www.samajalive.in
Saturday, December 6, 2025
16.1 C
Bhubaneswar

ଭୟଙ୍କର ହତ୍ୟାକାଣ୍ଡ: ଅନଲାଇନ ଫୋନ୍‌ ମଗାଇଲେ, ଟଙ୍କା ଦେବାକୁ ଡେଲିଭରୀ ବୟକୁ ଘରକୁ ଡାକିଲେ, ଆଉ ତା’ପରେ..

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଲୋମ ହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଲକ୍ଷ୍ନୌର ଚିନହଟରେ ମୋବାଇଲ୍‌ ଫୋନ୍ ଦେବାକୁ ଯାଇଥିବା ଜଣେ ଡେଲିଭରୀ ବୟଙ୍କୁ ତିନି ଜଣ ଯୁବକ ଷଡ଼ଯନ୍ତ୍ର ରଚି ହତ୍ୟା କରିଛନ୍ତି। ତାଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଫୋନ ଓ ପ୍ରାୟ ୩୫ ହଜାର ଟଙ୍କା ଲୁଟି ନେଇଛନ୍ତି। ପୁଲିସ ସୂଚନା ମୁତାବକ, ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ନିଖୋଜ ୩୦ ବର୍ଷୀୟ ଡେଲିଭରୀ ବୟ ମାମଲାର ତଦନ୍ତ କରୁଥିବା ପୁଲିସ ଜଣେ ସନ୍ଦିଗ୍ଧକୁ ଗିରଫ କରିଥିଲା।

ଡିସିପି ଶଶାଙ୍କ ସିଂହଙ୍କ କହିବା ଅନୁଯାୟୀ, ଚିନହଟ ନିବାସୀ ଗଜାନନ ଫ୍ଲିପକାର୍ଟରୁ କ୍ୟାସ୍‌ ଅନ୍‌ ଡେଲିଭରୀରେ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଫୋନ୍ ମଗାଇଥିଲେ। ସେପ୍ଟେମ୍ବର ୨୩ରେ ନିଶାତଗଞ୍ଜ ନିବାସୀ ଭରତ କୁମାର ଫୋନ୍‌ ଦେବା ପାଇଁ ତାଙ୍କ ଘରକୁ ଯାଇଥିଲେ ଏବଂ ସେଠାରେ ଗଜାନନ ନିଜ ସାଥୀମାନଙ୍କ ସହ ମିଶି ତଣ୍ଟି ଚିପି ଭରତଙ୍କୁ ହତ୍ୟା କରିଥିଲେ। ଏହାପରେ ଡେଲିଭରୀ ବୟଙ୍କ ବ୍ୟାଗ୍‌ରେ ହିଁ ତାଙ୍କ ମୃତଦେହକୁ ଭର୍ତ୍ତି କରି ବାରାବଙ୍କୀର ମାତି ଅଞ୍ଚଳକୁ ଯାଇ ଇନ୍ଦିରା କେନାଲରେ ଫିଙ୍ଗି ଦେଇଥିଲେ। କ୍ୟାସ୍ ଅନ୍ ଡେଲିଭରୀରେ ଫୋନ୍‌ର ଟଙ୍କା ଯେପରି ଦେବାକୁ ନ ପଡ଼ିବ, ସେଥିପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି। ପୁଲିସ ଦୁଇ ଅଭିଯୁକ୍ତ ହିମାଂଶୁ କନୌଜିଆ ଓ ଆକାଶକୁ ଗିରଫ କରିଛି। ତୃତୀୟ ଅଭିଯୁକ୍ତ ଗଜାନନକୁ ଖୋଜିବା ପାଇଁ ତିନୋଟି ଟିମ୍‌ ମୁତୟନ କରାଯାଇଛି। ଏସଡିଆରଏଫ ଟିମ୍‌ ମୃତଦେହ ଖୋଜିବାରେ ନିୟୋଜିତ ଅଛନ୍ତି। ମଙ୍ଗଳବାର ମଧ୍ୟ ମୃତଦେହ ଖୋଜିବା ପ୍ରୟାସ ଜାରି ରହିଛି।

- Advertisement -

ପୁଲିସ ସୂଚନା ଅନୁସାରେ, ଡେଲିଭରୀ ବୟ ଭରତ କୁମାର ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ସେପ୍ଟେମ୍ବର ୨୫ରେ ଚିନହଟ ଥାନାରେ ନିଖୋଜ ଏତଲା ଦେଇଥିଲେ। ପୁଲିସ ମୃତକଙ୍କ ଲୋକେସନ ଓ କଲ୍ ଡିଟେଲ୍ସ ଯାଞ୍ଚ କରି ଗଜାନନର ନମ୍ବର ପାଇଥିଲା ଏବଂ ତା’ର ସାଙ୍ଗ ଆକାଶକୁ ଗିରଫ କରିଥିଲା। ପଚରାଉଚରା ସମୟରେ ଆକାଶ ନିଜ ଅପରାଧ ସ୍ଵୀକାର କରିଛି।

 

 

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories