www.samajalive.in
Monday, December 15, 2025
24.1 C
Bhubaneswar

ନନ୍ଦିଗ୍ରାମରେ ଚଣ୍ଡୀପାଠ ସହ ଚା’ ବିକିଲେ ମମତା

କଲକାତା: ବିଧାନସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ୍ ରହିଛି। ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ସହିତ ବିଜେପିର କଡା ମୁକାବିଲା ହେବାକୁ ଯାଉଥିବାବେଳେ ଦୁଇ ଦଳ ନିଜର ପ୍ରଚାର ଜୋରଦାର କରିଛନ୍ତି। ଏହି ପ୍ରଚାର ମଧ୍ୟରେ ନନ୍ଦୀଗ୍ରାମ ସବୁଠାରୁ ଫୋକସରେ ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପିର ଶୁଭେନ୍ଦୁ ଅଧିକାରୀ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ମଙ୍ଗଳବାର ମମତା ନନ୍ଦୀଗ୍ରାମରେ ଦଳୀୟ ପ୍ରଚାର କରି ବିଜେପିକୁ ସମାଲୋଚନା କରିଛନ୍ତି। ମମତା କହିଛନ୍ତି ଯେ ବିଜେପି ତାଙ୍କୁ ହିନ୍ଦୁତ୍ବର ପାଠ ପଢାଇବା ଆବଶ୍ୟକ ନାହିଁ। ନିଜକୁ ଜଣେ ହିନ୍ଦୁ ଝିଅ ବୋଲି ମମତା ଘୋଷଣା କରିବା ସହିତ ଚଣ୍ଡୀପାଠ କରିଥିଲେ। ଏପରିକି ଦୈନନ୍ଦିନ କାମ ଆରମ୍ଭ ପୂର୍ବରୁ ସେ ପ୍ରତିଦିନ ଚଣ୍ଡୀପାଠ କରିଥାନ୍ତି ବୋଲି ମମତା କହିଥିଲେ। ମମତା ମୁସଲମାନ ତୁଷ୍ଟିକରଣ ନୀତି ଆପଣାଇଥିବା ବେଳେ ହିନ୍ଦୁମାନଙ୍କୁ ଅବହେଳିତ ଅବସ୍ଥାରେ ରଖିଥିବା ବିଜେପି ଅଭିଯୋଗ କରିଆସୁଥିବାବେଳେ ସେ ଏପରି ଜବାବ ଦେଇଛନ୍ତି। ମମତା ଆହୁରି କହିଛନ୍ତି ଯେ ଏପ୍ରିଲ ୧ରେ ନନ୍ଦୀଗ୍ରାମ ଆସନରେ ଭୋଟ ଗ୍ରହଣ ହେବ। ଏହି ଦିନ ଭୋଟର ବିଜେପିକୁ ‘ଏପ୍ରିଲ ଫୁଲ୍‌’ କରିବେ।

ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ସମାଲୋଚନା କରି ମମତା କହିଛନ୍ତି ଯେ ଲୋକେ ନିଜକୁ ବାହାର ଲୋକଙ୍କ ପାଖରେ ବିକ୍ରି କରୁଛନ୍ତି। ଏପରି କିଣାବିକା କରୁଥିବା ଲୋକେ ନନ୍ଦୀଗ୍ରାମ ଭଳି ପବିତ୍ର ଆନ୍ଦୋଳନକୁ ନିନ୍ଦିତ କରିଛନ୍ତି। ମମତାଙ୍କୁ ବାହାର ଲୋକ କହି ବିଜେପି ସମାଲୋଚନା କରୁଥିବାବେଳେ ଏହାର ଜବାବ ଦେଇ ସେ କହିଛନ୍ତି ଯେ ମୁଁ ବୀରଭୂମରେ ଜନ୍ମ ହେବା ସହ ଏଠାରେ ବଢିଛି। ଶୁଭେନ୍ଦୁ ନିଜକୁ ନନ୍ଦୀଗ୍ରାମର ଭୂମିପୁତ୍ର ବୋଲି କହୁଥିବାବେଳେ ମମତାଙ୍କୁ ବାହାର ଲୋକ କହି ସମାଲୋଚନା କରୁଛନ୍ତି।

- Advertisement -

ନନ୍ଦୀଗ୍ରାମରେ ଦଳୀୟ ପ୍ରଚାର ଅବସରରେ ମମତା ଏଠାରେ ଚା’ ବିକିଛନ୍ତି। ମଙ୍ଗଳବାର ମମତା ନନ୍ଦୀଗ୍ରାମର ଏକ ଚା’ ଦୋକାନକୁ ଯାଇ ଲୋକଙ୍କୁ ଚା’ ଦେବା ସହିତ ନିଜେ ଚା’ ପିଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ସମୟରେ ନିଜକୁ ଚା’ ବିକାଳି ବୋଲି କହି ଭୋଟରଙ୍କୁ ଆକୃଷ୍ଟ କରୁଥିବାବେଳେ ମମତା ମଧ୍ୟ ନିଜକୁ ଚା’ ବିକାଳିର ପରିଚୟ ଦେଇଛନ୍ତି। ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ୮ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଅନ୍ୟପଟେ ବିଜେପି ନେତା ଶୁଭେନ୍ଦୁ ମଙ୍ଗଳବାର ଝାରଗ୍ରାମ ଜିଲାରେ ପଦଯାତ୍ରା କରିଛନ୍ତି। ମୁଣ୍ଡରେ ସିନ୍ଦୂର ଟୀକା ଲଗାଇ ଶୁଭେନ୍ଦୁ ‘ହରେ କୃଷ୍ଣ ହରେ ହରେ, ବିଜେପି ଘରେ ଘରେ’ ଗୀତ ଗାଇ ପ୍ରଚାର କରିଥିଲେ। ଶୁଭେନ୍ଦୁଙ୍କ ସହ ସାମିଲ ବିଜେପି କର୍ମୀମାନେ ସ୍ଲୋଗାନ ଦେଇଥିଲେ ‘ଟିଏମ୍‌ସି ସରକାର ଔର ନେହି ଦରକାର’।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories