www.samajalive.in
Sunday, December 14, 2025
17.1 C
Bhubaneswar

ଘଟଗାଁରେ ଥିବା କୋଟିଏ ଟଙ୍କାର କାଠ ଗଦାରେ ନିଆଁ ଲଗାଇଲା କିଏ? ଦୋଷ ଛଡାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ଷଡ଼ଯନ୍ତ୍ର ସନ୍ଦେହ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ନିକଟସ୍ଥ କୁସୁନପୁର ଗ୍ରାମରେ ଥିବା ଓଡିଶା ସରକାରଙ୍କ ସୀକୃତିପ୍ରାପ୍ତ ସଂସ୍ଥା ଓଡିଶା ବନ ଉନ୍ନୟନ ନିଗମ ଲିଃ ର ବହୁ ପୁରାତନ କାଠ ଡିପୋରେ ଫେବୃୟାରୀ ୨୬ତାରିଖ ଦିନ ଘଟିଛି ଏକ ଅଭାବନୀୟ ଘଟଣା। । କୌଣସି ଅଜ୍ଞାତ ଷଡ଼ଯନ୍ତ୍ରକାରୀଙ୍କ ଦ୍ଵାରା ସେହି ଡିପୋରେ ନିଆଁ ଲଗାଯାଇଥିବା ସନ୍ଦେହ କରାଯାଉଛି । ଅଲଗା ଅଲଗା ରଖାଯାଇଥିବା କାଠ ଗଦା ଗୁଡିକରେ ଏକା ସମୟରେ ନିଆଁ ଲାଗିବା ଭଳି ଘଟଣା ଏହି ଆଶଂକାକୁ ଦୃଢିଭୂତ କରିଛି। ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ, ଦମକଳ ବାହିନୀ ନିଆଁକୁ ଲିଭାଇବାରେ ନାକେଦମ ହୋଇଥିଲା। କାଠ ଗଦାରେ ନିଆଁ ଲାଗି ବହୁ ମୂଲ୍ୟବାନ କାଠ ପୋଡି ନଷ୍ଟ ହୋଇ ଯାଇଛି। କିନ୍ତୁ ଦୁଃଖର ବିଷୟ ଗତ ଫେବୃୟାରୀ ୧୧ ତାରିଖ ଦିନ ଏହି ଘଟଗାଁ କାଠ ଡିପୋ ବିଷୟରେ ବିସ୍ତୃତ ଭାବେ “ସମାଜ” ରେ ପ୍ରକାଶ ପାଇଥିଲା। ପୂର୍ବରୁ ଏହି ସଂସ୍ଥା ଦ୍ୱାରା କୌଣସି କାମ ହେଉ ନଥିବା ଦେଖିବାକୁ ମିଳିଥିଲା। ବରଂ ସରକାରଙ୍କ ରାଜସ୍ୱ ହାନି ଛଡା ଆଉ କିଛି ନୁହେଁ ।ଏହି କାଠ ଡିପୋଟି ବହୁ ପୁରୁଣା ,ଏଠାରେ ବହୁ ମୂଲ୍ୟବାନ କାଠ ଥିବାର ଦେଖିବାକୁ ମିଳିଥାଏ। ବିଶେଷ କରି ୨୧୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ପୂର୍ବରୁ ରାସ୍ତା କଡରେ ବହୁ ମୂଲ୍ୟବାନ ଗଛର କାଠ ରହିଥିଲା । ସେଥିମଧ୍ୟରୁ ଶାଳ,ଜାମୁ, ଆମ୍ବ,ନିମ୍ବ, ବର, ତେନ୍ତୁଳି ପ୍ରଭୃତି ଏହିଭଳି ରାଜାରାଜୁଡ଼ା ଅମଳର ବହୁ ଗଛ କଟାଯାଇଥିଲା । ଏସବୁ ଗଛକୁ କଟାଯାଇ ଘଟଗାଁ ଠାରେ ଥିବା ଓଡିଶା ସରକାରଙ୍କର ଓଡିଶା ବନ ଊନ୍ନୟନ ନିଗମ ଲିଃ କାଠ ଡିପୋକୁ ଆଣିବା ପାଇଁ ଯାନବାହାନ ଖର୍ଚ୍ଚ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଆଉ ଏଠାରେ ଛଅ ସାତ ବର୍ଷ ଧରି ପଡି ରହିଥିବା କୋଟି କୋଟି ଟଙ୍କାର ମୂଲ୍ୟବାନ କାଠ ଖରା ବର୍ଷାରେ ପଚିଯାଇ ଖତ ଖାଉଥିଲା। ଏହାକୁ ଦେଖି ବିଭାଗ ମଧ୍ୟ ଚୁପ୍ ହୋଇ ବସିଥିଲା। ଗୋଟିଏ ପଟେ ଜନସାଧାରଣଙ୍କ ଜାଳେଣି କାଠ ଆବଶ୍ୟକ ହେଉଥିବା ବେଳେ ସେମାନେ କାଠ ପାଉନଥିଲେ କିନ୍ତୁ ଏଠାରେ କାଠ ପଚି ନଷ୍ଟ ହେଉଥିଲା। କାଠର ଦାମ ଅତ୍ୟଧିକ ରଖୁଥିବାରୁ କେହି ନେଉନଥିଲେ, ଆଉ ଗୋଟିଏ ପଟେ ସବୁବେଳେ ମା ତାରିଣୀ ଠାକୁରାଣୀ ଶାଳ ପାଇଁ କାଠ ଦରକାର ପଡିଥାଏ । କିନ୍ତୁ ମନ୍ଦିରକୁ ମଧ୍ୟ ଏହି କାଠ ଯୋଗାଇ ଦିଆଯାଉ ନଥିଲା ଏବଂ ଗରିବ ନିରୀହ ଲୋକମାନେ ଶବ ପୋଡିବା ପାଇଁ ମଧ୍ୟ କାଠ ପାଉ ନଥିଲେ। କାଠ ପଚି ନଷ୍ଟ ହୋଇଯିବା ଯୋଗୁଁ ବିଭାଗୀୟ ଅଧିକାରୀଙ୍କ ଉପରେ ସନ୍ଦେହ ସୃଷ୍ଟି କରୁଥିବା ବେଳେ କାଠ ନଷ୍ଟ ହେଉଥିବାରୁ ଲୋକଙ୍କ ମନରେ ଆଘାତ ସୃଷ୍ଟି କରୁଥିଲା। ମାଗଣାରେ ସେହି କାଠକୁ ଗରିବ ଲୋକଙ୍କୁ ବାଣ୍ଟି ଦିଆଯାଉ ବୋଲି ମଧ୍ୟ ଦାବି ହୋଇଥିଲା। ଏହି ଘଟଣା ସମ୍ପର୍କରେ ସମାଜରେ ଗତ ୧୧ ତାରିଖରେ ଖବର ପ୍ରକାଶିତ ହୋଇଥିଲା କିନ୍ତୁ ପ୍ରକାଶିତ ହେବାର ୧୫ ଦିନ ନ ଯାଉଣୁ କିପରି କାଠ ଡିପୋରେ ନିଆଁଲାଗିଲା ଅଥବା କେହି ଜାଣିଶୁଣି ଏବଂ ଜାଣତରେ ବିଭାଗୀୟ ଅଧିକାରୀ ମାନେ ହିଁ ଏହି କାଠ ଡିପୋରେ ନିଆଁ ଲଗାଇ ଦେଇଛନ୍ତି, ଆଉ ନିଜ ମୁଣ୍ଡରୁ ଦୋଷ ଛଡାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଘଷିପୁରା କଳିଙ୍ଗସେନା ବିଧାୟକ ପ୍ରାର୍ଥୀ ଜଗବନ୍ଧୁ ମହାନ୍ତ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀ ମାନେ ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ଏହି ଷଡଯନ୍ତ୍ର କରି କୋଟିକୋଟି ଟଙ୍କାର କାଠ ଗଦାରେ  ନିଆଁ ଲଗାଇ ଦେଇଛନ୍ତି।ତେଣୁ ତୁରନ୍ତ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଜଗବନ୍ଧୁ ମହାନ୍ତ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories