www.samajalive.in
Monday, December 15, 2025
14.1 C
Bhubaneswar

ଏନ୍ଏଲ୍‌ସି କୋଇଲା ଖଣି ବିସ୍ଥାପନ ଏବଂ ଥଇଥାନ ପ୍ରସଙ୍ଗ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ଖିଣ୍ଡା ପଞ୍ଚାୟତରେ ସ୍ଥାପିତ ହେଉଥିବା ଏନ୍ଏଲସି କମ୍ପାନୀର ତଲାବିରା(୨) ଏବଂ (୩) କୋଇଲା ଖଣି ପାଇଁ ନୁଆଁଖିଣ୍ଡା ଗ୍ରାମ ର ପ୍ରାୟ ସମସ୍ତ ଜମି ଅଧିଗ୍ରହଣ କରାଯାଇଛି। ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇ  ଏହି ଗ୍ରାମ ରେ ଗତ ୬୪ ବର୍ଷ ହେଲା ସରକାରୀ ଏବଂ ଲିଜ୍ ଜମିରେ ବସବାସ କରୁଥିବା ଭୂମିହୀନ ଗରିବମାନଙ୍କୁ କ୍ଷତି ପୂରଣ ଏବଂ ଥଇଥାନ ପାଇଁ ବିଗତ ଦିନରେ ଲପଙ୍ଗା ରାଜସ୍ୱ ନିରୀକ୍ଷକ ଏକତାଳିକା ପ୍ରସ୍ତୁତ କରି ରେଙ୍ଗାଲି ତହସିଲଦାର ଏବଂ ଏନ୍ଏଲ୍‌ସି କର୍ତ୍ତୃପକ୍ଷଙ୍କୁ ଦେଇଥିଲେ। କିନ୍ତୁ ଉକ୍ତ ତାଳିକା ରେ କିଛି ପରିବାର ବାଦ୍ ପଡିଥିବାରୁ ସେମାନଙ୍କୁ ତାଲିକାରେ ସାମିଲ କରିବାକୁ ଆଜି ଜିଲ୍ଲାପାଳଙ୍କ ଠାରେ ଦାବି କରଯାଇଛି। ଏହା ବ୍ୟତୀତ ଖିଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶଶିକୁମାର ମେହେର, ଝସକେତନ ନାଏକ,ଅଳେଖ ସାହ.ବିରଞ୍ଚି ଭୁଏ,ତରୁଣ କୁମାର ମେହେର ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଏସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ କରିଛନ୍ତି। ତାଲିକାରୁ ବାଦ୍ ପଡିଥିବା ପରିବାର ଗୁଡିକୁ ତାଲିକାରେ ସାମିଲ କରିବା ସହିତ ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇ ନୁଆଁଖିଣ୍ଡା ଗ୍ରାମରେ ପୁର୍ନବସତି ସ୍ଥାପନ କରିଥିବା ସ୍ଥାୟୀ ବାସିନ୍ଦାଙ୍କୁ ଘର ଡିହ ପଟ୍ଟା ପ୍ରଦାନ କରିବାକୁ ଦାବି କରାଯାଇଛି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories