ରେଢାଖୋଲ : ରେଢାଖୋଲ ଥାନା ଅନ୍ତର୍ଗତ କୁଟାସିଂହା ଗ୍ରାମର ଜଣେ ମହିଳା ରତ୍ନ ମଞ୍ଜରୀ ବେହେରା(୨୦) ମଙ୍ଗଳବାର ସକାଳୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡିଛି। ସେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପ୍ରଥମେ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ତାଙ୍କର ଏକ ଦୁଇ ବର୍ଷର ଝିଅ ଥିବା ଜଣା ପଡିଛି।
Popular Categories



