www.samajalive.in
Sunday, December 7, 2025
13.1 C
Bhubaneswar

ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଟିଆ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ଶୀଘ୍ର ନିଷ୍ପତ୍ତି ନିଅନ୍ତୁ

ଭୁବନେଶ୍ୱର: କୋରାପୁଟ ଜିଲାର ପଟାଙ୍ଗୀ ଅର୍ନ୍ତଭୁକ୍ତ କୋଟିଆ ଅଞ୍ଚଳରେ ପ୍ରାୟ ୨୧ଟି ଗାଁକୁ ୩ଟି ପଞ୍ଚାୟତରେ ବିଭକ୍ତକରି ବର୍ତ୍ତମାନ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଛି, ଯାହାକି ରାଜ୍ୟ ପାଇଁ ଲଜ୍ଜାକର ଓ ଦୁର୍ଭାଗ୍ୟର କଥା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରି କହିଛନ୍ତି। ଏହି କୋଟିଆ ଅଞ୍ଚଳକୁ ନେଇ ଅତୀତରେ ଉଭୟ ଆନ୍ଧ୍ର ଏବଂ ଓଡ଼ିଶା ସୁପ୍ରିମକୋର୍ଟ ଯାଇଛନ୍ତି। କୋଟିଆ ଅଞ୍ଚଳ ଉପରେ କାହାର ଅଧିକାର ଏକଥା ସଂସଦ କହିପାରିବ ବୋଲି ସେତେବେଳେ ସୁପ୍ରିମକୋର୍ଟ ମତ ଦେଇଥିଲେ।

ନିରଞ୍ଜନ କହିଛନ୍ତି, ମହାନଦୀ ଜଳ ବିବାଦରେ ଓଡ଼ିଶା ସରକାରଙ୍କ ଭୂମିକା ଯେପରି ନିରୁତ୍ସାହଜନକ, ସେହିପରି କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ନିଜର ଲଢ଼େଇକୁ ତୀବ୍ରତର କରିପାରୁ ନାହାଁନ୍ତି। ବିଜୁ ଜନତା ଦଳ ସରକାର କେନ୍ଦ୍ରର ବିଜେପି ସରକାରର ସମସ୍ତ ନୀତି ନିଷ୍ପତ୍ତିକୁ ନିଃସର୍ତ୍ତ ସମର୍ଥନ ଦେଉଥିବା ବେଳେ ଓଡ଼ିଶାର ଦାବି ହାସଲ କ୍ଷେତ୍ରରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ତାହା ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି।

- Advertisement -

ଦୀର୍ଘଦିନ ଧରି କୋଟିଆ ଅଞ୍ଚଳକୁ ନେଇ ବିବାଦ ଚାଲିଥିବା ବେଳେ ପ୍ରଥମ ଥର ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ଘୋଷଣା କରି ଆନ୍ଧ୍ର ନିର୍ବାଚନରେ ଓଡ଼ିଶାର କୋଟିଆ ପଞ୍ଚୟତକୁ ଅନ୍ତର୍ଭୁକ୍ତ କରିବା ଏବଂ ବିଜେଡ଼ି ଓ ବିଜେପି ଏଥିପ୍ରତି ନୀରବଦ୍ରଷ୍ଟା ସାଜିବା ଘଟଣା ଓଡ଼ିଶା ପ୍ରତି ବିଶ୍ୱାସଘାତକତା ବୋଲି ନିରଞ୍ଜନ କହିଛନ୍ତି। ଆଗାମୀ ୧୩ ତାରିଖରେ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବାକୁ ନିରଞ୍ଜନ ଅନୁରୋଧ କରିଛନ୍ତି। ନଚେତ ଓଡ଼ିଶାର ୨୧ଟି ଗ୍ରାମକୁ ଆନ୍ଧ୍ର ମାଡ଼ି ବସିବ ବୋଲି ସେ ଏକ ପ୍ରେସ ବିଜ୍ଞପ୍ତିରେ ସତର୍କ କରାଇ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories