www.samajalive.in
Saturday, December 13, 2025
23.1 C
Bhubaneswar

ରାତିରେ ସିନ୍ଦୂର ସକାଳେ ଜୁଇ, ବିଦାୟ ବେଳେ ଟଳି ପଡ଼ିଲେ ନବବଧୂ

ଡୁଙ୍ଗୁରିପାଲି: ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ଅଧୀନ ଜୁଲୁଣ୍ଡା ଗ୍ରାମରେ ହେଉଥିବା ଏକ ବିବାହ ବିଦାୟୀ ବେଳେ ଘଟିଯାଇଛି ଏକ ଅଘଟଣ। ବିଦାୟୀବେଳେ ଟଳି ପଡିଛନ୍ତି ନବବଧୂ। ପରିବାର ଛାଡି ଯିବାର ଦୁଃଖରେ ସେ ମ୍ରିୟମାଣ ହୋଇ ହୃଦ୍‌ଘାତର ଶିକାର ହୋଇଥିବା କୁହାଯାଉଛି। ସଂଜ୍ଞାହୀନ ନବବଧୂକୁ ଡୁଙ୍ଗୁରିପାଲି ଡାକ୍ତରଖାନା ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବିବାହର ଉତ୍ସବମୁଖର ବାତାବରଣରେ ନବବଧୂର ମୃତ୍ୟୁ ଘଟଣା ଜୁଲୁଣ୍ଡା ଗ୍ରାମବାସୀଙ୍କୁ ସ୍ତବ୍ଧ କରି ଦେଇଛି। ବର୍ଷକ ପୂର୍ବରୁ ଝିଅର ବାପାଙ୍କ ମୃତ୍ୟୁ ପରେ ମାମୁଁ ଓ ଜ୍ଞାତିକୁଟୁମ୍ବଙ୍କ ସହଯୋଗରେ ଏହି ବିବାହ ଆୟୋଜନ ହେଉଥିଲା। ଶୁଭଶଙ୍ଖ ମହୁରୀ ଧ୍ୱନୀ ସାଙ୍ଗକୁ ବ୍ରାହ୍ମଣର ମଙ୍ଗଳାଷ୍ଟକ ପାଠରେ ଗୁଞ୍ଜରିତ ହେଉଥିବା ପରିବେଶ ହୃଦୟଫଟା କରୁଣ କ୍ରନ୍ଦନ ରୋଳରେ ମୁଖରିତ ହୋଇ ପଡିଥିଲା।

ବଲାଙ୍ଗିର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ତେନ୍ତୁଳି ଗାଁରୁ ବାଜା ରୋଷଣୀ ନେଇ ଗତକାଲି ରାତିରେ ବରଯାତ୍ରୀ ଆସିଥିଲେ ଜୁଲୁଣ୍ଡା ଗ୍ରାମକୁ। ଜୁଲୁଣ୍ଡାର ସ୍ୱର୍ଗତ ମୁରଲୀଧର ସାହୁଙ୍କ ଝିଅ ରୋଜି ସାହୁ(୨୩)ଙ୍କ ସହିତ ତେନ୍ତୁଳି ଗ୍ରାମର ରାଧେଶ୍ୟାମ ପଧାନଙ୍କ ପୁଅ ବିଶିକେଶନ ପଧାନଙ୍କ ବିବାହ ଆୟୋଜିତ ହୋଇଥିଲା। ଏଥିପାଇଁ ବର ସହିତ ବରଯାତ୍ରୀ ଖୁବ୍‍ ଧୁମ୍‍ଧାମରେ ଗତ ରାତିରେ ଗାଁରେ ପହଞ୍ଚିଥିଲେ। ରୀତିନୀତି ଅନୁସାରେ ବାହାଘର ମଧ୍ୟ ସଂପନ୍ନ ହୋଇଥିଲା। ବରଯାତ୍ରୀ ଦଳ ମଧ୍ୟ ଖାଇପିଇ ଫେରି ଯାଇଥିବାବେଳେ ବର ସହିତ କିଛି ନିକଟ ସଂପର୍କୀୟ ରହିଯାଇଥିଲେ ନବବଧୁକୁ ନେବାକୁ। ଝିଅକୁ ବିଦା ଦେବାକୁ ପରିବାର ଜ୍ଞାତିକୁଟୁମ୍ବ ପ୍ରସ୍ତୁତ ହୋଇଥିଲେ। ଝିଅକୁ ଘରୁ ବାହାର କରିବା ବେଳେ ହଠାତ୍‍ ଝିଅ ସଂଜ୍ଞାହୀନ ହୋଇ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ସେହି ଅବସ୍ଥାରେ ଡୁଙ୍ଗୁରପାଲି ଡାକ୍ତରଖାନାକୁ ନିଆଯାଇଥିଲା। ଡୁଙ୍ଗୁରିପାଲି ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

ଡୁଙ୍ଗୁରିପାଲି ଓ ଲଚ୍ଛିପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଥିଲେ। ଏକ ଅପମୃତ୍ୟୁ ମାମଲା ଋଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବିନିକା ପଠାଇଥିବା ଘଟଣାର ତଦନ୍ତ କରୁଥିବା ଲଛିପୁର ଫାଣ୍ଡି ସବ୍‍ଇନ୍ସପେକ୍ଟର ସରୋଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ଜୁଲୁଣ୍ଡା ଅଙ୍ଗନଦୀ ଶ୍ମଶାନରେ ଦାହ ସଂସ୍କାର କରାଯାଇଥିଲା। କାକା ପ୍ରହଲ୍ଲାଦ ସାହୁ ମୁଖାଗ୍ନି ଦେଇଥିଲେ। ଏହି ଘଟଣାରେ ଉଭୟ ବର ଏବଂ କନ୍ୟା ପକ୍ଷରେ ଗଭୀର ଶୋକ ଦେଖା ଦେଇଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories