ଆଦିତ୍ୟ ନାରାୟଣ ଗିରଫ

0

ମୁମ୍ବଇ : ଏକ ସଡକ ଦୁର୍ଘଟଣାକୁ ନେଇ ବଲିଉଡ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ମୁମ୍ବଇ ପୁଲିସ ଗିରଫ କରିଛି। ସୋମବାର ସକାଳେ ଆଦିତ୍ୟଙ୍କ କାର ଅନ୍ଧେରିର ଲୋଖାଣ୍ଡୱାଲା ଅଞ୍ଚଳରେ ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା। ଏଥିରେ ରିକ୍ସା ଚାଳକ ଓ ଯାତ୍ରୀ ଆହତ ହୋଇଥିଲେ। ଏ ନେଇ ତାଙ୍କ ବିରୋଧରେ ଆଇପିସି ଧାରା ୩୩୮ ଓ ୨୭୯ରେ ମାମଲା ରୁଜୁ ହୋଇଥିଲା। ଆଦିତ୍ୟଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ହୋଇଥିବା ଅଭିଯୋଗ ହୋଇଛି। ଗିରଫ ପରେ ଆଦିତ୍ୟ ଜାମିନରେ ମୁକ୍ତ ହୋଇଥିଲେ।

Leave A Reply