www.samajalive.in
Sunday, December 14, 2025
14.1 C
Bhubaneswar

ହାତୀ ସୁରକ୍ଷା ପାଇଁ ନୀଳଗିରି ପାର୍ବତ୍ୟାଞ୍ଚଳର ୧୧ ରିସର୍ଟ ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ : କେରଳର ନୀଳଗିରି ହାତୀ ବିଚରଣସ୍ଥଳରେ ବେଆଇନ ଭାବେ ନିର୍ମିତ ୧୧ଟି ରିସର୍ଟକୁ ୪୮ଘଣ୍ଟା ମଧ୍ୟରେ ବନ୍ଦ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଏଥିସହିତ ରିସର୍ଟ ମାଲିକମାନଙ୍କୁ ଜିଲାପାଳଙ୍କ ଅନୁମୋଦନ ପତ୍ର ୨୪ଘଣ୍ଟା ମଧ୍ୟରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ବିଚାରପତି ମଦନ ବି ଲୋକୁର, ଏସ୍‍. ଅବଦୁଲ ନଜିର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ପୀଠ। ହାତୀ ଆମର ଜାତୀୟ ଐତିହ୍ୟ ପ୍ରାଣୀ। ସେମାନଙ୍କ ବିଚରଣ ପାଇଁ ରହିଥିବା ବିଚରଣ ସ୍ଥଳରେ ରିସର୍ଟ ନିର୍ମାଣ କରିବା ପାଇଁ ଅନୁମତି କିଭଳି ଦିଆଗଲା ବୋଲି ପୀଠ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ କୌଣସି ପ୍ରକାର ନିର୍ମାଣ କରାନଯିବାକୁ ପୀଠ ନିର୍ଦେଶ ଦେଇଛନ୍ତି। ଜିଲାପାଳ ପ୍ରତ୍ୟେକ ନିର୍ମାଣ ସମ୍ପର୍କରେ ରିପୋର୍ଟ ଦେବାକୁ ବିଚାରପତି ଲୋକୁନ୍ନିର୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ କି ବର୍ଷା ଋତୁରେ ତାମିଲନାଡ଼ୁକୁ; ବିଶେଷକରି ନୀଳଗିରି ଅଞ୍ଚଳକୁ ୧୮ହଜାର ହାତୀଙ୍କ ଆଗମନ ହୋଇଥାଏ। ସେମାନଙ୍କ ସୁରକ୍ଷା ସରକାରଙ୍କ ପାଇଁ ଗୁରୁତ୍ୱ ବହନ କରିଥାଏ। ଦେଶର ମୋଟ ୨୨ଟି ରାଜ୍ୟରେ ୨୭ଟି ଗୁରୁତ୍ୱପୂର୍ଣ୍ଣ ହାତୀ ବିଚରଣ ସ୍ଥଳ ବା ଚଲାପଥ ରହିଛି। ଏଗୁଡ଼ିକର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଥିବା କେନ୍ଦ୍ର ସରକାର ଅଦାଲତକୁ ଦର୍ଶାଇଛନ୍ତି; ତେବେ ଏ ସଂକ୍ରାନ୍ତ ଅଦାଲତ ନିର୍ଦେଶାବଳୀକୁ ୧୩ଟି ରାଜ୍ୟ ସଠିକ କାର୍ଯ୍ୟକାରୀ କରୁନଥିବା ଜଣାପଡ଼ିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories