www.samajalive.in
Sunday, December 7, 2025
23.1 C
Bhubaneswar

ମାର୍ଚ୍ଚ ୩୧କୁ ବଢ଼ିଲା କରୋନା ମାର୍ଗଦର୍ଶିକା

ନୂଆଦିଲ୍ଲୀ : ଫେବୃଆରୀ ମାସ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କରୋନା ମାର୍ଗଦର୍ଶିକାକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କଟକଣା ସମ୍ପର୍କରେ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦେଶନାମାରେ କୁହାଯାଇଛି ଯେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ତେବେ ନୂଆ ସଂକ୍ରମିତଙ୍କ ସଂଖ୍ୟା କେତେକ ରାଜ୍ୟରେ ବୃଦ୍ଧି ପାଉଥିବାରୁ ସତର୍କତା ଅବଲମ୍ବନ କରାଯିବା ଉପରେ ଗୁରୁତ୍ବ ଦିଆଯାଉଛି। ସଂକ୍ରମଣ ବୃଦ୍ଧି ପାଉଥିବା କିମ୍ବା ଅଧିକ ସଂକ୍ରମିତ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯିବ। ଏହାଦ୍ବାରା ସଂକ୍ରମଣର ଶୃଙ୍ଖଳ ଭଙ୍ଗ ହେବା ସହିତ ଭୂତାଣୁକୁ ନିୟନ୍ତ୍ରଣ କରାଯାଇପାରିବ। ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା (ଏସଓପି) ଆଧାରରେ ଯେଉଁସବୁ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି ତାହା ବଳବତ୍ତର ରହିବ। ତେବେ ସମସ୍ତ ପ୍ରକାର ଏସଓପିକୁ କଡାକଡି ପାଳନ କରାଯିବାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ। ଜାନୁଆରୀ ୨୭ ତାରିଖରେ ଫେବୃଆରୀ ମାସ ପାଇଁ କରୋନା ମାର୍ଗଦର୍ଶିକା ଲାଗୁ କରାଯାଇଥିଲା। ମାର୍ଗଦର୍ଶିକା ଅନୁଯାୟୀ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ସମସ୍ତ ପ୍ରକାର ସାମାଜିକ, ଧାର୍ମିକ, କ୍ରୀଡା, ମନୋରଞ୍ଜନ, ଶିକ୍ଷା, ସାଂସ୍କୃତିକ ଓ ଅନ୍ୟାନ୍ୟ ସମାବେଶକୁ ଅନୁମତି ଦିଆଯିବ। ସିନେମା ହଲ୍‌ ଓ ଅନ୍ୟାନ୍ୟ ବନ୍ଦ କୋଠରି ମଧ୍ୟରେ ୫୦% ଦର୍ଶକଙ୍କୁ ନେଇ ଖୋଲିବାକୁ ଅନୁମତି ଦିଆଯାଇଥିବାବେଳେ ଏହାର ସଂଖ୍ୟା ବୃଦ୍ଧି କରାଯିବାକୁ ଅନୁମତି ଦିଆଯାଇଛି। ଏଥିପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଆଲୋଚନା ସହିତ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ନୂଆ ଏସଓପି ଜାରି କରିବ। ଏଥିସହିତ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦେଶ ଦିଆଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories