www.samajalive.in
Sunday, December 14, 2025
14.1 C
Bhubaneswar

୧୪୪ ଧାର ମଧ୍ୟରେ ସର୍ପେଶ୍ୱରରେ ମହାଶିବରାତ୍ରୀ

ଆଠଗଡ : ଗଭୀର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଆଠଗଡ ଅଞ୍ଚଳର ପ୍ରାଚୀନ ସର୍ପେଶ୍ୱର ପୀଠରେ ମହାଶିବରାତ୍ରୀ ଅବସରରେ ଅତ୍ୟଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କୋଭିଡ କଟକଣା ଯୋଗୁଁ ୧୪୪ଧାରା ଜାରି କରାଯାଇଛି। ସର୍ପେଶ୍ୱରପୀଠରେ କରୋନ ମହାମାରୀ ପୂର୍ବରୁ ଜାଗର ଓ ଶିବରାତ୍ରୀ ଅବସରରେ ପ୍ରାୟ ୩ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥାଏ। ତେବେ କରୋନା ମହାମାରୀ ସଂପୂର୍ଣ୍ଣ ଦୂର ହୋଇନଥିବା ଏବଂ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଆଠଗଡ ପ୍ରଶାସନ ପକ୍ଷରୁ ସର୍ପେଶ୍ୱର ସମେତ ଦେବୋତ୍ତର ବିଭାଗ ଅଧିନରେ ଥିବା ଧବଳେଶ୍ୱର ପୀଠ ଓ ଆଠଗଡ ସହରର ସ୍ୱପ୍ନେଶ୍ୱର ମନ୍ଦିରରେ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ସକାଳ ୬ରୁ ଶୁକ୍ରବାର ସକାଳ ୬ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଛି। ଏହି ଧାରା ଲାଗୁ ହେବା ପରେ ପୁଲିସ ଉପସ୍ଥିତିରେ ଦେବୋତ୍ତର ବିଭାଗୀୟ କର୍ମଚାରୀ ସଂପୃକ୍ତ ୩ଟି ମନ୍ଦିରର ମୁଖ୍ୟ ଦ୍ୱାରରେ ତାଲା ଲଗାଯାଇଛି। ସର୍ପେଶ୍ୱର ମନ୍ଦିରରେ ଦିନତମାମ ଭକ୍ତଙ୍କ ସମାଗମ ହୋଇଥିଲେ ମଧ୍ୟ ତାହା ପୂର୍ବ ବର୍ଷଗୁଡିକ ତୁଳନାରେ ଯଥେଷ୍ଟ କମ ରହିଥିବା ଦେଖା ଯାଇଛି। ପୂଜକମାନେ କୋଭିଡ କଟକଣାକୁ ମାନି ମନ୍ଦିର ବାହାରେ ଭକ୍ତଙ୍କ ପାଇଁ ପୂଜାର୍ଚ୍ଚନା କରୁଛନ୍ତି। ମନ୍ଦିର ମଧ୍ୟରେ ଦିଅଁଙ୍କୁ ବିଭିନ୍ନ ଫୁଲରେ ଅତ୍ୟନ୍ତ ସୁନ୍ଦର ଭାବେ ସଜ୍ଜା ଯାଇଥିଲେ ମଧ୍ୟ ଭକ୍ତ ଦର୍ଶନ କରିପାରିନାହାଁନ୍ତି। କଟକ ଖପୁରିଆର ଜଣେ ଯୁବବ୍ୟବସାୟୀ ଆର୍ଯ୍ୟଚନ୍ଦନ ପରିଡା ନିଜ ଉଦ୍ୟମରେ ଶ୍ରୀ ଜୀଉଙ୍କୁ ଫୁଲରେ ସାଜ୍ଜସଜା କରାଇଥିଲେ। ରାତି ୧୦ଟାରୁ ୧୦.୩୦ମଧ୍ୟରେ ସେଠାରେ ମହାଦୀପ ଉଠିବାକୁ ଥିବାବେଳେ ସନ୍ଧ୍ୟାପରଠାରୁ ସ୍ଥାନୀୟ ଅଞ୍ଚଳର ଶହ ଶହ ଉପବାସ ବ୍ରତଧାରୀ ଶ୍ରଦ୍ଧାଳୁଙ୍କର ସମାଗମ ଦେଖିବାକୁ ମିଳିଛି। ମନ୍ଦିରର ପୂଜକ ବିକଳାନନ୍ଦ ଦାଶ, ସନାତନ ଦାଶ, ମନୋଜ ଦାଶ, ବସନ୍ତ ଦାଶ ଓ ଅରୁପ ଦାଶଙ୍କ ସମେତ ଅନ୍ୟ ସମସ୍ତ ପୂଜକ ଶ୍ରୀ ଜୀଉଙ୍କର ସମସ୍ତ ପାରମ୍ପରିକ ନୀତି ସଂପନ୍ନ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories