www.samajalive.in
Saturday, December 13, 2025
15.1 C
Bhubaneswar

କନ୍ଧମାଳ ଜିଲା ଗୁମାପଦର ଗ୍ରାମରେ ଧରଣୀପେନୁ ଯାତ୍ରା

କ.ନୂଆଗାଁ,ଫୁଲବାଣୀ:କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଙ୍ଗ୍ ପଞ୍ଚାୟତର ଗୁମାପଦର ଗ୍ରାମଠାରେ ଧରଣୀପେନୁ ଯାତ୍ରା ବା ପୋଢ ପୂଜା ଅନୁଷ୍ଠିତ ହୋଇଯାଇଛି। ପ୍ରଥମଦିନ ପୂଜା ପାଉଥିବା ପୋଢକୁ ହଳଦୀ ଲଗାଇ ଗାଧୋଇ ଦିଆଯାଇ ଏକ ଖୁଣ୍ଟରେ ବନ୍ଧାଯାଇଥାଏ। ବନ୍ଧାହେବା ପରେ ତାହାକୁ ପୂଜାର୍ଚ୍ଚନା କରିବା ପରେ ଦ୍ୱିତୀୟ ଦିନ ମଧ୍ୟ ହଳଦୀ ପାଣିରେ ଗାଧୋଇ ତେଲ ଲଗାଇ ମଣ୍ଡାପିଠା ଓ ଲିଆ ଖାଇବାକୁ ଦିଆଯାଇଦତିଲା। ପୂର୍ବ ପ୍ରସ୍ତୁତି ପ୍ରକାରେ ଆଦିବାସୀ ମହିଳା ଓ ପୁରୁଷ ମାନେ ପାରମ୍ପରିକ ଚାଙ୍ଗୁ ବାଦ୍ୟରେ ନୃତ୍ୟ ପରିବେଶଣ କରିଥାନ୍ତି।

 

- Advertisement -

ଏହାପରେ ପୂଜାପାଉଥିବା ପୋଢକୁ ବଳିଦିଆଯାଇଥାଏ। ବଳିପରେ ଉକ୍ତ ମାଂସକୁ ଅଞ୍ଚଳବାସୀ ନିଜ ନିଜ ଜମିରେ ପୋତିଲେ ଭଲ ଫସଲ ହୋଇଥାଏ ବୋଲି ବିଶ୍ୱାସ ରଖି ତାହାକୁ ପୋତିଥାନ୍ତି। ଏଥି ସହିତ ପୂଜା ପାଇ ବଳିଦିଆଯାଇଥିବା ପୋଢର ରକ୍ତ ଜମିରେ ଲାଗିଲେ ବାୟୁବାହିତ ରୋଗ ହେବନାହିଁ ବୋଲି ଅଞ୍ଚଳବାସୀଙ୍କ ବିଶ୍ୱାସ ରହିଥିବା ଯୋଗୁଁ ଦୀର୍ଘବର୍ଷ ଧରି ଏହି ଯାତ୍ରା ଆୟୋଜିତ ହେଉଥିବା ପ୍ରକାଶ। ତେବେ କନ୍ଧମାଳ ଜିଲା ମହାସିଙ୍ଗ୍ ଠାରେ ପ୍ରଥମ ଏହି ଧରଣୀପେନୁ ପୂଜାହୋଇଥାଏ। ଏହାର ପରବର୍ତ୍ତି ସମୟରେ ଜିଲା ବାଲିଗୁଡ଼ା, ଦାରିଙ୍ଗବାଡ଼ି, ତୁମୁଡ଼ିବନ୍ଧ, କୋଟଗଡ଼ ଭଳି ବିିଭିନ୍ନ ବ୍ଳକର କେତେକ ଅଞ୍ଚଳରେ ଏହି ଧରଣୀପେନୁ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories