www.samajalive.in
Monday, December 15, 2025
27.1 C
Bhubaneswar

କନ୍ଧମାଳ ପୁଲିସ୍ ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ, ୫ ମହିଳା ପୁଲିସ୍ କର୍ମଚାରୀ ସମ୍ବର୍ଦ୍ଧିତ

ଫୁଲବାଣୀ:ପ୍ରଥମଥର ପାଇଁ କନ୍ଧମାଳ ଏସ୍.ପିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୁଲିସ୍ ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏସ୍.ପି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏସ୍‌ପି ଭିନିତ୍ ଅଗ୍ରୱାଲା, ଅତିରିକ୍ତ ଏସ୍‌ପି ବିପିନ ବିହାରୀ ବେହେରା, ଡିଏସ୍‌ପି ହେମନ୍ତ କୁମାର ପାଢୀ, ସ୍ନେହାସିସ୍ ସାହୁ, କୃଷ୍ଣ ପ୍ରସାଦ ପଟନାୟକ ଓ ଅଲନିବାସ କେରେକେଟା, ସୂର୍ଯ୍ୟକାନ୍ତ ରାୟ, ଡ଼େପୁଟି କମାଣ୍ଟେଟ୍ ସନ୍ତୋଷ କୁମାର ଦଣ୍ଡସେନା ଓ ଇନିସେପକ୍ଟର ସମୀର ରାଉତଙ୍କ ସମେତ ମୁଖ୍ୟ କିରାଣି ବିମଳ ବିହାରି ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।

 

- Advertisement -

ରିଜର୍ନ ଇନିସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଏହି ଅବସରରେ ପୁଲିସ୍ ବିଭାଗରେ ଉତ୍ତମ ସେବା ପାଇଁ ଟିକାବାଲି ଥାନା ଅଧିକାରୀ ରେବତି ଶବର, ତୁମୁଡ଼ିବନ୍ଧ ଥାନାର ମହିଳା କନେଷ୍ଟବଳ ପିଙ୍କିମା ନାୟକ, ଫୁଲବାଣୀ ଟାଉନଥାନାରେ କାର୍ଯ୍ୟରତ ମହିଳା ଗୃହରକ୍ଷୀ ସୁନିତା ପାତ୍ର, ଟ୍ରାଫିକ୍ ପୋଷ୍ଟର କାର୍ଯ୍ୟରତ ମହିଳା ଗୃହରକ୍ଷୀ କୁମୁଦିନି ଶତପଥୀ ଓ ଏସ୍‌ପି କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଏକାଉଣ୍ଟେଟ୍ ସଂଯୁକ୍ତା ପଣ୍ଡାଙ୍କ ପରି ୫ ଜଣ ମହିଳା ପୁଲିସ୍ କର୍ମଚାରୀଙ୍କ ଏହି ଅବସରରେ ସମ୍ବର୍ଦ୍ଧିତ କରଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ମହିଳା କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories