www.samajalive.in
Saturday, December 6, 2025
14.1 C
Bhubaneswar

ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ଜଣାଇବାକୁ ୨୫ କିମି ଚାଲିଲେ ୬୦ ଛାତ୍ରୀ

ଭବାନୀପାଟଣା: ଜିଲ୍ଲାପାଳଙ୍କୁ ସମସ୍ୟା ଜଣାଇବାକୁ ପ୍ରାୟ ୬୦ ଜଣ ଛାତ୍ରୀ ଚାଲିଚାଲି ଜିଲା ମହକୁମାରେ ପହଂଚିଛନ୍ତି। ଥୁଆମୁଳ ରାମପୁର ବ୍ଲକ୍ କିଆପଦର୍ ସରକାରୀ ହାଇସ୍କୁଲ ଅନ୍ତର୍ଗତ କସ୍ତୁରବା ହଷ୍ଟେଲର ଛାତ୍ରୀମାନେ ନିଜ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିବାକୁ ଚାଲି ଚାଲି ଆସି ଏଠାରେ ପହଂଚିଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସେମାନଙ୍କୁ ହଇରାଣ କରୁଥିବା, ହଷ୍ଟେଲରେ ଭଲ ଖାଇବା ଦେଉନଥିବା, ଛାତ୍ରୀଙ୍କ ପାଇଁ ଆସୁଥିବା ପ୍ରସାଧନ ସାମଗ୍ରୀ ହଡ଼ପ କରୁଥିବା ଆଦି ଛାତ୍ରୀମାନେ ଅନେକ ଅଭିଯୋଗ କରିଛନ୍ତି। ଏନେଇ ପୂର୍ବରୁ ସେମାନେ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କେହି ଶୁଣିନଥିଲେ ବୋଲି ଅଭିଯୋଗ କରିଛନ୍ତି । ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ସେମାନେ ଏଠାକୁ ଚାଲି ଚାଲି ଆସିଛନ୍ତି। ଛାତ୍ରୀମାନେ ସ୍କୁଲରୁ ଜିଲ୍ଲା ମହକୁମା ଆସୁଥିବା ଖବର ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ସେମାନଙ୍କୁ ବାଟରେ ବୁଝାସୁଝା କରିଥିଲେ। ହେଲେ ଛାତ୍ରୀ ମାନେ କିଛି ନଶୁଣି ଜିଲ୍ଲାପାଳଙ୍କ ନିକଟକୁ ଆସିଛନ୍ତି।

ନରେନ୍ଦ୍ର ପୁଷ୍କରିଣୀରେ ବୁଡି ୨ ଯୁବକ ମୃତ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories