www.samajalive.in
Sunday, December 14, 2025
14.1 C
Bhubaneswar

ଭୁବନେଶ୍ୱରରେ ପହଞ୍ଚିଲା ରଗ୍‍ବୀ ବିଶ୍ୱକପ ଟ୍ରଫି

ଭୁବନେଶ୍ୱର : ଦୀର୍ଘ ୩ ଦଶନ୍ଧି ପରେ ଓଡ଼ିଶାରେ ପହଞ୍ଚିଛି ଏକ ବିଶ୍ୱକପ ଟ୍ରଫି। ଆଇସିସି ବିଶ୍ୱକପ କ୍ରିକେଟ ଟ୍ରଫି ପରେ ଓଡ଼ିଶାରେ ପହଞ୍ଚିଛି ରଗ୍‍ବୀ ବିଶ୍ୱକପ ଟ୍ରଫି। ଜାପାନରେ ୨୦୧୯ ସେପ୍ଟେମ୍ବରରେ ଆୟୋଜିତ ହେବ ୭ମ ରଗ୍‍ବୀ ବିଶ୍ୱକପ ଚମ୍ପିଆନସିପ୍‍। ରଗ୍‍ବୀ ବିଶ୍ୱକପ ପ୍ରତିଯୋଗିତାର ପ୍ରଚାର ପ୍ରସାର ପାଇଁ ଭାରତରେ ପହଞ୍ଚିଛି ୱେବ ଏଲିସ୍‍ କପ ରଗବୀ ବିଶ୍ୱକପ ଟ୍ରଫି। ଦିଲ୍ଲୀ ଓ ମୁମ୍ବାଇ ପରେ ଭୁବନେଶ୍ୱରରେ ଗୁରୁବାର ସନ୍ଧ୍ୟାରେ ପହଞ୍ଚିଛି ରଗ୍‍ବୀ ବିଶ୍ୱକପ ଟ୍ରଫି।
ଏସୀୟ ରଗ୍‍ବୀ ଫୁଟବଲ ୟୁନିୟନ ସଭାପତି ଆଗା ହୁସେନ୍‍ଙ୍କ ନେତୃତ୍ୱରେ ବିଶ୍ୱକପ ଟ୍ରଫି ସନ୍ଧ୍ୟା ୭ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କ୍ରୀଡ଼ା ବିଭାଗ ଓ ଓଡ଼ିଶା ରଗ୍‍ବୀ ଆସୋସିଏସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଉକ୍ତ ଟ୍ରଫି ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ହୋଟେଲରେ ରଖାଯାଇଛି। ଶୁକ୍ରବାର ଉକ୍ତ ଟ୍ରଫି ପ୍ରଦର୍ଶିତ ହେବ। ପ୍ରଥମେ ଉକ୍ତ ଟ୍ରଫି ସକାଳେ କୋଣାର୍କ ଯିବ। ପରେ ପୂର୍ବାହ୍ଣ ୧୧ଟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱାଗତ କରିବେ। ପରେ ବିଶ୍ୱକପ ରଗ୍‍ବୀ ସମ୍ପର୍କିତ ସୂଚନା ପ୍ରଦାନ କରାଯିବ। ସଚିବାଳୟରେ ପ୍ରଦର୍ଶିତ ହେବା ପରେ ଅପରାହ୍ଣ ୨ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଟ୍ରଫି କିଟ୍‍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିକ୍ରମା କରିବା ସହିତ ଖେଳ ପଡ଼ିଆରେ ପ୍ରଦର୍ଶିତ ହେବ। କିଟ୍‍ରେ ଟ୍ରଫି ପ୍ରଦର୍ଶିତ ହେବା ପରେ ରାତିରେ ମୁମ୍ବାଇ ଫେରିଯିବ। ଭାରତ ରଗ୍‍ବୀ ବିଶ୍ୱକପରେ ପ୍ରତିନିଧିତ୍ୱ କରୁନଥିଲେ ମଧ୍ୟ ରଗ୍‍ବୀ କ୍ରୀଡ଼ାକୁ ଅଧିକରୁ ଅଧିକ ଲୋକପ୍ରିୟତା କରିବା ଓ ରଗ୍‍ବୀ କ୍ରୀଡ଼ାର ପ୍ରଚାର ଲକ୍ଷ୍ୟରେ ବିଶ୍ୱକପ ଟ୍ରଫି ଏସୀୟ ମହାଦେଶର ୧୮ଟି ରାଷ୍ଟ୍ର ଗସ୍ତ କରିବ। ଭାରତରେ ରଗ୍‍ବୀ ବିଶ୍ୱକପ ଟ୍ରଫି ପ୍ରଦର୍ଶିତ ହେଉଛି। ଆସନ୍ତା ଅକ୍ଟୋବରେ ଭୁବନେଶ୍ୱରରେ ୧୮ ବର୍ଷରୁ କମ ଏସୀୟ ବାଳିକା ରଗ୍‍ବୀ ପ୍ରତିଯୋଗିତା ଖେଳାଯିବ। ଉକ୍ତ ପ୍ରତିଯୋଗିତା ପୂର୍ବରୁ ରଗ୍‍ବୀ ବିଶ୍ୱକପ ଟ୍ରଫି ଏହି କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବ ବୋଲି କ୍ରୀଡ଼ା ଓ ଯୁବ ସେବା ବିଭାଗ ଉପନିର୍ଦେଶକ ବେଦବନ୍ଧୁ ମିଶ୍ର କହିଛନ୍ତି। ସୂଚନାଯୋଗ୍ୟ ରଗ୍‍ବୀ ବିଶ୍ୱକପ ଟ୍ରଫିକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କର୍ଣ୍ଣେଲ ରାଜବର୍ଦ୍ଧନ ସିଂହ ରାଠୋର ଚଳିତ ଅଗଷ୍ଟ ୬ ଦିଲ୍ଲୀରେ ସ୍ୱାଗତ କରିଥିଲେ। ୭ରେ ଦିଲ୍ଲୀରେ ପ୍ରଦର୍ଶିତ ହେବାପରେ ୮ ଓ ୯ରେ ମୁମ୍ବାଇରେ ପ୍ରଦର୍ଶିିତ ହୋଇଥିଲା। ଓଡ଼ିଶାକୁ ୧୯୮୭ରେ ପ୍ରଥମ ଥର ପାଇଁ ଆଇସିସି କ୍ରିକେଟ ବିଶ୍ୱକପ ଟ୍ରଫି ଆସିଥିଲା।
କାର୍ଯ୍ୟସୂଚୀ
ସକାଳ ୮ ଟା : କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରଦର୍ଶନ
ପୂର୍ବାହ୍ଣ ୧୧ଟା : ସଚିବାଳୟ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ପ୍ରଦର୍ଶନ
ଅପରାହ୍ଣ ୨ଟା୩୦ : କିଟ୍‍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories