟ ଏହା ନେଇ ଗଣମାଧ୍ୟମ ରୁ ଜାଣିବାକୁ ପାଇଥିବା ସୂଚନା ଦେବା ସହ ବୋଟ ପରିଚାଳନା ସଂସ୍ଥାକୁ ଆଗାମୀ ଦିନରେ ଦୁଃସାହସିକ ଜଳକ୍ରୀଡାରେ ସାମିଲ ହେଉଥିବା ସମସ୍ତ ପର୍ଯ୍ୟଟକଙ୍କ ତଥ୍ୟ ରେର୍କଡ ଭୁକ୍ତ କରି ରଖିବାକୁ ନିର୍ଦେଶ ଦେବେ ବୋଲି ପ୍ରକାଶ କରିଥିଲେ।

- Advertisement -

 

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories