www.samajalive.in
Monday, December 15, 2025
15.1 C
Bhubaneswar

ସାତ ଦିନ ପରେ ଆଶ୍ରମରୁ ଉଦ୍ଧାର ହେଲା ବାବାଙ୍କ ମୃତଦେହ, ଟେର ପାଇଲାନି ପୁଲିସ

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଲା ଅତାବିରା ଥାନା ଅଧୀନରେ ବିଭିନ୍ନ ସ୍ଥାନରେ ଚୋରି ଡକାୟତି ଲୁଟ ମାର ବୋମା ବିସ୍ଫୋରଣ ଭଳି ଚାଞ୍ଚଲ୍ୟ କର ଘଟଣା ସାରା ଅଞ୍ଚଳକୁ ଥରାଇ ଲୋକଙ୍କ ନିଦ ହଜାଇ ଦେଉଛି। ସେହିପରି ଅଞ୍ଚଳରେ ମଦ,ସଟ୍ଟା,ଜୁଆ ସହରର ଗଲି କନ୍ଦି ରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ବିନା ଲାଇସେନ୍ସରେ କୁଟୀର ଶିଳ୍ପ ଭାବେ ତାର କାୟା ବିସ୍ତାର କରି ଚାଲିଛି। ଅସାମାଜିକ କାର୍ଯ୍ୟ କଳାପ ତଥା ଅଞ୍ଚଳରେ ଲୋମ ହର୍ଷଣ କାରୀ ଘଟଣା ଘଟିଯାଉଥିବାବେଳେ ଆଜି ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ବରଗଡ଼ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲିକେମ୍ପ ରେଲୱେ କଡ଼ ନିକଟସ୍ଥ ମାତା ଡେରା ଶିବବାଳା ଯୋଗେଶ୍ୱରୀ ଆଶ୍ରମରେ। ଏହି ଆଶ୍ରମରେ ରହୁଥିବା ଦାମୋଦର ସଦା(୭୫) ରାମ ପ୍ରଭୁ ବାବା ଭାବରେ ପରିଚିତ ଥିଲେ। ସ୍ଥାନୀୟ ତଥା ଆଶ୍ରମକୁ ଯିବା ଆସିବା କରୁଥିବା ଲୋକଙ୍କ କହିବା ଅନୁସାରେ ଗତ ଫେବୃଆରୀ ୧୭ ବୁଧବାର ଦିନ ଠାରୁ ତାଙ୍କର ଖୋଜ ଖବର ମିଲୁ ନଥିଲା। ଆଶ୍ରମର ବାହାରେ ତାଲା ପଡ଼ିଥିବା ଦେଖି ବାବା ଅନ୍ୟତ୍ର କୁଆଡେ ଯାଇଥିବେ ବୋଲି ସମସ୍ତଙ୍କ ଭାବନା ଥିଲା । ତାଙ୍କର ଫୋନ ମଧ୍ୟ ବନ୍ଦ ଥିଲା। ୧୮ତାରିଖ ଦିନ ନିତିଦିନିଆ ଭାବେ ମନ୍ଦିରକୁ ଆଣୁଥିବା କ୍ଷୀର ବାଲା ବାବାଙ୍କ କୁଟୀରରେ ତାଲା ଝୁଲୁଥିବା ଦେଖି ମନ୍ଦିର ଦୀର୍ଘ ୫/୬ବର୍ଷ ଧରି ପୂଜକ ଭାବେ କାର୍ଯ୍ୟରତ ଥିବା ତପନ ଷଡ଼ଙ୍ଗୀଙ୍କୁ କ୍ଷୀର ଦେଇ ଚାଲିଯାଇଥିଲା। ପୂଜକ ଜଣକ ଶୁକ୍ରବାର ଦିନ ବାବା କୋଠରୀର ଝରକା ପାଖରେ ମାଛି ଭଣ ଭଣ ହୋଇ ସାମାନ୍ୟ ପଚା ଗନ୍ଦ ଆସିବାରୁ ସନ୍ଦେହ କରି କମିଟିର ବାସୁଦେବ ଜେନା ଓ ମନୋଜ ମହାରଣାଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ। ଏହାପରେ ଏହି ଘଟଣାଟି ଧୀରେ ଧୀରେ ଅଞ୍ଚଳରେ ବ୍ୟାପି ଯିବା ସହ ଆଶ୍ରମରେ ପଚା ଗନ୍ଧ ବୃଦ୍ଧି ପାଇଥିଲା। ଆଶ୍ରମକୁ ଆସିଥିବା କମିଟିର ସଦସ୍ୟ ଗୋପାଳ କୃଷ୍ଣ ରବିବାର ଦିନ  ଗତ କାଲି ପୁଲିସକୁ ଖବର ଦେଇଥିଲେ। ଉକ୍ତ ଖବର ପାଇବା ମାତ୍ରେ ଆଶ୍ରମସ୍ଥଳକୁ ପୁଲିସ ସଦଳବଳେ ପହଞ୍ଚି ତଦନ୍ତ ଜାରି କରି କୌଣସି ଖବର ପାଇ ନଥିବାରୁ ଘଟଣାସ୍ଥଳରେ ଦୁଇ ଜଣ ହୋମ ଗାର୍ଡଙ୍କୁ ନିଯୁକ୍ତ କରିଥିଲେ । ସୋମବାର ଦିନ ସକାଳେ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ତଥା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୌର୍ଯ୍ୟ ରଞ୍ଜନ ମିଶ୍ରଙ୍କ ସହ ଅତାବିରା ଥାନା ଅଧିକାରୀ ସଦଲବଳେ ପହଞ୍ଚି ଜିଲ୍ଲା ପୋଲିସକୁ ଖବର ଦେଇଥିଲେ। ଜିଲ୍ଲା ପୁଲିସ ଆରକ୍ଷୀ ଅଧିକାରୀ ପଦ୍ମିନୀ ସାହୁ,ଏସ୍ ଡି ପିଓ ପ୍ରଦୀପ କୁମାର ପହଞ୍ଚି ଘଟଣା ତଦନ୍ତ ଆରମ୍ଭ ହୋଇ ବାବାଙ୍କ କୁଟୀରରେରେ ଝୁଲୁଥିବା ତାଲାକୁ ଭାଙ୍ଗି କୋଠରୀ ଭିତରକୁ ପ୍ରବେଶ କରି ଦେଖିବା ମାତ୍ରେ ଜଣା ପଡିଥିଲା ଯେ ରକ୍ତାକ୍ତ ଓ କ୍ଷତ ବିକ୍ଷତ ସହ ପୋକ ଜୋକ ହୋଇ ଦୁର୍ଗନ୍ଧରେ ଫାଟି ପଡୁଥିଲା।

ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଥିଲା, ବାବାଙ୍କ ବିଭିନ୍ନ ସ୍ଥାନରେ କୌଣସି ଏକ ଅସ୍ତ୍ର ସାହାଯ୍ୟରେ ମରା ଯାଇ ବାବାଙ୍କୁ କମ୍ବଳରେ ଢାଙ୍କିଦେଇ ଶୋଇଥିବା କୋଠରୀ କବାଟକୁ ବନ୍ଦ କରି କୁଟୀରର ପ୍ରବେଶ ଦ୍ୱାରକୁ ବାହାର ପଟୁ ତାଲା ମାରି ଫେରାର ମାରିଛି ଅପରାଧୀ। ହେଲେ କେଉଁ କାରଣରୁ ଏବଂ କିଏ ବାବାଙ୍କୁ ହତ୍ୟା କରିଛି ଓ ଏହାରି ପଛରେ କଣ ରହସ୍ୟ ରହିଛି ତାହା ଜନ ସାଧାରଣରେ ପ୍ରଶ୍ନବାଚି ହୋଇ ରହିଛି। ତେବେ ଦିନକୁ ଦିନ ନୂଆଁ ନୂଆଁ ଘଟଣା ବୃଦ୍ଧି ପାଇବା ଯୋଗୁଁ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେଉଛି। ଯାହା ଏହି ଘଟଣାକୁ କେନ୍ଦ୍ର କରି ସାଇଣ୍ଟ ଫିକ ଦଳ ପହଞ୍ଚି ବିଭିନ୍ନ ତଦନ୍ତ ଜାରି ରଖିଛି। ପଚାରା ବୁଝାରୁ ଜଣା ପଡିଥିଲା ଯେ, ସାଇଣ୍ଟି ଫିକ ଦଳ ତଥ୍ୟ ଲୁଚାଇବା ରହସ୍ୟ କ’ଣ ଥିଲା। ଏନେଇ ଅତାବିରା ପୁଲିସ ମାମଲା ରୁଜୁ କରିବା ସହ ବାବାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories