www.samajalive.in
Friday, December 12, 2025
19.1 C
Bhubaneswar

ଶୃଙ୍ଖଳା ଓ ସେବା ହେଉଛି ସ୍କାଉଟ ଓ ଗାଇଡ ଅଭିଯାନର ମୂଳଲକ୍ଷ୍ୟ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜର ରୋଭର୍ସ ଓ ରେଞ୍ଜର୍ସ ପକ୍ଷରୁ ସୋମବାର କଲେଜ ପରିସରରେ ଚିନ୍ତନ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସଚେତନତା ସଭାକୁ ସଂଯୋଜନା କରି ରେଞ୍ଜର ଲିଡର ଅଧ୍ୟାପିକା ଡଃ ସୁରେଖା ଦାସ ଚିନ୍ତନ ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ସ୍କାଉଟ ଓ ଗାଇଡ ଅଭିଯାନର ପ୍ରତିଷ୍ଠାତା ଲର୍ଡ ବାଡେନ ପାୱେଲଙ୍କ ଜନ୍ମଦିନ ଫେବୃଆରୀ ୨୨ ତାରିଖ ହୋଇଥିବାବେଳେ ସେହିଦିନ ମଧ୍ୟ ତାଙ୍କ ପତ୍ନୀ ଲେଡି ବାଡେନ ପାୱେଲଙ୍କର ଜନ୍ମଦିନ। ଉଭୟଙ୍କ ହେଉଛି ସ୍କାଉଟ ଓ ଗାଇଡ ଅଭିଯାନକୁ ବିଶ୍ୱବ୍ୟାପୀ ଆଗେଇ ନେବା। ତେଣୁ ତାଙ୍କର ଏହି ଜନ୍ମ ଦିବସକୁ ସାରାବିଶ୍ୱରେ ଚିନ୍ତନ ଦିବସ ଭାବେ ପାଳନ କରାଯାଇଥାଏ ବୋଲି ଅଧ୍ୟାପିକା ଶ୍ରୀମତୀ ଦାସ ପ୍ରକାଶ କରିଥିଲେ।

 

- Advertisement -

ଏହି ଅବସରରେ କଲେଜର ରୋଭର୍ସ ଓ ରେଞ୍ଜର୍ସ ବାହିନୀ ପକ୍ଷରୁ କରୋନା ସଂକ୍ରମଣରୁ ରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ଶୃଙ୍ଖଳା ଓ ସେବା ହେଉଛି ସ୍କାଉଟ ଓ ଗାଇଡ ଅଭିଯାନର ମୂଳଲକ୍ଷ୍ୟ। ତେଣୁ କଲେଜର ରୋଭର୍ସ ଓ ରେଞ୍ଜର୍ସର କ୍ୟାଡେଟମାନେ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବା ଲାଗି ସେ ପରାମର୍ଶ ଦେଇଥିଲେ। କରୋନା ଭୂତାଣୁ ସଂକ୍ରମଣ ମହାମାରୀର ରୂପ ନେଇଥିବାବେଳେ ଏବେବି କରୋନାର ଭୟ ରହିଛି ଏବଂ କରୋନାର ୨ୟ ପର୍ଯ୍ୟାୟ ସଂକ୍ରମଣର ଆଶଙ୍କା ଥିବାରୁ ଲୋକମାନେ ବ୍ୟାପକ ସଚେତନତା ଓ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ରୋଭର୍ସ ଲିଡର ଅଧ୍ୟାପକ ପ୍ରଣବ କୁମାର ଦାସ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିଜୟ କୁମାର ତ୍ରିପାଠୀ, ପ୍ରତାପ କେଶର ଥାଟୋଇ, ଦେବେଶ ନନ୍ଦନ ରଥ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ରୋଭର୍ସ ସ୍କାଉଟ ଲିଡର ଶୁଭଦର୍ଶନ ମହାପାତ୍ର, ରେଞ୍ଜର୍ସ ଲିଡର ପ୍ରଜ୍ଞାପାରମିତା ସାହୁ, ରଞ୍ଜିତ ସାମନ୍ତରାୟ ଓ କ୍ଷଣପ୍ରଭା ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରୋଭର୍ସ ଓ ରେଞ୍ଜର୍ସମାନେ ଏକ ସଚେନତମୂଳକ ପତ୍ରିକା କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଆଠଗଡର ଜନସାଧାରଣଙ୍କୁ ବଣ୍ଟନ କରିବା ସହିତ କରୋନା ସଂକ୍ରମଣରୁ କିପରି ରକ୍ଷା ପାଇବେ ସେ ସଂପର୍କରେ ବୁଝାଇଥିଲେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories