www.samajalive.in
Sunday, December 14, 2025
17.1 C
Bhubaneswar

ଧାନ ବିକ୍ରୟ ଲାଗି ଚାଷୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ଼ ଲାଇନ ଜାରି

ବୌଦ୍ଧ : ବୌଦ୍ଧଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଥରେ ମାତ୍ର ଧାନ ବିକ୍ରୟ କରିନଥିବା କୃଷକ ସଂଖ୍ୟା ୯୫୦୦କୁ ହ୍ରାସ ପାଇଛି ଏବଂ ସରକାର, ସମୟସୀମା ଅତିକ୍ରମ ହୋଇଯାଇଥିବା ଟୋକନକୁ ପୁନା ମୁଲ୍ୟାଙ୍କନ ପାଇଁ ମତପୋଷଣ କରୁନାହାନ୍ତି । ତେଣୁ ନିଷ୍ପତି ନିଆଗଲା ଯେ, ସମସ୍ତ  ପ୍ୟାକ୍ସକୁ ପ୍ରଥମ ଟୋକନ ବନ୍ଦ ଦିନରୁ ଧାନ କିଣା ଆରମ୍ଭ କରିବେ ବୋଲି ଉପ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ସେହିପରି ଦିଆଯାଇଥିବା ପ୍ରଥମ ଟକୋନର ପ୍ରାଧାନ୍ୟକୁ ପ୍ରତ୍ୟାହାର କରାଗଲା। କିନ୍ତୁ ତା’ପୂର୍ବରୁ କୃଷକମାନଙ୍କୁ ହାତାହାତି ଦିଆଯାଇଥିବା ଟୋନ ବାବଦରେ ଧାନ କ୍ରୟ କରାଯିବ। ପୂର୍ଣ୍ଣ ସ୍ଵଚ୍ଛତା ସହିତ ସମସ୍ତ କୃଷକଙ୍କୁ ଟୋକନ ପ୍ରଦାନ କରାଯିବ। ଫିଜିକାଲ ଟୋକନ ପ୍ରଦାନ ପୂର୍ବରୁ କ୍ଷମତା ପ୍ରାପ୍ତ ଟିମ୍ କୃଷକଙ୍କ ଗୃହରେ ଧାନର ତନଖୀ କରିବେ। ସୋସାଇଟିର ପ୍ରଶାସକଙ୍କ ଦସ୍ତଖତରେ ଟୋକନ ପ୍ରଦାନ କରାଯିବ ଏବଂ ତାହା ପ୍ରତିଦସ୍ତଖତ ପାଇଁ ତହସିଲଦାରଙ୍କ ପାଖକୁ ପଠାଯିବ ନାହିଁ। ସମସ୍ତ ପ୍ୟାକ୍ସକୁ ପ୍ରଶାସକ ଯେପରି ପ୍ରକୃତ ଚାଷୀଙ୍କ ଟୋକନ ରଦ୍ଧ ନହୁଏ ସେଥିପ୍ରତି ଦୃଷ୍ଟି ଦେବେ। ଟୋକନ ରଦ୍ଦକୁ ରୋକିବା ନିମନ୍ତେ ପୂର୍ବ ପ୍ରସ୍ତୁତି ଅନୁସାରେ ଧାନ ତନଖି  କରିବେ। ସମବାୟ ସମିତି ସହକାରୀ ନିବନ୍ଧକ କ୍ଷେତ୍ର ସ୍ତରରୁ ତନଖି ବିବରଣୀ ପାଇବା ପରେ ସାସ୍ ମାସ୍ ପାଇଁ ଏକ ସୂଚୀ ଜିଲ୍ଲାପ୍ରଶାସନ ନିକଟରେ ଦାଖଲ କରିବେ। ସମିତି ସହକାରୀ ନିବନ୍ଧକଙ୍କ ସ୍ବୀକାରୋକ୍ତି ପାଇଲା ପରେ ପ୍ୟାକ୍ସକୁ ସାସ୍ ମାସ୍ ପ୍ରଦାନ କରାଯିବ। ସମିତି ନିବନ୍ଧକ ଦୈନିକ ଧାନକ୍ରୟ ତଦାରଖ କରିବେ ଯେପରି ସାସ୍ ମାସ୍ ଯୋଗୁଁ ଧାନକ୍ରୟ ବାଧାପ୍ରାପ୍ତ ହେବନାହିଁ। ତନଖି କାର୍ଯ୍ୟଧାରାକୁ ଜିଲ୍ଲାର ସମସ୍ତ ବ୍ଲକ ସ୍ତରରେ ତ୍ଵରାନ୍ବିତ କରାଯିବ। ସଂପୃକ୍ତ ତହସିଲଦାର ଅତିକମ୍‌ରେ ସପ୍ତାହକୁ ତିନିଥର ଧାନକ୍ରୟ ତନଖୀ କରିବେ। ସେହିପରି ଉପଜିଲ୍ଲାପାଳ କିମ୍ବା ଅତିରିକ୍ତ ଜିଲ୍ଲାପାଳ ଆକସ୍ମିକ ଚଢ଼ାଉ କରି ଧାନ ବିକ୍ରୟରେ ମଧ୍ୟସ୍ଥତା କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଉପ ଜିଲ୍ଲାପାଳ ଜଣାଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories