www.samajalive.in
Sunday, December 14, 2025
17.1 C
Bhubaneswar

ରାଜଧାନୀରୁ ମୁଣ୍ଡବିହୀନ ଶବ ମିଳିବା ଘଟଣା; କଟାମୁଣ୍ଡ ଜବତ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଗତ ମାସରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ପୁଲିସ ୨ଜଣ ଅଭିଯୁକ୍ତକୁ ଗିରଫ କରିବା ସହ କଟାମୁଣ୍ଡ ମଧ୍ୟ ଠାବ କରିଛି।  ଅଭିଯୁକ୍ତକୁ ଧରି ଘଟଣାସ୍ଥଳକୁ ନେଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ କଟାମୁଣ୍ଡ ଖୋଜିବା ଆରମ୍ଭ କରିଥିଲା। ଶେଷରେ କଟାମୁଣ୍ଡ ମୃତଦେହ ପଡ଼ିଥିବାସ୍ଥଳରୁ ୨କି.ମି ଦୂର ଭରତପୁର ଜଙ୍ଗଲରୁ ଜବତ ହୋଇଥିବା ସୂଚନା। ଅଭିଯୁକ୍ତ ଦ୍ବୟଙ୍କ ମଧ୍ୟରୁ ଜଣେ ଡ୍ରାଇଭର ହୋଇଥିବା ବେଳେ ଆଉ ଜଣେ ତାଙ୍କ ସହଯୋଗୀ ବୋଲି ଜଣାପଡ଼ିିଛି। ଏଥିସହିତ ମୃତ ମହିଳାଙ୍କର ପରିଚୟ ମଧ୍ୟ ମିଳିଛି । ମୃତ ମହିଳାଙ୍କ ନାଁ ପୁଷ୍ପଲତା , ସେ ମଞ୍ଚେଶ୍ବର ଅଞ୍ଚଳରେ ରହୁଥିବା ନେଇ ଅଭିଯୁକ୍ତ ପୁଲିସ ଆଗରେ ମହିଳାଙ୍କ ପରିଚୟ ଦେଇଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ କମିଶନରେଟ୍‌ ପୁଲିସ ପ୍ରେସମିଟ୍‌ ଜରିଆରେ ସମ୍ପୂର୍ଣ୍ଣ ତଥ୍ୟର ସୂଚନା ଦେବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ, ଜବତ ହୋଇଥିବା କଟାମୁଣ୍ଡକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଗଣ୍ଡି ଏବଂ ମୁଣ୍ଡ ସମାନ ମହିଳାଙ୍କର କି ନାହିଁ ପରୀକ୍ଷା କରାଯିବ। ଜବତ ମୁଣ୍ଡ, ଗଣ୍ଡିର ଡିଏନଏ ପ୍ରୋଫାଇଲିଂ କରାଯିବ। ଟିସ୍ୟୁ, ବୋନ୍ , ରକ୍ତ ମନୁନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ ସହ ଡିଏନଏ ପ୍ରୋଫାଇଲିଂ ହେବ ବୋଲି ଫୋରେନସିକ୍ ଅଧିକାରୀ କହିଛନ୍ତି।

- Advertisement -

ସୂଚନା ଅନୁଯାୟୀ, ମହିଳାଙ୍କ ମୁଣ୍ଡବିହୀନ ଶବର ପରିଚୟ ଜାଣିବାକୁ କମିଶନରେଟ ପୁଲିସ ଉଦ୍ୟମ ଜାରି ରଖିଥିଲା ବେଳେ ଆଜି କମିଶନରେଟ ପୁଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଥିଲା।

ଗତ ୪ତାରିଖ ଦିନ ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ମହିଳାଙ୍କୁ ଆଣି ଏହିଠାରେ ହତ୍ୟା କରାଯାଇଛି ନା ବାହାରେ ହତ୍ୟାକରି ମହିଳାଙ୍କୁ ଏଠାରେ ଫୋପାଡି ଦିଆଯାଇଛି ତାର ତଦନ୍ତ ଜାରି ରଖିଥିଲା କମିସନରେଟ ପୁଲିସ । ଅନ୍ୟପକ୍ଷରେ ମୃତ ମହିଳାଙ୍କ ପରିଚୟ ମଧ୍ୟ ମିଳିପାରି ନ ଥିଲା। ଯାହାକି ଏକ ଚିନ୍ତାର ବିଷୟ ପାଲଟିଥିଲା ।  ମହିଳାଙ୍କ ପରିଚୟ ଜାଣିବା ପାଇଁ ଫିଙ୍ଗରପ୍ରିଣ୍ଟ ମ୍ୟାଚିଂ କରିବାକୁ ଯୋଜନା କରାଯାଉଥିବା ଗତକାଲି କମିଶନରେଟ ପୁଲିସ୍‌ ପକ୍ଷରୁ କୁହାଯାଇଥିଲା।

ମହିଳାଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱର ଓ ଆଖପାଖ ଥାନାକୁ ପୁଲିସ ଖବର ଦେଇଥିଲା। ଜଣେ ଆଡିସିନାଲ୍‌ ଏସ୍‌ପି ରାଙ୍କର ଅଫିସରଙ୍କ ତତ୍ତ୍ୱବଧାନରେ ଏକ ୫ ଜଣିଆ ଟିମ୍‌ ଘଟଣାର ତଦନ୍ତ କରୁଥିବା ବେଳେ ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ମଧ୍ୟ ମରାଯାଇଥିଲା। ମହିଳାଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ପୁଲିସ ଘୋଷଣା କରିଥିଲା।

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories