www.samajalive.in
Sunday, December 14, 2025
23.1 C
Bhubaneswar

ଓଆର୍‍ଏଚ୍‍ଡିସି ଦୁର୍ନୀତି ମାମଲା: ଦୁଇ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍‍

କଟକ : ବହୁ ଚର୍ଚ୍ଚିିତ ଓଆରଏଚ୍‍ଡିସି ଦୁର୍ନୀତି ମାମଲାରେ ଅଭିଯୁକ୍ତ ପ୍ରଦୀପ ରାଉତ ଏବଂ ଚିତ୍ତ ମଲ୍ଲିକଙ୍କୁ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବୁଧବାର ୩ ବର୍ଷ ଲେଖାଏଁ ଜେଲ୍‍ ଦଣ୍ଡାଦେଶ ଶୁଣାଇଛନ୍ତି। ଉଭୟ ବୁଧବାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଉଭୟ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଫଳରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଉଭୟଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ କରି ରାୟ ଦେଇଥିଲେ। ଏହା ପୂର୍ବରୁ ଏହି ମାମଲାରେ ଆଇଏସ୍‍ ବିନୋଦ କୁମାର ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିନୋଦଙ୍କ ସମେତ ଅନ୍ୟ ୪ ଜଣ ହାଇକୋର୍ଟଙ୍କ ସ୍ୱାରସ୍ଥ ହୋଇଥିଲେ। ମାତ୍ର ହାଇକୋର୍ଟ ସମସ୍ତଙ୍କ ଆବେଦନକୁ ଖାରଜ କରିଦେଇଥିଲେ ଓ ଅଗଷ୍ଟ ୪ରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ବୁଧବାର ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତତ୍କାଳୀନ ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ ଏବଂ ଚିତ୍ତରଞ୍ଜନ ମଲ୍ଲିକ ଆତ୍ମସମର୍ପଣ କରିଥିଲେ।
ସୂଚନାଯୋଗ୍ୟ ଯେ ୨୦୦୦ ମସିହାରେ ଓଆରଏଚ୍‍ଡିସିରେ ୫୫ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିଲା। ଏହି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ଓଆରଏଚ୍‍ଡିସିର ପୂର୍ବତନ ପରିଚାଳନା ନର୍ଦେଶକ ବିନୋଦ କୁମାର, ତତ୍କାଳୀନ ସହକାରୀ ପ୍ରବନ୍ଧକ ସଞ୍ଜୟ ମହାନ୍ତି, ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ, ଚିତ୍ତରଞ୍ଜନ ମଲ୍ଲିକ ଏବଂ ଆଶିଷ ନାୟକ ଦୋଷୀ ସାବ୍ୟସ୍ତ କରିଥିଲେ। ବୁଧବାର ଦୁଇ ଦୋଷୀଙ୍କୁ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories