www.samajalive.in
Saturday, December 6, 2025
26.1 C
Bhubaneswar

ଝାଡଖଣ୍ଡରେ ଡବଲ୍‌ ଇଞ୍ଜିନ୍ ସରକାର: ମୋହନ ମାଝୀ

ଭୁବନେଶ୍ଵର: ଝାଡଖଣ୍ଡ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଝାଡଖଣ୍ଡ ଗସ୍ତର ଦ୍ଵିତୀୟ ଦିନରେ ଚାଇଁବାସାର କୋଲହାନ୍ ଯାଇ ସେଠାରେ ଆୟୋଜିତ ବିଜେପିର ପରିବର୍ତ୍ତନ ଯାତ୍ରାରେ ଯୋଗଦେଇଛନ୍ତି । ଏବଂ ପ୍ରେସମିଟ୍ ଜରିଆରେ କହିଛନ୍ତି ଝାଡଖଣ୍ଡରେ ଡବଲ ଇଞ୍ଜିନ୍ ସରକାର ହେବ। ଏଠାରେ ହେମନ୍ତ ସରକାର କିଛି କରିନାହାନ୍ତି , ତେଣୁ ପରିବର୍ତ୍ତନ ନିଶ୍ଚିତ ହେବା ଦରକାର। ସରକାର ପରିବର୍ତ୍ତନ ପାଇଁ ଲୋକେ ମନ ସ୍ଥିର କରିସାରିଛନ୍ତି। ଓଡିଶାରେ ଏବେ ଡବଲ ଇଞ୍ଜିନ୍ ସରକାର ରହିଛି। ଯାହା କହିଥିଲୁ ତାହା କରିଛୁ। ଓଡିଶାରେ ଧାନ ଏମଏସପି ୩୧୦୦ ଟଙ୍କା କରିବୁ କହିଥିଲୁ। ସରକାରରେ ଆସିବା କ୍ଷଣି ତୁରନ୍ତ କ୍ୟାବିନେଟ୍ ଅନୁମୋଦନ କଲୁ। ନବୀନ ସରକାର ଶହେ ଟଙ୍କା ବୋନସ୍ କହିଥିଲେ, ଦେଇପାରିଲେନି। କିନ୍ତୁ ମୋଦୀଙ୍କ ଫୋକସରେ ପୂର୍ବ ଭାରତ , ତେଣୁ ଝାଡଖଣ୍ଡର ବି ବିକାଶ ହେବ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories