www.samajalive.in
Tuesday, December 9, 2025
15.1 C
Bhubaneswar

ସ୍ବାସ୍ଥ୍ୟସେବା ପାଇଁ ୨୫ କିମି ଯାତ୍ରା : ବଡ଼ଟେମରା ପଞ୍ଚାୟତବାସୀଙ୍କୁ ଭଗବାନ ଭରସା

ଝରିଗାଁ  : ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ ଭାବେ ବିବେଚିତ। ସ୍ବାସ୍ଥ୍ୟ କ୍ଷେତ୍ରରେ ସଚେତନତା ଅଭାବ ରହିଛି। ସ୍ବାସ୍ଥ୍ୟସେବା ପାଇଁ ୨୫ କିମି ଯାତ୍ରା କରିବାକୁ ପଡୁଛି। ଏହି ବ୍ଲକର ବଡ଼ଟେମରା ପଞ୍ଚାୟତରେ ସ୍ବାସ୍ଥ୍ୟ କ୍ଷେତ୍ରରେ ସଚେତନତାର ଅଭାବ ରହିଛି। ଏହି ପଞ୍ଚାୟତର ଲୋକ ସ୍ବାସ୍ଥ୍ୟ ସେବା ପାଇଁ ୧୫ କିଲୋମିଟର ଦୁର ଇଛାପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ୨୫ କିଲୋମିଟର ଦୁର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଅଧିକ ଦୂର ହେତୁ କ୍ୱାକ୍ ଉପରେ ନିର୍ଭର କରୁଛନ୍ତି। ଆଉ କିଛି ଲୋକ ଦିଶାରୀ ଉପରେ ମଧ୍ୟ ନିର୍ଭର କରୁଛନ୍ତି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ବଡ଼ଟେମରା ପଞ୍ଚାୟତରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସାନ ଟେମେରା ଏବଂ ମୁଣ୍ଡାପଦର ଗ୍ରାମରେ ଉପସ୍ୱାସ୍ଥ୍ୟ କେନ୍ଦ୍ର ଦୀର୍ଘ ବର୍ଷ ତଳେ ସ୍ଥାପନ ହୋଇଥିଲା। ଦୁଇ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ହୋଇ ସ୍ୱାସ୍ଥ୍ୟ ସେବା ଯୋଗେଇ ଆସୁଥିଲେ। ପଞ୍ଚାୟତବାସୀ ମଧ୍ୟ ନିକଟରେ ସ୍ୱାସ୍ଥ୍ୟସେବା ପାଇ ଖୁସି ପ୍ରକଟ ହୋଇଥିଲେ। ଏହି ଦୁଇଟି ଉପ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ବଦଳି ହେବା ପରେ ଆଜିକୁ ପ୍ରାୟ ୪ ବର୍ଷ ହେବ ପ୍ରଶାସନ ତରଫରୁ ଏହି ଉପସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ହୋଇନାହାନ୍ତି। ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ସମସ୍ୟା ହେଉଛି।
ବିଶେଷ କରି ଗର୍ଭବତୀ ମହିଳା ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇବାରେ ବଞ୍ଚିତ ହେଉଛନ୍ତି। ପଞ୍ଚାୟତର ମୁଣ୍ଡାପାଦର ଉପ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଜୀବନ ସନ୍ତା ଏବଂ ସାନଟେମେରା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଟିକେଶ ସିନ୍ନାଙ୍କୁ ପ୍ରଶାସନ ତରଫରୁ ନିଯୁକ୍ତି ଦିଆଯାଇଛି। ପୁରୁଷ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ପାଇ ବଡ଼ଟେମେରା ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ଯୋଗେଇ ଆସୁଥିଲେ ମଧ୍ୟ ମହିଳାଙ୍କ ଗର୍ଭ ଜନିତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ସମସ୍ୟା ହେଉଛି। ବଡ଼ ଟେମେରା ପଞ୍ଚାୟତରେ ୭ ହଜାରରୁ ଊର୍ଦ୍ଧ୍ବ ଜନସଂଖ୍ୟା ରହିଥିବା ବେଳେ ପରିବାର ସଂଖ୍ୟା ୧୬ ଶହରୁ ଊର୍ଦ୍ଧ୍ବ। ମୁଣ୍ଡାପାଦର ଉପସ୍ବାସ୍ଥ୍ୟ କେନ୍ଦ୍ରରେ ପଞ୍ଚାୟତର ୧୪ ଗ୍ରାମର ୧ ହଜାରରୁ ଊର୍ଦ୍ଧ୍ବ ପରିବାର ନିର୍ଭର କରିଆସୁଥିବା ବେଳେ ଜନ ସଂଖ୍ୟା ୪ ହଜାର ୫ ଶହରୁ ଊର୍ଦ୍ଧ୍ବ। ସାନଟେମେରା ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ୧୧ଟି ଗ୍ରାମର ୬ ଶହରୁ ଊର୍ଦ୍ଧ୍ବ ପରିବାର ନିର୍ଭର କରିଆସୁଥିବା ବେଳେ ଜନ ସଂଖ୍ୟା ୨୬ଶହରୁ ଊର୍ଦ୍ଧ୍ବ। ଏହି ଦୁଇଟି ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳା ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତି ପାଇ ନ ଥିବା ଯୋଗୁଁ ପଞ୍ଚାୟତବାସୀଙ୍କ ସାଧାରଣ ରୋଗର ଚିକିତ୍ସା ସହ ଗର୍ଭବତୀ ମହିଳାଙ୍କ ଗର୍ଭଜନିତ ସ୍ବାସ୍ଥ୍ୟ ପରୀକ୍ଷା ହୋଇ ପାରୁନଥିବା ଅଭିଯୋଗ ହୋଇଛି। ମୁଣ୍ଡାପାଦର ଉପ ସ୍ବାସ୍ଥ୍ୟ କେନ୍ଦ୍ରର କଠାଗୃହ ଏବଂ ସାନଟେମେରା ଉପ ସ୍ବାସ୍ଥ୍ୟକେନ୍ଦ୍ରର କଠାରେ ଗୃହ ମହିଳା ସ୍ବାସ୍ଥ୍ୟ କର୍ମୀ ରାହୁ ନ ଥିବା ସହ ରକ୍ଷଣବକ୍ଷଣ ଅଭାବରୁ ଶୋଚନୀୟ ଅବସ୍ଥାରେ ପଡିରହିଛି। ବିଦ୍ୟୁତ ସେବା ଏବଂ ପାନୀୟ ଜଳ ସୁବିଧା ମଧ୍ୟ ନାହିଁ। ଜିଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଉପାନ୍ତ ବଡ଼ଟେମେରା ପଞ୍ଚାୟତର ମୁଣ୍ଡାପାଦର ଏବଂ ସାନଟେମେରା ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳା ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତି ପାଇଁ ପଦକ୍ଷେପ ନେବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories