www.samajalive.in
Monday, December 15, 2025
16.1 C
Bhubaneswar

ଏଣିକି ଦୈନିକ ୧ ଲକ୍ଷ ବରିଷ୍ଠଙ୍କୁ ଟିକା

ଭୁବନେଶ୍ୱର: ରାଜ୍ୟରେ ଏଣିକି ଦୈନିକ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯିବ। ଏଥିପାଇଁ ସ୍ବତନ୍ତ୍ର ପଦକ୍ଷେପ ସହିତ ଆନୁଷଙ୍ଗିକ ଭିତ୍ତିଭୂମି ସଜାଡିବାକୁ ସବୁ ଜିଲାପାଳ, ମହାନଗର କମିସନର ଓ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶ ଦେଇଛନ୍ତି। ବୁଧବାର ଏନେଇ ଲୋକସେବା ଭବନରେ ଏକ ସ୍ବତନ୍ତ୍ର ଭିଡ଼ିଓ କନଫରେନ୍ସିଂ ବୈଠକରେ ଶ୍ରୀ ମହାପାତ୍ର ସବୁ ଜିଲାପାଳ, ମହାନଗର କମିସନର ଓ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ରାଜ୍ୟରେ ଏବେ ପର୍ଯ୍ୟାପ୍ତ ଟିକା ମହଜୁଦ୍ ରହିଥିବା କହିଛନ୍ତି। ମାର୍ଗଦର୍ଶିକା ଅନୁଯାୟୀ ବରିଷ୍ଠ ନାଗରିକଙ୍କ ଟିକାଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା
ଉପରେ ଗୁରୁତ୍ବ ଦେଇଛନ୍ତି। ଏବେ ସ୍ବାସ୍ଥ୍ୟସେବାରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ଅନୁପାତ ୯୧ ପ୍ରତିଶତ ହୋଇଥିବାବେଳେ ପ୍ରାୟ ୮୦ ପ୍ରତିଶତ କୋଭିଡ଼ ଯୋଦ୍ଧା ମଧ୍ୟ ଟିକା ନେଇ ସାରିଲେଣି। ତେଣୁ ବରିଷ୍ଠ ନାଗରିକଙ୍କ ହିତକୁ ଆଖି ଆଗରେ ରଖି ସେମାନଙ୍କୁ କିଭଳି ପ୍ରାଥମିକତା ଭିତ୍ତିରେ ଟିକା ମିଳିବ ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି।
ଏଥିପାଇଁ ଯଦି ଆବଶ୍ୟକ ଅଧିକ ଟିକାକରଣ କେନ୍ଦ୍ରର ବ୍ୟବସ୍ଥା ସହିତ ତାଲିମପ୍ରାପ୍ତ ଟିକାଦାନକାରୀଙ୍କୁ ନିୟୋଜିତ କରିବାକୁ ନିର୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ପହିଲାରୁ ଆରମ୍ଭ ହୋଇଥିବା ବରିଷ୍ଠ ନାଗରିକଙ୍କୁ ଟିକାଦାନ ଆଜି ସୁଦ୍ଧା ଅଢ଼େଇ ଲକ୍ଷରେ ପହଞ୍ଚିଛି। ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିବା ବରିଷ୍ଠ ନାଗରିକଙ୍କ ଟିକାକରଣ ଦିନକୁ ହାରାହାରି ୨୮ ହଜାର ପାଖାପାଖି ରହିଛି।
ସେହିପରି ଆଜି ସୁଦ୍ଧା ରାଜ୍ୟରେ ୧୦ଲକ୍ଷ ୧୩ହଜାର ୭୭୭ଜଣଙ୍କୁ ଟିକା ଦିଆଯାଇଛି। ସେଥିମଧ୍ୟରେ ୩ଲକ୍ଷ ୪ହଜାର ୩୭୪ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ ନେଇଥିବାବେଳେ ୨ଲକ୍ଷ ୨୧ହଜାର ୬୬୪କର୍ମୀ ଦ୍ବିତୀୟ ଡୋଜ ନେଇଛନ୍ତି। ଆଜି ରାଜ୍ୟରେ ୪୧୧ଟି ଟିକାଦାନ କେନ୍ଦ୍ରରେ ଟିକାକରଣ ବ୍ୟବସ୍ଥା କରାଯାଇଥିଲା। ସେଥିରେ ୪୧ ଟି କୋଭାକ୍ସିନ କେନ୍ଦ୍ର କରାଯାଇଥିଲା। ୪୫ରୁ ୪୯ବର୍ଷ ମଧ୍ୟରେ ଆଜି ୧୩୦୯ ଜଟିଳ ରୋଗୀ ଟିକା ନେଇଥିବା ବେଳେ ୨୫ହଜାର ୭୬୩ ବରିଷ୍ଠ ନାଗରିକ ଟିକା ନେଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories