www.samajalive.in
Saturday, December 13, 2025
23.1 C
Bhubaneswar

୩ ଦିନ ଘୁଞ୍ଚିଲା ସିବିଏସ୍‌ଇ ପରୀକ୍ଷା

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ‌ଶ୍ରେଣୀ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଉଭୟ ଶ୍ରେଣୀର ବୋର୍ଡ ପରୀକ୍ଷା ମେ ପହିଲାରୁ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ୩ଦିନ ଘୁଞ୍ଚାଇ ଦିଆଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁସାରେ ଉଭୟ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ଆରମ୍ଭ ହେବ। ଏନେଇ ସିବିଏସ୍‌ଇ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଦଶମ ଶ୍ରେଣୀ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ୍ ୭ରେ ସରିବ। ସେହିପରି ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ଏବଂ ଜୁନ୍ ୧୪ରେ ଶେଷ ହେବ।

ଦ୍ବାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ୪ଦିନ ଦୁଇଟି ସିଟିଂରେ ପରୀକ୍ଷା କରାଯିବାକୁ ଥିବାବେଳେ ଅନ୍ୟବାକି ଦିନଗୁଡିକରେ ଗୋଟିଏ ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପୂର୍ବାହ୍ନ ୧.୩୦ମିନିଟ୍‌ରୁ ଆରମ୍ଭ ହୋଇ ଅପରାହ୍ଣ ୧.୩୦ ମିନିଟ୍‌ରେ ସରିବ। ଦ୍ବିତୀୟ ସିଟିଂ ଅପରାହ୍ଣ ସାଢେ ୨ଟାରୁ ଆରମ୍ଭ ହୋଇ ସାଢେ ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରଥମ ସିଟିଂରେ ୧୦ଟାରେ ବିଦ୍ୟାର୍ଥୀଙ୍କୁ ହଲ୍‌ ଭିତରେ ପରୀକ୍ଷା ଖାତା ବିତରଣ କରାଯିବ। ଏହାର ୧୫ମିନିଟ୍‌ ପରେ ପ୍ରଶ୍ନପତ୍ର ଦିଆଯିବ। ବିଦ୍ୟାର୍ଥୀ ସାଢେ ୧୦ଟାରୁ ଉତ୍ତର ଦେଖିବା ଆରମ୍ଭ କରିବେ। ଦ୍ବିତୀୟ ସିଟିଂରେ ଅପରାହ୍ଣ ୨ଟାରେ ବିଦ୍ୟାର୍ଥୀଙ୍କୁ ଖାତା ଦିଆଯିବ। ଏହାର ୧୫ମିନିଟ୍‌ ପରେ ପ୍ରଶ୍ନପତ୍ର ବଣ୍ଟନ କରାଯିବ। ଛାତ୍ରଛାତ୍ରୀ ସାଢେ ୨ଟାରୁ ଉତ୍ତର ଦେଖିବା ଆରମ୍ଭ କରିବେ। ଅନ୍ୟପଟେ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ପୂର୍ବାହ୍ନ ସାଢେ ୧୦ଟାରୁ ସାଢେ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ୧୫ମିନିଟ୍‌ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ବିତରଣ କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।

- Advertisement -

ପୁରୁଣା କାର୍ଯ୍ୟସୂଚୀ ଅନୁସାରେ ଦଶମ ଶ୍ରେଣୀ ବିଜ୍ଞନ ବିଷୟ ମେ ୧୫ରେ ଅନୁଷ୍ଠିତ ହେବାକୁ ଥିବାବେଳେ ନୂଆ କାର୍ଯ୍ୟସୂଚୀ ଅନୁଯାୟୀ ମେ ୨୧ରେ ହେବ। ଗଣିତ ବିଷୟ ମେ ୨୧ ପରିବର୍ତ୍ତେ ଜୁନ୍ ୨ରେ କରାଯିବ। ଦ୍ବାଦଶ ଶ୍ରେଣୀର ପଦାର୍ଥ ବିଜ୍ଞାନ ବିଷୟ ଜୁନ୍ ୮ ପରିବର୍ତ୍ତେ ମେ ୧୩ରେ ଅନୁଷ୍ଠିତ ହେବ। ନୂଆ କାର୍ଯ୍ୟସୂଚୀରେ ମେ ୧୩ରୁ ୧୬ ମଧ୍ୟରେ ପରୀକ୍ଷା କରାଯିବ ନାହିଁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories