www.samajalive.in
Sunday, December 7, 2025
26.1 C
Bhubaneswar

କୋଭିଡ ପାଇଁ ନିର୍ବାଚନୀ ପ୍ରଚାର ସମୟ ୨ ଗୁଣ ବୃଦ୍ଧି

ନିର୍ବାଚନ କମିଶନ୍‍ ଆସାମ, କେରଳ, ପୁଡ଼ୁଚେରୀ, ତାମିଲ୍‍ନାଡ଼ୁ ଏବଂ ପଶ୍ଚିମବଙ୍ଗରେ ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ଦଳୀୟ ପ୍ରଚାର ପାଇଁ ସମୟ ସୀମାକୁ ବୃଦ୍ଧି କରିଛନ୍ତି। ଏଥିପାଇଁ ମୋଟ୍‍ ୯୦ ମିନିଟ୍‍ର ସମୟସୀମା ଧାର୍ଯ୍ୟ କରାଯାଇଛି। ତେବେ ପ୍ରତ୍ୟେକ ଥର ଲାଗି ପ୍ରଚାରର ସମୟସୀମା ୩୦ ମିନିଟରେ ସୀମିତ ରଖାଯାଇଛି। କେବଳ ଜାତୀୟ ତଥା ରାଜ୍ୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଏହି ପ୍ରଚାର ପାଇଁ ସୁଯୋଗ ଦିଆଯାଇଛି। ପ୍ରସାର ଭାରତୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଆୟୋଗଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

କୋଭିଡ୍‍ ନାଇଣ୍ଟିନ୍‍ ପରିସ୍ଥିତି ତଥା କୋଭିଡ୍‍ ନିୟମାବଳୀର ପାଳନ ଯୋଗୁଁ ନିର୍ବାଚନ ପ୍ରଚାରରେ ରହିଥିବା କଟକଣାକୁ ଦୃଷ୍ଟିରେ ରଖି କମିଶନ୍‍ଙ୍କ ପକ୍ଷରୁ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି। ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏବଂ ମତଦାନର ୪୮ ଘଣ୍ଟା ପୂର୍ବରୁ ଏହି ନିର୍ବାଚନ ପ୍ରଚାରଜନିତ କାର୍ଯ୍ୟକ୍ରମ ଶେଷ କରିବାକୁ କମିଶନ୍‍ଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ଦଳପକ୍ଷରୁ କରାଯିବାକୁ ଥିବା ପ୍ରଚାର ସଂକ୍ରାନ୍ତ ଟ୍ରାନ୍ସସ୍କ୍ରିପ୍ଟକୁ କମିଶନଙ୍କ ନିକଟରେ ଆଗୁଆ ଦାଖଲ କରିବା ଲାଗି ଦଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories