www.samajalive.in
Monday, December 15, 2025
17.1 C
Bhubaneswar

ଅନ୍ତିମ ଯାତ୍ରାରେ କରୁଣାନିଧି

ଚେନ୍ନଇ : ଦ୍ରାବିଡ଼ ମୁନେତ୍ରା କାଝାଗାମ୍‍ (ଡିଏମ୍‍କେ)ର ପ୍ରତିଷ୍ଠାତା, ତାମିଲନାଡ଼ୁର ୫ଥର ମୁଖ୍ୟମନ୍ତ୍ରୀ ତଥା ଜନନେତା, ବିଶିଷ୍ଟ ଲେଖକ ଓ ବିପ୍ଳବୀ କବି, ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ମୁଥୁବେଲ(ଏମ୍‍) କରୁଣାନିଧିଙ୍କ ବୁଧବାର ଅନ୍ତିମ ଯାତ୍ରା ଆରମ୍ଭ ହୋଇଛି। ଏକ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ଚେନ୍ନଇର ମାରିନା ବିଚ୍‍କୁ ନିଆଯାଉଛି। ସେଠାରେ ପ୍ରସିଦ୍ଧ ତାମିଲ ନେତା ତଥା ତାଙ୍କ ରାଜନୈତିକ ଗୁରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଆନ୍ନାଦୁରାଇଙ୍କ ସମାଧି ନିକଟରେ ତାଙ୍କର ଅନ୍ତିମ ସତ୍କାର ହେବ। ଶୋଭାଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସମର୍ଥକ, ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କ ଶେଷ ଦର୍ଶନ ପାଇଁ ଛୁଟି ଆସିଛନ୍ତି। ଜନ ସମୁଦ୍ର ମଧ୍ୟରେ ତାଙ୍କୁ ସମୁଦ୍ର ତଟକୁ ନିଆଯାଉଛି। ପ୍ରଧାନମନ୍ତ୍ରୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟଙ୍କ ସମେତ ବହୁ ବରିଷ୍ଠ ନେତା ଦଳଗତ ନିର୍ବିଶେଷରେ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କରୁଣାନିଧିଙ୍କ ମୃତ୍ୟୁରେ ତାମିଲନାଡୁରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି।
ଉଲ୍ଲେଖ ଯେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ୧୦ମିନିଟ୍‍ରେ ସ୍ଥାନୀୟ କାବେରୀ ହସ୍ପିଟାଲରେ ୯୪ବର୍ଷ ବୟସରେ କରୁଣାନିଧିଙ୍କ ପରଲୋକ ହୋଇଥିଲା। ପ୍ରାୟ ଦୁଇ ବର୍ଷ ହେଲା ସେ ବାର୍ଦ୍ଧକ୍ୟଜନିତ ସମସ୍ୟାରେ ଗତି କରୁଥିଲେ। ଡାକ୍ତରଖାନା ବ୍ୟତୀତ ଘରୁ ବାହାରୁ ନଥିଲେ। ଶେଷରେ ମଙ୍ଗଳବାର ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁରେ ଗୋଟିଏ ଯୁଗର ଅବସାନ ଘଟିଛି। ସମଗ୍ର ତାମିଲନାଡ଼ୁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକବ୍ୟକ୍ତ କରାଯାଇଛି ଓ ତାମିଲନାଡୁ ରାଜ୍ୟ ସରକାର ୭ଦିନିଆ ଶୋକ ଘୋଷଣା କରିଛନ୍ତି। ଏହା ସହିତ ବୁଧବାର ପାଇଁ ରାଜ୍ୟରେ ସରକାରୀ ଛୁଟି ଘୋଷଣା କରାଯାଇଛି।
କରୁଣାନିଧିଙ୍କ ଅନ୍ତିମ ଯାତ୍ରା ଅପରାହ୍ନ ୪ଟାରେ ରାଜାଜୀ ହଲରୁ ଆରମ୍ଭ ହୋଇଛି। ଆନ୍ନା ମେମୋରିଆଲଠାରେ ତାଙ୍କର ଅନ୍ତିମ ସତ୍କାର ହେବ। ତାଙ୍କ ମୃତ୍ୟୁରେ ଉପା ଅଧ୍ୟକ୍ଷା ତଥା କଂଗ୍ରେସ ନେତା ସୋନିଆ ଗାନ୍ଧି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଏନ୍‍ସିପି ମୁଖ୍ୟ ଶରଦ ପାୱାର, କଂଗ୍ରେସ ନେତା ପ୍ରଫୁଲ୍ଲ ପଟେଲ, ଟିଏମ୍‍ସି ନେତ୍ରୀ ମମତା ବାନାର୍ଜୀ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୁଣାନିଧିଙ୍କ ପୁଅ ଷ୍ଟାଲିନ୍‍ଙ୍କୁ ଫୋନ୍‍ କରି ଶୋକ ବ୍ୟକ୍ତ କରିବା ସହ ସମବେଦନା ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories