www.samajalive.in
Sunday, December 14, 2025
19.1 C
Bhubaneswar

ଜାତୀୟ ରାଜପଥରେ ଲୁଟ ମାମଲା; ଗିରଫ ସଂଖ୍ୟା ୧୦କୁ ବୃଦ୍ଧି

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ରାଜପଥ ନଂ ୧୬ ତଥା ବିଲୁ ଢ଼ାବା ସମ୍ମୁଖରେ ଗତ ୨୦୨୦, ଅକ୍ଟୋବର ୧୬ ତାରିଖ ରାତିରେ ଦୁଇ ବାଇକ୍ ଆରୋହୀ ବିଶାଖାପାଟଣା ଯିବା ନିମନ୍ତେ ଠିଆ ହୋଇଥିବା ବେଳେ କିଛି ରାଜପଥ ଲୁଟେରା  ସେଠାରେ ପହଞ୍ଚି ଉଭୟଙ୍କ ଠାରୁ ଲୁଟ କରି ଚମ୍ପଟ ମାରିଥିଲେ। ଏହି ଘଟଣାରେ ଆଜି ସମ୍ପୃକ୍ତ ରହିଥିବା ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାରେ ଆଜି ସୁଦ୍ଧା ୧୦ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ଗିରଫ ହୋଇଥିବା ଯୁବକଙ୍କ ମଧ୍ୟରେ ବ୍ରହ୍ମପୁର ଗଜପତି ନଗରର ସତ୍ୟ ସ୍ବରୂପ ଜେନା, ଶକ୍ତି ନଗରର ଦେବାଶିଷ ଆଚାର୍ଯ୍ୟ ଓ ବିଜିପୁରର ସୁଶାନ୍ତ ବେହେରା ବୋଲି ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ ଗତ ଅକ୍ଟୋବର ୧୬ ତାରିଖ ରାତିରେ ବ୍ରହ୍ମପୁର ପ୍ରେମ ନଗରର ୨ ଜଣ ବି.ବିଜୟ କୁମାର ଅଚାରୀ ଓ କେ.ଶିବ ପ୍ରସାଦ ଅଚାରି  ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଯିବା ପାଇଁ ନିଜ ମୋଟରସାଇକେଲ ନେଇ ଠିଆ ହୋଇଥିଲେ। ଏହି ସମୟରେ ଦୁଇ ଜଣ ଲୁଟେରା ସେମାନଙ୍କ ନିକଟରେ ପହଞ୍ଚି ୨ ଜଣକୁ ମାଡ଼ ମାରି ସେମାନଙ୍କ ଠାରୁ ବାଇକ୍, ମୋବାଇଲ ଓ ଟଙ୍କା ଲୁଟି ଚମ୍ପଟ ମାରିଥିଲେ। ଏ ନେଇ ୨ ଜଣ  ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ କେସ ନଂ ୧୭୧/୨୦୨୦ ମାମଲା ରୁଜୁ କରାଯାଇ ଏହା ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୭ ଜଣ ଲୁଟେରାଙ୍କୁ ଜେଲ ପଠାଇ ଦିଆଯାଇଥିବା ବେଳେ ଗୁରୁବାର ବିଳମ୍ବିତ ରାତ୍ରରେ ପୁଲିସ୍ ଅଭିଯୁକ୍ତ ସତ୍ୟ ସ୍ବରୂପ ଜେନା,  ଦେବାଶିଷ ଆଚାର୍ଯ୍ୟ ଓ ସୁଶାନ୍ତ ବେହେରାକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦୁଇଟି ମୋଟର ସାଇକେଲ ଓ ଜବତ କରିଥିଲେ। ଆଜି ସମସ୍ତ ଅଭିଯୁକ୍ତଙ୍କ କୋଭିଡ୍ ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories