www.samajalive.in
Sunday, December 14, 2025
26.1 C
Bhubaneswar

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପ୍ରତିଷ୍ଠା ହେବ ମଡେଲ ପୁଲିସ ଥାନା : ଡିଜିପି

ବରିଷ୍ଠ ପୁଲିସ ଅଫିସର ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର : ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଁଏ ମଡେଲ ପୁଲିସ ଥାନା ପ୍ରତିଷ୍ଠା କରାଯିବ। ଆସନ୍ତା ୨୫ ତାରିଖ ସୁଦ୍ଧା ଜିଲ୍ଲା ଏସ୍‌ପିମାନେ ମଡେଲ ପୁଳିସ ଥାନା ସଂପର୍କରେ ପ୍ରସ୍ତାବ ପଠାଇବାକୁ ପୁଲିସ ମହାନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି । ସ୍ଥାନୀୟ ପୁଲିସ ଭବନରେ ୬୦ ତମ ବରିଷ୍ଠ ପୁଲିସ ଅଫିସର ସମ୍ମିଳନୀକୁ ଉଦ୍‌ଘାଟନ କରି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହା କହିଛନ୍ତି। ମଡେଲ ପୁଲିସ ଥାନାରେ ଉନ୍ନତ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ, ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଏବଂ ପ୍ରଭାବଶାଳୀ ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥା ରହିବ।

ପୁଲିସ ଭବନରେ ୬୦ତମ ୩ଦିନିଆ ବରିଷ୍ଠ ପୁଲିସ ଅଫିସର ସମ୍ମିଳନୀ ଆରମ୍ଭ ହୋଇଛି। ଲୋକଙ୍କ ସହିତ ସୁ-ସଂପର୍କ ରଖି ପୁଲିସ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେବା ସହିତ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରିବାକୁ ସେ ପୁଲିସ ଅଫିସର ମାନଙ୍କୁ ପରାମର୍ଶ ଦେଇଛନ୍ତି।

- Advertisement -

ଅସାନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀରେ ରାଜ୍ୟର ସବୁ ଜିଲ୍ଳାର ଏସପି, ଡିସିପି, ସଶସ୍ତ୍ର ବାଟାଲିୟନର କମାଣ୍ଡାଣ୍ଟ, ଆଇଜି,ଡିଆଇଜି ପ୍ରମୁଖ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧର ସ୍ଥିତି, ମାଓ ଦମନ ଆଦି ସମସ୍ତ ବିଷୟରେ ଆଳୋଚନା କରାଯିବ।
୧୫ତାରିଖ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଯାପନ ଉତ୍ସବରେ ଯୋଗ ଦେବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories