ଏମିତି ଲୁଚାଇ ଆଣିଥିଲେ ୨୬ଟି ଆଇଫୋନ୍ ୧୬; ବିମାନ ବନ୍ଦରରେ ଧରାପଡିଲେ ମହିଳା..
ନୂଆଦିଲ୍ଲୀ : ଟିସୁ ପେପର୍ରେ ଲୁଚାଇ ନେଉଥିଲେ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସ ।ଦିଲ୍ଲୀ ବିମାନବନ୍ଦରରେ କଷ୍ଟମ୍ ବିଭାଗର ଟିମ୍ ଜଣେ ମହିଳା ଯାତ୍ରୀଙ୍କ ବ୍ୟାଗ୍ରୁ ୨୬ଟି ଆଇଫୋନ୍ ଜବତ କରିଛନ୍ତି । ମହିଳା ହଂକଂରୁ ଦିଲ୍ଲୀ ଯାତ୍ରା କରୁଥିଲେ ବୋଲି ଜଣାପଡିଛି । କଷ୍ଟମ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ମହିଳା ଜଣକ ଟିସୁ ପେପର୍ରେ ଲୁଚାଇ୨୬ଟି ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସକୁ ବ୍ୟାଗ୍ରେ ନେଉଥିଲେ । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରଖିଛି ।
Comments are closed.