www.samajalive.in
Tuesday, December 9, 2025
15.1 C
Bhubaneswar

ଉହାନ ଲ୍ୟାବରୁ ବ୍ୟାପିନି କରୋନା ଭୂତାଣୁ: ଡବ୍ଲୁଏଚଓ ଟିମ

ବେଜିଂ: ଚୀନର ଉହାନସ୍ଥିତ ଲାବରେଟୋରିରୁ କରୋନା ଭୂତାଣୁ ବ୍ୟାପିନାହିଁ। ଏକଥା କହିଛନ୍ତି କରୋନା ଭୂତାଣୁ ଉତ୍ପତ୍ତିସ୍ଥଳର ତଦନ୍ତ କରୁଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଟିମ୍‌। ଟିମ୍‌ କହିଛି ଯେ, ଉହାନରୁ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଡିସେମ୍ବର ୨୦୧୯ ପୂର୍ବରୁ କରୋନା ଭୂମାଣୁ ବ୍ୟାପିଥିବା ନେଇ କୌଣସି ପ୍ରମାଣ ମିଳିନାହିଁ। ଏହା ପରେ ହିଁ ଭୂତାଣୁ ଅନ୍ୟାନ୍ୟ ଅଞ୍ଚଳରେ ବ୍ୟାପିଥିଲା। ଏପରି କି ଉହାନର ଲ୍ୟାବରୁ କରୋନା ଭୂତାଣୁ ଲିକ୍‌ ହୋଇଥିବାର କୌଣସି ଆଶଙ୍କା ମଧ୍ୟ ନାହିଁ ବୋଲି ଟିମ୍‌ କହିଛି।

ଡବ୍ଲ୍ୟୁଏଚଓର ବିଶେଷଜ୍ଞ ଟିମ୍‌ ପିଟର ବେନ୍‌ ଏମ୍ବରେକ୍‌ କହିଛନ୍ତି ଯେ, ଚୀନର ଲାବରେଟୋରିରୁ କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ନାହିଁ। ଏହି ଭୂତାଣୁ ରୋଗ ବାହକ ପ୍ରଜାତିମାନଙ୍କଠାରୁ ମଣିଷ ଶରୀରରେ ପ୍ରବେଶ କରିଛି ବୋଲି ଅଧିକ ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, କରୋନାକୁ ନେଇ ବିଭିନ୍ନ ରାଷ୍ଟ୍ର ନାନା ଅଭିଯୋଗ କରିଆସୁଛନ୍ତି। ଉହାନସ୍ଥିତ ଲାବରେଟୋରିରୁ ଚୀନ ଦ୍ବାରା କରାଯାଇଥିବା କୌଣସି ପ୍ରୟୋଗରୁ ଏହି ଭୂତାଣୁ ବ୍ୟାପିଛି ବୋଲି ଆମେରିକା ସମେତ ଅନେକ ରାଷ୍ଟ୍ର ଅଭିଯୋଗ କରିଥିଲେ। ବାଦୁଡ଼ିଙ୍କଠାରୁ ଏହି ଭୂତାଣୁ ବ୍ୟାପିଥିବା ମଧ୍ୟ ଦାବି କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଦାବି ପ୍ରମାଣିତ ହୋଇପାରି ନାହିଁ।

- Advertisement -

ଏହି ପରିପ୍ରେକ୍ଷୀରେ ଡବ୍ଲ୍ୟୁଏଚଓ ଟିମ୍‌ ନିକଟରେ ଉହାନ ସହର ଗସ୍ତ କରିଥିଲା। ଏହି ଟିମ୍‌ ଉହାନ ଇଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜିକୁ ଯାଇ ସେଠାରେ ତଦନ୍ତ କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories