www.samajalive.in
Monday, December 15, 2025
16.1 C
Bhubaneswar

ପୁଷ୍ପଲତା ମୃତ୍ୟୁ ମାମଲା : କାହିଁକି ପ୍ରୀତିରଞ୍ଜନକୁ ବିବାହ କଲେ?

ଭୁବନେଶ୍ବର : ଚନ୍ଦକା ଥାନା ଅଧୀନ ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରୁ ଉଦ୍ଧାର ମୁଣ୍ଡ ବିହୀନ ମହିଳାଙ୍କ ୭ ଦିନ ପରେ ପରିଚୟ ମିଳିଥିଲା। ମୃତ ମହିଳା ପୁଷ୍ପଲତାଙ୍କ ମା’ ମିନତି ପାତ୍ର ଏନେଇ ପୁଲିସକୁ ସୂଚନା ଦେଇଥିଲେ। ତେବେ ବିବାହ ବିବାଦକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିବା ପରେ ଧୀରେ ଧୀରେ ରହସ୍ୟ ପଦାକୁ ଆସୁଛି।
ପୁଷ୍ପଲତା ଦ୍ବିତୀୟ ବିବାହ କରିବାରୁ ସଞ୍ଜୟ ତାଙ୍କୁ ହତ୍ୟା କଲା ବୋଲି ପୁଲିସ ଆଗରେ କହିଛି। ୬ ବର୍ଷ ତଳେ ପୁଷ୍ପଲତା ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ୨ଟି ଝିଅ ଥିଲେ। ଏହାସତ୍ତ୍ବେ ସେ ତାଙ୍କ ଘରେ ଭଡ଼ା ରହୁଥିବା ସଞ୍ଜୟ ସହିତ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ସଞ୍ଜୟ ଧିରିକୁଟି ବସ୍ତି ଛାଡ଼ି ଭରତପୁର ଫୁଲେଶ୍ବରୀ ବସ୍ତିକୁ ଚାଲି ଯାଇଥିଲା। ଏହା ସତ୍ତ୍ବେ ସେମାନଙ୍କ ସମ୍ପର୍କରେ ଭଟ୍ଟା ପଡ଼ି ନ ଥିଲା। ପୁଷ୍ପଲତା ଭରତପୁର ତାରିଣୀ ବସ୍ତିରେ ନିଜେ ଏକ ଘର ତିଆରି କରିଥିଲେ। ଉକ୍ତ ଘରକୁ ଭଡ଼ା ଦେଇଥିଲେ। ପୁଷ୍ପଲତା ବାରମ୍ବାର ଭରତପୁର ଗଲେ ଫୁଲେଶ୍ବରୀ ବସ୍ତିରେ ସଞ୍ଜୟ ସହିତ ରହୁଥିଲେ। ଦୁହେଁ ବିବାହ କରି ନ ଥିଲେ ସୁଦ୍ଧା ଏକାଠି ରହୁଥିଲେ। ତେବେ ଏହି କଥାକୁ ପୁଷ୍ପଲତାଙ୍କ ମା’ ମିନତି ଆଦୌ ପସନ୍ଦ କରୁ ନ ଥିଲେ। ତେଣୁ ସେ ଦୁଇ ନାତୁଣୀଙ୍କୁ ପାଖରେ ରଖି ସେମାନଙ୍କୁ ପଢ଼ା କଥା ବୁଝୁଥିଲେ। ମିନତିଙ୍କ ପାଖକୁ ନିଶାସେବନ କରିବାକୁ ଅଧିକାଂଶ ସମୟରେ ଚକେଇସିଆଣିରେ ରହୁଥିବା ପ୍ରୀତିରଞ୍ଜନ ପତି ଆସୁଥିଲା। ସେ ବ୍ଲୁ ଡାର୍ଟ କୋରିଅର ସଂସ୍ଥାରେ କାମ କରୁଥିଲା। ପ୍ରୀତିରଞ୍ଜନଙ୍କ ସହିତ ଅଧିକ ଜଣାଶୁଣା ହେବା ପରେ ମିନତି ତାଙ୍କ ଝିଅ ପୁଷ୍ପଲତାକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ପୁଷ୍ପଲତା ମଝିରେ ମଝିରେ ମା’ ପାଖକୁ ଆସିବା ବେଳେ ପ୍ରୀତିରଞ୍ଜନ ସହିତ ଦେଖା ହେଉଥିଲା। ମା’ ବାଧ୍ୟ କରୁଥିବାରୁ ପୁଷ୍ପଲତା ରାଜି ହୋଇଥିଲେ ପ୍ରୀତିରଞ୍ଜନ ସହିତ ବାହାହେବାକୁ। ତେବେ ଜାନୁଆରୀ ୨୪ରେ ସେମାନଙ୍କର ଆମଫୋଇରେ ବାହାଘର ହୋଇଥିଲା। ମାତ୍ର ୫ଦିନ ପାଇଁ ପ୍ରୀତିରଞ୍ଜନ ସହିତ ଚକେଇସିଆଣିରେ ରହିବା ପରେ ପୁଷ୍ପଲତା ସେଠାରୁ ଫେରି ଚାଲିଆସିଥିଲେ ସଞ୍ଜୟ ପାଖକୁ। ଏସମ୍ପର୍କରେ ପ୍ରୀତିରଞ୍ଜନ ମିନତିଙ୍କୁ ଜଣାଇଥିଲା। ପୁଷ୍ପଲତାଙ୍କ ଏଭଳି କାର୍ଯ୍ୟକୁ ମିନତି ପସନ୍ଦ କରି ନ ଥିଲେ।
ହେଲେ ସଞ୍ଜୟ ସହିତ ବର୍ଷ ବର୍ଷ ଧରି ସମ୍ପର୍କ ରଖିବା ପରେ କାହିଁକି ସେ ପ୍ରୀତିରଞ୍ଜନକୁ ବିବାହ କଲେ ଏହା ତାଙ୍କ ପାଇଁ କାଳ ହୋଇଥିଲା। ସଞ୍ଜୟ ବାହା ହୋଇ ନ ଥିଲେ ସୁଦ୍ଧା ଦୀର୍ଘ ବର୍ଷ ଧରି ପୁଷ୍ପଲତା ସହିତ ସମ୍ପର୍କ ରଖିଥିଲା। ପୁଷ୍ପଲତା ୨ଟି ଝିଅର ମା’ ହେବା ସତ୍ତ୍ବେ ପ୍ରୀତିରଞ୍ଜନ ତାଙ୍କୁ ବିବାହ କରିଥିଲା। ତେବେ ପ୍ରୀତିରଞ୍ଜନଙ୍କ ସହିତ ବିବାହକୁ ସଞ୍ଜୟ ବରଦାସ୍ତ କରି ପାରି ନ ଥିଲା। ସେମାନଙ୍କ ମଧ୍ୟରେ ୪ ଦିନ ଧରି କଥା କଟାକଟି ହୋଇଥିଲା। ସଞ୍ଜୟ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା ସେ ପୁଷ୍ପଲତାଙ୍କ ବେକକୁ ଓଢ଼ଣିରେ ଭିଡ଼ି ହତ୍ୟା କରିଦେଇଥିଲା। ମୃତ୍ୟୁ ପରେ ସହଯୋଗୀ ଚନ୍ଦୁ ସହିତ ମିଶି କେମିତି ପ୍ରମାଣ ନଷ୍ଟ କରିବ ସେଥିପାଇଁ ଯୋଜନା କରିଥିଲା। ହେଲେ ସବୁ ଯୋଜନା ପଦାରେ ପକାଇ ଦେଇଥିଲେ ପୁଷ୍ପଲତାଙ୍କ ମା’ ମିନତି। ମିନତିଙ୍କୁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ପ୍ରୀତିରଞ୍ଜନ କହିଥିଲେ। ତେବେ ହତ୍ୟାକାରୀକୁ ଧରାଇ ଦେବା ଲାଗି ମିନତି ଫୁଲେଶ୍ବରୀ ବସ୍ତିକୁ ଯାଇ ଝିଅକୁ ଖୋଜିଥିଲେ। ସେଠାରେ ଝିଅକୁ ନ ପାଇବା ପରେ ତାଙ୍କର ସନ୍ଦେହ ଆହୁରି ଦୃଢ଼ୀଭୂତ ହୋଇଥିଲା। ଝିଅର ମୋବାଇଲ୍‌ ଫୋନ୍ ସୁଇଚ୍ ଅଫ୍ ଥିଲା। ତେଣୁ ସେ ପୁଲିସକୁ ଘଟଣା ସମ୍ପର୍କରେ ସବୁ କିଛି କହିଥିଲେ। ଗତ ୯ ତାରିଖ ରାତିରେ ଏହି ଖବର ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ ଆରମ୍ଭ କରି ଶେଷରେ ସଫଳ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories