www.samajalive.in
Sunday, December 14, 2025
19.1 C
Bhubaneswar

ସମାଲୋଚନା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କୁ କହିଲେ ସରକାର

ନୂଆଦିଲ୍ଲୀ : ବିଭିନ୍ନ ମାମଲାର ବିଚାର ବେଳେ ସୁପ୍ରିମକୋର୍ଟ କରୁଥିବା ସମାଲୋଚନାକୁ କେନ୍ଦ୍ର ସରକାର ନାପସନ୍ଦ କରିଛନ୍ତି। ଏପରି କି ଆଗାମୀ ଦିନରେ ଏପରି ସମାଲୋଚନା ବନ୍ଦ କରିବାକୁ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ବିଚାରପତି ମଦନ ବି ଲୋକୁରଙ୍କ ନେତୃତ୍ୱ ସୁପ୍ରିମକୋର୍ଟଙ୍କ ପୀଠକୁ ଏପରି କହିଛନ୍ତି। ବେଣୁଗୋପାଳ କହିଛନ୍ତି ଯେ ବିଚାରପତିମାନେ ଯେତେବେଳେ ସରକାରଙ୍କ ବିରୋଧରେ ଆକ୍ଷେପ କରୁଛନ୍ତି ସେତେବେଳେ ସେମାନେ ସମସ୍ତ ସମସ୍ୟାକୁ ଧ୍ୟାନ ଦେଉନାହାନ୍ତି। ଆଟର୍ଣ୍ଣି ଜେନେରାଲଙ୍କ ଏପରି ମନ୍ତବ୍ୟ ଉପରେ ସର୍ବୋଚ୍ଚ ଅଦାଲତ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ଏହା ସରକାରଙ୍କୁ କୌଣସି ପ୍ରକାରେ ସମାଲୋଚନା କରୁ ନାହାନ୍ତି; ବରଂ ସମସ୍ୟା ସମାଧାନର ବାଟ ବାହାର କରୁଛନ୍ତି। ଅଦାଲତଙ୍କ ନିର୍ଦେଶ ଯୋଗୁଁ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ବୋଲି ସୁପ୍ରିମକୋର୍ଟଙ୍କ ପୀଠ କହିଥିଲେ।
ଦେଶର ଜେଲ୍‍ଗୁଡିକରେ ଅବ୍ୟବସ୍ଥାକୁ ନେଇ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କାଳରେ ସରକାର ଓ ସର୍ବୋଚ୍ଚ ଅଦାଲତଙ୍କ ମଧ୍ୟରେ ଏପରି ଯୁକ୍ତିତର୍କ ହୋଇଥିଲା। ଦେଶରେ ଥିବା ୧୩୨୮ଟି ଜେଲ୍‍ରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟାରେ ବନ୍ଦୀମାନଙ୍କୁ ରଖାଯାଇଛି। ଫଳରେ ଜେଲ୍‍ଗୁଡିକର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଛି। ଜେଲ୍‍ଗୁଡିକର ସୁଧାର ପାଇଁ ସଂଗ୍ରହ କରାଯାଇଥିବା ପାଣ୍ଠିର ଉଚିତ୍‍ ବିନିଯୋଗ ହେଉ ନଥିବା ନେଇ ଅଭିଯୋଗ ହୋଇଛି। ଏହିସବୁ ଅଭିଯୋଗର ଅନୁଧ୍ୟାନ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୧୭ରେ ଏହି ପିଟିସନ ଉପରେ ପୁନର୍ବାର ଶୁଣାଣି ହେବ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories